IBN ଓଡ଼ିଶା ବ୍ୟୁରୋ

ଝିଅଙ୍କ ସହିତ ଭୁଲରେ ବି ଏହି କଥା ହେବା ଉଚିତ ନୁହେଁ ,ଜାଣନ୍ତୁ କେଉଁ କଥା ?

ଆଶ୍ଚର୍ଯ୍ୟ ଚାଣକ୍ୟଙ୍କ ଠାରୁ ଆରମ୍ଭ କରି ବହୁ ଜ୍ଞାନୀ ଗୁଣି ମଧ୍ୟ ଏହା ବର୍ଣ୍ଣନା କରିଛନ୍ତି ଯେ ସ୍ତ୍ରୀର ମନ ପଢ଼ିବା ଖୁବ କଷ୍ଟେକର ଅଟେ । ସେ କେତେବେଳେ କେଉଁ ସମୟରେ କେଉଁ କଥା କାହା କଥା ଭାବିଥାଏ ତାହା ଅନୁମାନ କରିବା ଅସମ୍ଭବ ଅଟେ । ତେବେ ଏହା କାହିଁକି ତାହାର ଉତ୍ତର କୌଣସି ବଡ଼ ବଡ଼ ବିଦ୍ୱାନଙ୍କ ପାଖରେ ମଧ୍ୟ ନାହିଁ । ତେଣୁ ଏହାକୁ ସ୍ତ୍ରୀଙ୍କର ସବୁଠାରୁ ରହସ୍ୟମୟ କୀର୍ତ୍ତି କୁହାଯାଏ । ତେଣୁ କୌଣସିବି ମତ ଏହାର ସପକ୍ଷରେ ଯିବ ନାହିଁ । କାରଣ ଏହା ବାସ୍ତବରେ ହିଁ ସବୁଠାରୁ ରହସ୍ୟମୟ କୀର୍ତ୍ତି ଅଟେ ।

ଏପରି ଅନେକ ସମୟରେ ହୋଇଥାଏ ଯେ ଆପଣ ନିଜ ଗାର୍ଲଫ୍ରେଣ୍ଡ କିମ୍ବା ସ୍ତ୍ରୀ ସହିତ ଖୁବ ଭଲ ସମୟ ବିତାଉଥିଲେ । କିନ୍ତୁ ହଠାତ ଆପଣଙ୍କ ସ୍ତ୍ରୀ କିମ୍ବା ଗାର୍ଲଫ୍ରେଣ୍ଡ ରାଗି ଯାଉଛି । ଏପରି ପରିସ୍ଥିତି ଅନେକ ସମୟରେ ହୋଇଥାଏ । କିନ୍ତୁ ଏହା ପଛରେ ଦାୟୀ କେବଳ ଆପଣ । ଅର୍ଥାତ ସେହି ସମୟରେ ଆପଣ କିଛି କଥା କହିଦେଇ ପାରନ୍ତି କିମ୍ବା କିଛି ହୁଏତ କହି ଦେଇଥିବେ ଯେଉଁ କାରଣରୁ ସ୍ତ୍ରୀ ଅଭିମାନ କରିଥାଏ । ଯାହାଦ୍ୱାରା ସ୍ତ୍ରୀର ମୋଡ଼ ଖରାପ ହୋଇଥାଏ । ସର୍ବପ୍ରଥମେ ଭୁଲ ଏହା ଯେ ଆପଣ ଯଦି ନିଜ ପାର୍ଟନରକୁ ଅତୀତ ସହିତ ଜଡ଼ିତ କିଛି ପଚାରି ଥାନ୍ତି ।

କେହିବି ମହିଳା ନିଜ ଅତୀତ ସହିତ ଜଡ଼ିତ କଥା ଶୁଣିବାକୁ କିମ୍ବା କହିବାକୁ ପସନ୍ଦ କରନ୍ତି ନାହିଁ । କିଛି ମହିଳା ଫାଷ୍ଟ ଡେଟରେ ହିଁ ସେକ୍ସ ପାଇଁ ଉତ୍ସୁକ ଥାନ୍ତି । ମାତ୍ର ଅଧିକାଂଶ ମହିଳା ସେଥିପ୍ରତି ଉତ୍ସୁକ ନଥାନ୍ତି । ତେଣୁ ତାଙ୍କୁ ପଚାରିବା କିମ୍ବା ବାଧ୍ୟ କରିବା ଉଚିତ ହୋଇ ନଥାଏ । କୌଣସିବି ମହିଳାଙ୍କ ପାଇଁ ନିଜ ବୟଫ୍ରେଣ୍ଡର ପରିବାର ସହିତ ସାକ୍ଷାତ କରିବା ବେଶ ବଡ଼ କଥା ହୋଇଥାଏ । ତେଣୁ ଏହି କାମ ଆଗରୁ ଥରେ ପଚାରି ନେବା ଉଚିତ । ନଚେତ ଏହି କାରଣରୁ ମଧ୍ୟ ମହିଳା କ୍ରୋଧିତ ହୋଇ ପାରନ୍ତି ।

ସବୁ ମହିଳା ନିଜ ପାର୍ଟନର ଠାରୁ ସୁନ୍ଦର ଦେଖା ଯାଉଛି ବୋଲି କିମ୍ବା ପ୍ରଶଂସା ଶୁଣିବାକୁ ପସନ୍ଦ କରନ୍ତି । ମାତ୍ର ଯଦି ପାର୍ଟନର ତାଙ୍କ ପ୍ରଶଂସା ନକରନ୍ତି ତେବେ ତାଙ୍କ ମୋଡ଼ ଖରାପ ହୋଇପାରେ । ଏହାବ୍ୟତୀତ ଯଦି ପୁରୁଷ ଅନ୍ୟ ମହିଳାର ପ୍ରଶଂସା କରେ ତେବେ ମଧ୍ୟ ମହିଳା କ୍ରୋଧିତ ହୋଇଥାନ୍ତି ଏବଂ ମନରେ ଅନେକ କିଛି ଚିନ୍ତା କରିଥାନ୍ତି । ତେଣୁ ଏହି ଭୁଲ ଆଦୋୖ କରିବା ଉଚିତ ନୁହେଁ । ଏସବୁ ବ୍ୟତୀତ ତାଙ୍କ ବନ୍ଧୁ କିମ୍ବା ପରିବାର ଲୋକଙ୍କ ବିଷୟରେ ଏଣୁତେଣୁ କହିବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ସମ୍ବନ୍ଧ ମଧ୍ୟ ଖରାପ ହୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button