IBN ଓଡ଼ିଶା ବ୍ୟୁରୋ

ଭୂକମ୍ପ ଝଟକା ଥରିଲା ରାଜଧାନୀ

ଧ୍ୟମଧରଣର ଭୂକମ୍ପ ଝଟକାରେ ଥରିଛି ରାଜଧାନୀ ଦିଲ୍ଲୀ। ପାକିସ୍ତାନରେ ହୋଇଥିବା ୫.୮ ତୀବ୍ରତାର ଭୂକମ୍ପ ଝଟକା ପ୍ରଭାବ ଭାରତର ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଛି। ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଲୋକମାନେ ଝଟକା ଅନୁଭବ କରିଛନ୍ତି। ଏନେଇ National Center for Seismology ପକ୍ଷରୁ ସୂଚନା ଦିଆଯାଇଛି।

ସଂସ୍ଥା କହିଛି ଯେ ଭୂକମ୍ପର କେନ୍ଦ୍ର ସ୍ଥଳ ପାକିସ୍ତାନର କାରୋର ଠାରୁ ୨୫ କିମି ଦୂର।

ଏହା ଭୂପୃଷ୍ଠରୁ ୧୦ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଏହାର ଝଟକା ଇସଲାମାବାଦ ଓ ଲାହୋର ସମେତ ପାକିସ୍ତାନର ଅନେକ ସହରରେ ଅନୁଭୂତ ହୋଇଛି। ଏହାବାଦ ଭାରତର ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଓ ଜମ୍ମୁ-କଶ୍ମୀରରେ ମଧ୍ୟ ଲୋକମାନେ ଛୋଟ ଧରଣର ଝଟକା ଅନୁଭବ କରିଛନ୍ତି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button