IBN ଓଡ଼ିଶା ବ୍ୟୁରୋ

ବିବାହ ବିଳମ୍ବ ହେଉଛି କି?

ଭାରତୀୟ ପରମ୍ପରାରେ ପ୍ରଚଳିତ ୧୬ଟି ମୁଖ୍ୟ ସଂସ୍କାର ମଧ୍ୟରୁ ବିବାହ ଅନ୍ୟତମ। ଏହାକୁ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିବେଚନା କରାଯାଏ। ଅନେକ ପୁଅ-ଝିଅଙ୍କର ବିବାହ ଅନାବଶ୍ୟକ ଭାବରେ ବିଳମ୍ବିତ ହୁଏ। କେବେ‌ କେବେ ଦେଖାଯାଏ, ପାତ୍ରପାତ୍ରୀଙ୍କ ଜୀବନରେ ଏମିତି କିଛି ଘଟେ ଯେ ସବୁକିଛି ସ୍ଥିର ହେବା ପରେ ମଧ୍ୟ ପରିସ୍ଥିତି ବିଗିଡ଼ି ଯାଇଥାଏ। ବିବାହରେ ବିଳମ୍ବ କିମ୍ବା ବାଧା ପଛରେ ଅନେକ କାରଣ ଥାଏ। ବାସ୍ତୁଶାସ୍ତ୍ରରେ ବିବାହ ଦୋଷ ଦୂର ଜନିତ ବିଶେଷ ପଦକ୍ଷେପ ସଂପର୍କରେ ସୂଚନା ରହିଛି ବୋଲି କହନ୍ତି ଜଣାଶୁଣା ବାସ୍ତୁବିତ୍‌ ଡ. ମନୋଜ ଲେଙ୍କା।
ବ୍ୟକ୍ତିର ଜାତକ ଚକ୍ର କିମ୍ବା ଗୃହର ବାସ୍ତୁରେ ତ୍ରୁଟି ରହିଲେ ବିବାହରେ ଅସୁବିଧା ହୁଏ। ଜାତକରେ ମଙ୍ଗଳ ଦୋଷ ରହିଲେ ବା କାଳସର୍ପ ଦୋଷ ରହିଲେ ବିବାହରେ ବିଳମ୍ବ ହୋଇଥାଏ। ପୁଅ ହୁଅନ୍ତୁ ବା ଝିଅ, ଲଗ୍ନ‌ର ଦ୍ବିତୀୟରେ, ସପ୍ତମରେ, ଅଷ୍ଟମରେ ଓ ଦ୍ବାଦଶରେ ମଙ୍ଗଳ ରହିଥିଲେ ମଙ୍ଗଳ ‌ଦୋଷ ‌ଲାଗିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର କହେ। କିନ୍ତୁ କେନ୍ଦ୍ର ସ୍ଥାନରେ ଶନି ରହିଥିଲେ ମଙ୍ଗଳ ଦୋଷ ଖଣ୍ଡନ ହୋଇଥାଏ।
ଶାସ୍ତ୍ରାନୁଯାୟୀ, ଯଦି ଜାତକରେ ମଙ୍ଗଳ ଦୋଷ ରହିଥାଏ ତେବେ ଏହାର ଉପଯୁକ୍ତ ଉପଚାର କରାଯାଇପାରିଲେ ହିଁ ଏହି ଦୋଷ କଟିଥାଏ। ଡା. ଲେଙ୍କାଙ୍କ ମତାନୁଯାୟୀ, ଗୃହର ବାସ୍ତୁୁଜନିତ ଦୋଷ ଥିଲେ ବିବାହରେ ବିଳମ୍ବ ହୋଇଥାଏ। ଘରର ଐଶାନ୍ୟ କୋଣରେ, ଉତ୍ତର ଦିଗରେ, ପୂର୍ବଦିଗରେ ଶିଡ଼ି ରହିଥିଲେ ବିବାହ ବିଳମ୍ବ ହୁଏ ବୋଲି ବିଶ୍ବାସ ରହିଛି। ତେଣୁ ବିଳମ୍ବିତ ବିବାହ ଦୋଷକୁ କାଟିବା ପାଇଁ ଘରର ବାସ୍ତୁତ୍ରୁଟିର ଉପଚାର ସହିତ ଅନ୍ୟ କିଛି ପାରମ୍ପରିକ ଉପାୟ ରହିଛି।
