IBN ଓଡ଼ିଶା ବ୍ୟୁରୋ
ମଝି ଆକାଶରେ ବଡ଼ ଅଘଟଣ; ତଳକୁ ଖସି ଜଳିଗଲା ବିମାନ, ୬୨ ମୃତ…ଦେଖନ୍ତୁ ଭିଡିଓ

ଭିନହେଡୋ ସହରରେ ଏହା ଦୁର୍ଘଟଣା ହେବା ପରେ ତଳକୁ ଖସିପଡିଥିଲା ଓ ସଂପୂର୍ଣ୍ଣ ଜଳିଯାଇଥିଲା। ଭାଇରାଲ୍ ଭିଡିଓରେ ବିମାନଟି ଗୋଟିଏ ଗଛରେ ମାଡ଼ ହେଉଛି ଏବଂ ଧୂଆଁ ବାହାରୁଥିବା ଦେଖାଯାଉଛି। ତେବେ କେଉଁ କାରଣ ପାଇଁ ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେଲା ତାହା ଜଣାପଡ଼ିନାହିଁ। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ଦୁର୍ଘଟଣାରେ ସମସ୍ତ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ମୃତାହତଙ୍କ ସଂପର୍କରେ ସରକାରୀ ଭାବେ କୌଣସି ତଥ୍ୟ ଜାରି ହୋଇନାହିଁ।ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭା ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର କୌଣସି ଯାତ୍ରୀ ଜୀବିତ ଥିବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।