ମାଲବାହୀ ଟ୍ରେନକୁ ଡି-ରେଲ୍ କରିବାକୁ ଷଡ଼ଯନ୍ତ୍ର; ଟ୍ରାକରେ ରଖାଯାଇଥିଲା ୭୦ କେ.ଜି କଂକ୍ରିଟ୍ ଖଣ୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁର ଏବଂ ରାଜସ୍ଥାନର ଆଜମେୟର ପରେ ଏକ ମହାରାଷ୍ଟ୍ର ସୋଲାପୁରର ମାଲବାହୀ ଟ୍ରେନକୁୁ ଡି-ରେଲ୍ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ସୋଲାପୁର ଜିଲ୍ଲାର କୁର୍ଡୁଓ୍ବାଡି ଷ୍ଟେସନଠାରୁ ଏକ କିଲୋମିଟର ଦୂରରେ ରେଳ ଧାରଣ ଉପରେ ଏକ ବଡ଼ ସିମେଣ୍ଟ କଂକ୍ରିଟ୍ ଖଣ୍ଡ ରଖାଯାଇଥିଲା । ଦ୍ରୁତ ଗତିରେ ଥିବା ମାଲବାହୀ ଟ୍ରେନ୍ଟି ଉକ୍ତ ସିମେଣ୍ଟ ଖଣ୍ଡକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା ।
ଏହାର ଓଜର ୭୦ କେଜି ବୋଲି ଜଣାପଡ଼ିଛି। ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଏହି ମାମଲାରେ ରେଲଓ୍ବେ ସିନିୟର ସେକ୍ସସନ ଇଞ୍ଜିନିୟର ନିକଟସ୍ଥ ଥାନାରେ ଏତଲା ଦେଇଛନ୍ତି ।
ଏହା ପୂର୍ବରୁ କାନପୁରରେ ଟ୍ରାକ୍ରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା । ଏହାକୁ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ସେପ୍ଟେମ୍ବର ୮ ତାରିଖ ପ୍ରାୟ ରାତି ସାଢେ ୮ଟାର ପ୍ରୟାଗରାଜରୁ ଶିବାନୀକୁ ଯାଉଥିଲା । ଏହି ସମୟରେ ରେଳ ଧାରଣାରେ ଏକ ଏଲିଜି ସିଲିଣ୍ଡରକୁ ଧକ୍କା ଦେଇଥିଲା । ଫଳରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା ବେଳେ ଏହାର ଯାଞ୍ଚ ଚାଲିଛି ।…