IBN ଓଡ଼ିଶା ବ୍ୟୁରୋ

ୱାଇଜମ୍ୟାନ ଇଣ୍ଟରନ୍ୟାସନାଲ ଆଞ୍ଚଳିକ କାଉନସିଲ ବୈଠକ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ଘରୋଇ ହୋଟେଲରେ ମିଳିତ ଜାତିସଙ୍ଘ ସହବନ୍ଧିତ ଅନୁଷ୍ଠାନ ୱାଇଜମ୍ୟାନ ଇଣ୍ଟରନାସନାଲ ର ୱାଇଜମ୍ୟାନ ଦକ୍ଷିଣ ପୂର୍ବ ଓ ଦକ୍ଷିଣପୂର୍ବ ଭାରତର ଆଞ୍ଚଳିକ ସମୀକ୍ଷା ବୈଠକ ଓ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଆଞ୍ଚଳିକ ନିର୍ଦେଶକ ତଥା ଆଇନୀଜୀବୀ ପ୍ରସନ୍ନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି।

ଅନ୍ତର୍ଜାତୀୟ ସଭାପତି ସହନଭାସ ଖାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଇଣ୍ଡିଆ ଏରିଆ ସଭାପତି ଭି ଏସ ରାଧାକୃଷ୍ଣନ ଓ ଡ଼କ୍ଟର କୋଟରାନ ସାମିଲ ହୋଇଥିଲେ। ଅନ୍ତର୍ଜାତୀୟ ଆନ୍ଦୋଳନର ସମସ୍ତ ଦିଗ ଉପରେ ଆଲୋକପାତ କରି ସମାଜର ଅବହେଳିତ ଲୋକଙ୍କ ସେବାରେ ନିୟୋଜିତ ହେବା ସହ ବିଶ୍ୱ ଭାତୃତ୍ୱ ପ୍ରତିଷ୍ଠା କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ଆହ୍ୱାନ ଦେଇଥିଲେ। ଚଳିତବର୍ଷ ଆଞ୍ଚଳିକ ନିର୍ଦେଶକ ଶ୍ରୀ ନନ୍ଦଙ୍କ ଉଦ୍ୟମରେ ଓଡିଶା ସମେତ ଉତ୍ତର, ପୂର୍ବ ଓ ଉତ୍ତରପୂର୍ବ ଅଞ୍ଚଳରେ ହୋଇଥିବା ସେବା ମୂଳକ କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ । ଏନଇଏନ ଇଆଇଆର ଅଂଚଳର ଓଡିଶା ଜିଲ୍ଲାର ଗର୍ଭର୍ଣ୍ଣର ସୁଜିତ ପାଣି ଓ ଦିଲ୍ଲୀ ଜିଲ୍ଲା ଗଭର୍ଣ୍ଣର ଜେ ଭାଗେଲା କ୍ଲବ ମାନଙ୍କ ଦ୍ୱାରା ଆୟୋଜିତ ସେବା କାର୍ଯ୍ୟର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ସମ୍ପାଦକ ସତ୍ୟ ଗୋପାଳ ପରିଜା, କୋଷାଧ୍ୟକ୍ଷ ପିୟୁଷ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଓଡିଶା, ଦିଲ୍ଲୀ, ଫରିଦାବାଦ, ରାଞ୍ଚି, ଗୌହାଟି ସମେତ ଉତ୍ତର ଭାରତ ଓ ଉତ୍ତର ପୂର୍ବ ଭାରତର ବହୁ ନେତୃମଣ୍ଡଳୀ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button