ରାଜ୍ୟ

ଆପାର୍ଟମେଣ୍ଟରେ ବଡ ଧରଣର ଚୋରି: ୫୦ ଭରି ସୁନା ଅଳଙ୍କାର ସମେତ ୪୦ରୁ ଉର୍ଦ୍ଧ୍ବ ରୂପା ମୁଦ୍ରା ଲୁଟି ନେଲେ ଲୁଟେରା

ଭୁବନେଶ୍ବର: ଚନ୍ଦକା ଥାନା ଅଧିନ ଆକ୍ରୋପଲିସ ଆପାର୍ଟମେଣ୍ଟରେ ବଡ ଧରଣର ଚୋରି । ପୂର୍ବତନ ଚିଫ୍ ସାଇଣ୍ଟିଷ୍ଟଙ୍କ ଘରୁ ଲୁଟିନେଲେ ଲୁଟେରା । ୫୦ ଭରି ସୁନା ଅଳଙ୍କାର ସମେତ ୪୦ରୁ ଉର୍ଦ୍ଧ୍ବ ରୂପା ମୁଦ୍ରା ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ନ୍ୟାସନାଲ ମେଟାଲର୍ଜିକାଲ ଲାବରେଟୋରୀର ପୂର୍ବତନ ଚିଫ୍ ସାଇଣ୍ଟିଷ୍ଟ ନାରାୟଣ ପରିଡାଙ୍କ ଘରୁ ଏହି ଲୁଟ ହୋଇଛି।

ଦେଶ ବାହାରକୁ ଯାଇଥିବା ବେଳେ କଳାକନା ବୁଲାଇଲେ ଲୁଟେରା। ୟୂରୋପ ପୁଅ ପାଖକୁ ଯାଇଥିବାବେଳେ ଲୁଟ୍ ହୋଇଛି।

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୧ ତାରିଖ ରାତିରେ ଚୋରି ହୋଇଛି। ୧୨ ତାରିଖରେ ଘର ତାଲା ଭାଙ୍ଗିଥିବା ଦେଖିଥିଲେ କେୟାର ଟେକର। ଆଜି ୟୁରୋପରୁ ଆସି ପହଞ୍ଚିଥିଲେ ପରିବାରଲୋକେ। ଜୁଲାଇ ୧ ରୁ ୟୁରୋପ ଯାଇଥିଲେ। ନଗଦ ଟଙ୍କା ପାଖାପାଖି ୧୦ ହଜାର ଟଙ୍କା ଲୁଟ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button