IBN ଓଡ଼ିଶା ବ୍ୟୁରୋ

ଟେକ୍ସାସ୍ ଓ ମିସିସିପିରେ ଭୟଙ୍କର ଝଡ଼; ପବନରେ ଉଡ଼ିଲା ଘରର ଛାତ ଓ ଗାଡ଼ି, ୨ ମୃତ

ଆମେରିକାର ଟେକ୍ସାସ୍ ଓ ମିସିସିପିରେ ଭୟଙ୍କର ଝଡ଼ ସୃଷ୍ଟି ହୋଇଛି । ଶନିବାର ଗୋଟିଏ ପରେ ଗୋଟିଏ ଝଡ଼ରେ ଅନେକ ଗାଡ଼ି ଏବଂ ଘରର ଛାତ ଉଡ଼ିଯାଇଛି । ବହୁ ସଂଖ୍ୟକ ଗଛ ଓ ପୋଲ ଏଥିରେ କ୍ଷତିଗ୍ରସ୍ତ ହୋଇଛି । ଏହି ଘୂର୍ଣ୍ଣିଝଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।

ଝଡ଼ର ପ୍ରକୋପ ଏତେ ଅଧିକ ଥିଲା ଯେ ଅନେକ ଘରର ଛାତ ପବନରେ ଉଡ଼ିଯାଇଥିଲା । ବାହାରେ ପାର୍କିଂ ହୋଇଥିବା ଅନେକ ଗାଡ଼ିମୋଟର ମଧ୍ୟ ଓଲଟି ପଡ଼ିଥିଲା । ବ୍ରାଜୋରିଆ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟର ପ୍ରବକ୍ତା ମାଡିସନ୍ ପୋଲଷ୍ଟନ୍ କହିଛନ୍ତି, ହ୍ୟୁଷ୍ଟନର ଦକ୍ଷିଣରେ ଥିବା ଲିଭରପୁଲ୍‌ ଅଞ୍ଚଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗମ୍ଭୀର ରୂପେ ଆହତ ହୋଇଛନ୍ତି ।

ଲିଭରପୁଲ୍ ଏବଂ ହିଲକ୍ରେଷ୍ଟ ଭିଲେଜ ତଥା ଆଲଭିନ୍ ମଧ୍ୟରେ କାଉଣ୍ଟିର ଅନେକ ସ୍ଥାନ ଝଡ଼ ଦ୍ୱାରା ପ୍ରଭାବିତ ହୋଇଛି । ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଅଧିକାରୀମାନେ ପାଖାପାଖି ୧୦ଟି କ୍ଷତିଗ୍ରସ୍ତ ଘରକୁ ଚିହ୍ନଟ କରିଛନ୍ତି । ଆହୁରି କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ବହୁ ସଂଖ୍ୟାରେ ଘର, ପ୍ରତିଷ୍ଠାନ ଏବଂ ଦୋକାନ ନଷ୍ଟ ହୋଇଥିବାର ଆଶଙ୍କା କରାଯାଉଛି ।

ମିସିସିପି ଜରୁରୀକାଳୀନ ପରିଚାଳନା ଏଜେନ୍ସିର ପ୍ରବକ୍ତାଙ୍କ ଅନୁସାରେ, ମିସିସିପିରେ ଆଡାମ୍ସ କାଉଣ୍ଟିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫ୍ରାଙ୍କଲିନ୍ କାଉଣ୍ଟିରେ ଦୁଇ ଜଣ ଆହତ ହୋଇଛନ୍ତି । ଜାତୀୟ ପାଣିପାଗ ସେବା କହିଛି ଯେ ଝଡ଼ରେ ବୁଡ୍ ଏବଂ ବ୍ରେଣ୍ଡନ ସହର ଆଖାପାଖରେ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button