IBN ଓଡ଼ିଶା ବ୍ୟୁରୋ

ଭୁଶୁଡ଼ି ପଡ଼ିଲା ୪୦୦ ବର୍ଷ ପୁରୁଣା ଦୁର୍ଗର ପାଚେରୀ, ଗୋଟିଏ ପରିବାରର ୭ ମୃତ

ଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ଘଟିଛି ବଡ଼ ଅଘଟଣ। ଏଠାରେ ଥିବା ୪୦୦ ବର୍ଷ ପୁରୁଣା ଦୁର୍ଗର ପାଚେରୀ ହଠାତ୍ ଭୁଶୁଡ଼ି ପଡ଼ିଛି। ଫଳରେ ପାଚେରୀ ନିକଟରେ ଘର କରି ରହୁଥିବା ଗୋଟିଏ ପରିବାରର ସବୁ କିଛି ଉଜିଡ଼ି ଯାଇଛି। ସେମାନଙ୍କ ଘର ମାଟିରେ ମିଶି ଯାଇଥିବା ବେଳେ ଧ୍ୱଂସାବଶେଷ ତଳୁ ପରିବାରର ୭ ଜଣଙ୍କ ମୃତଦେହ ମିଳିଛି।

ସେହିପରି ଧ୍ୱଂସାବଶେଷ ତଳୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୂରା ଘଟଣା ଆଜି ଭୋର ୩.୩୦ରେ ଘଟିଥିଲା। ଦୀର୍ଘ ୭ ଘଣ୍ଟା କାଳ ଉଦ୍ଧାରକାରୀ ଟିମ ଅକ୍ଲାନ୍ତ ପରିଶ୍ରମ କରି ଧ୍ୱଂସାବଶେଷ ତଳୁ ମଧ୍ୟାହ୍ନ ସୁଦ୍ଧା ୭ ଜଣଙ୍କ ମୃତଦେହ ବାହାର କରିଛନ୍ତି।

ସୂତ୍ର ଅନୁସାରେ, ପଡ଼ୋଶୀମାନେ ହିଁ ଧ୍ୱଂସାବଶେଷ ତଳୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ଉଦ୍ଧାରକାରୀ ଦଳ ଘଟଣାର ପ୍ରାୟ ୧ ଘଣ୍ଟା ପରେ ଆସିଥିଲେ। ସେମାନେ ଦିନ ୧୨ଟା ସୁଦ୍ଧା ୫ ଜଣଙ୍କ ମୃତଦେହକୁ ଧ୍ୱଂସାବଶେଷ ତଳୁ ବାହାର କରିଥିଲେ। ଏହାପରେ ଆଉ ୨ ଜଣଙ୍କ ମୃତଦେହ ମିଳିଛି। ତେବେ ପାଚେରୀ ଭୁଶୁଡ଼ିବା ଯୋଗୁ ହୋଇଥିବା ଶବ୍ଦ ଶୁଣି ପଡ଼ୋଶୀମାନେ ହିଁ ପ୍ରଥମେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।

ଦତିଆ ବିଧାୟକ ରାଜେନ୍ଦ୍ର ଭାରିତୀ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଓ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ତୁରନ୍ତ ରିଲିଜ କରିବାକୁ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button