l ବାସ୍ତୁ ନିୟମ ଅନୁସାରେ ପୁତ୍ର କିମ୍ବା କନ୍ୟାର ଐଶାନ୍ୟ କୋଣରେ ଏକ ବଡ଼ ଫଟୋ ଉତ୍ତର ଭାଗରେ ଦକ୍ଷିଣ ମୁଖ କରି ଯଦି ଲଗାଯାଏ ତେବେ ବିଳମ୍ବ ବିବାହ କ୍ରମେ ଶୀଘ୍ରତର ହୋଇ ବାହାଘର ଠିକ୍‌ ହୋଇଯାଏ।
l ପ୍ରତି ଗୁରୁବାର କନ୍ୟାର ସ୍ନାନଜଳରେ କଞ୍ଚାହଳଦୀ ବଟା ପକାଇ ଗାଧୋଇବା ପରେ କଦଳୀଗଛ ମୂଳରେ ହଳଦୀ ପାଣି ପ୍ରଦାନ କଲେ ବିବାହ ଶୀଘ୍ର ହୋଇଥାଏ ବୋଲି ଲୋକବିଶ୍ବାସ ରହିଛି।
l କୁହାଯାଏ, ବିଧିବିଧାନ ଅନୁସାରେ ପ୍ରତି ଶନିବାର ଅଶ୍ବତଥ୍‌ ଗଛମୂ‌େଳ ପୂଜାକଲେ ବିଳମ୍ବିତ ବିବାହ ଦୋଷ ଦୂର ହୋଇଥାଏ।
l ବରଗଛରେ ସାତଘେରା ସୂତା ବୁଲାଇବା ସହିତ ଗୁଡ଼, କଦଳୀ ଏବଂ କେଶର ମିଶ୍ରିତ ଜଳ ପୂର୍ବମୁଖ ହୋଇ ଢାଳିବା ଦ୍ବାରା ବିଳମ୍ବିତ ବିବାହ ଦୋଷ ଦୂରହୋଇଥାଏ ବୋଲି ବିଶ୍ବାସ ରହିଛି।
l ପ୍ରଚଳିତ ବିଚାର ଅନୁଯାୟୀ, ନଅ ଗୁରୁବାର ବା ନଅ ସୋମବାର ବା ଭଲ ତିଥିରେ ୫ ଗ୍ରାମ୍‌ ରାଶି, କେଶର, ମହୁ, ଗୁଡ଼, କ୍ଷୀର ମିଶ୍ରିତ ଦ୍ରବ୍ୟ ନିଜ ନାମ ଗୋତ୍ରରେ ପୂଜା କରିବା ଦ୍ବାରା ବିବାହ ଶୀଘ୍ର ହୋଇଯାଏ।
l ଶାହାଡ଼ା ଗଛ ପୂଜା ସହିତ ଯେଉଁ ତିଥିରେ ମହାଦେବଙ୍କ ସହିତ ପାର୍ବତୀ ଥିବେ ସେହି ତିଥିରେ ମା’ଙ୍କୁ ସୁହାଗ ପଦାର୍ଥ (ଶାଢ଼ି, ଚୁଡ଼ି, ସିନ୍ଦୂର, ଅଳତା, କୁଙ୍କୁମ) ସହ ପୂଜା କରାଗଲେ ଶୁଭଫଳ ମିଳିଥାଏ ଏବଂ ବିବାହ ସହଜରେ ହୋଇଯାଇଥାଏ ବୋଲି ଧର୍ମୀୟ ବିଶ୍ବାସ ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button