ହେବନି ଆପ୍-କଂଗ୍ରେସ ମେଣ୍ଟ: ୨୦ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କଲା ଆପ୍

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ବଡ ଖବର ଆସୁଛି। ଆମ୍ ଆଦମୀ ପାର୍ଟି (ଆପ୍) ସୋମବାର ୨୦ଟି ସିଟ୍ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ହରିୟାଣାରେ ଆପ୍ ଏବଂ କଂଗ୍ରେସ ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ।
ଆପ୍ କହିଛି ଯେ ଉଭୟ ଦଳ ସିଟ୍ ବଣ୍ଟନ ଉପରେ ସହମତ ହୋଇପାରିବେ ନାହିଁ।
ସୂଚନାନୁସାରେ, ଆପ୍ ୧୦ଟି ସିଟ୍ ଦାବି କରୁଥିବାବେଳେ କଂଗ୍ରେସ ଏହାକୁ ମାତ୍ର ସାତୋଟି ସିଟ୍ ଦେବାକୁ ପ୍ରସ୍ତୁତ ଥିଲା।
ଏହାପୂର୍ବରୁ ସୋମବାର ଦିନ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏକ ମେଣ୍ଟ ହୋଇପାରେ ବୋଲି ଖବର ଆସିଥିଲା। ଗଣମାଧ୍ୟମ ପିଟିଆଇ ଅନୁସାରେ ସୂଚନା ପ୍ରଦାନ କରାଯାଇଥିଲା କଂଗ୍ରେସ ନେତା ଦୀପକ ବାବରିଆ ଏବଂ ଆପ୍ ନେତା ରାଘବ ଚଢ଼ାଙ୍କ ମଧ୍ୟରେ ଆଲୋଚନା ଏକ ସକାରାତ୍ମକ ଦିଗରେ ଗତି କରୁଛି।
କୁହାଯାଇଥିଲା। ରାଜ୍ୟର ପାଞ୍ଚଟି ଆସନରେ ନିର୍ବାଚନ ଲଢ଼ିବାକୁ ଆପ୍ ରାଜି ହୋଇଛି ବୋଲି ଖବର ଆସିଥିଲା। ତେବେ ଶେଷରେ ଦୁଇ ଦଳ ସିଟ୍ ବଣ୍ଟାକୁ ନେଇ ସହମତି ହୋଇ ନ ଥିବା କୁହାଯାଉଛି।
ଆପ୍ ୧୧ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ନିଜର ପ୍ରାର୍ଥୀ ଦେଇଛି। ରୋହିତକରୁ ବିଜେନ୍ଦ୍ର ହୁଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଗୁରୁପାଲ ସିଂ ନାରାୟଣଗଡରୁ ପ୍ରାର୍ଥୀ ହୋଇଛନ୍ତି।




