IBN ଓଡ଼ିଶା ବ୍ୟୁରୋ

ପାକିସ୍ତାନରେ ୫.୮ ତୀବ୍ରତା ଭୂକମ୍ପ, ଭାରତରେ ମଧ୍ୟ ଝଟକା ଅନୁଭୂତ

ଭୂକମ୍ପରେ ଦୋହଲିଲା ପାକିସ୍ତାନ । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁସାରେ ଦି ୧ଟା ସମୟରେ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୮ ରହିଛି । ଭୂକମ୍ପର ଝଟକା ପାକିସ୍ତାନ ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଏବଂ ଭାରତରେ ଅନୁଭୂତ ହୋଇଛି ।

ଭାରତର ଜୟପୁର, ଚଣ୍ଡୀଗଡ, ଦିଲ୍ଲୀ ଏବଂ ନୋଏଡା ସହିତ ଅନେକ ସହରରେ ହାଲକା ଭାବେ ଅନୁଭୂତ ହୋଇଛି ।

ଜମ୍ମୁକାଶ୍ମୀର, ହରିୟାଣା ଏବଂ ପଞ୍ଜାବରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି । ତେବେ ପାକିସ୍ତାନରେ ହୋଇଥିବା ଭୂକମ୍ପର ଗଭୀରତା ୩୩ କିଲୋମିଟର ରହିଥିଲା । ତେବେ ଏନେଇ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ । ଗତ କିଛି ଦିନ ପୂର୍ବରୁ ନୂଆଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button