IBN ଓଡ଼ିଶା ବ୍ୟୁରୋ

ବାଇଡେନ-ହାରିସ୍‌ଙ୍କ ଉପରେ ହେଉନି ଗୁଳିମାଡ଼: ମସ୍କ୍‌ଙ୍କ ବିବାଦୀୟ ମନ୍ତବ୍ୟ

ୱାଶଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦ୍ୱିତୀୟ ଥର ପାଇଁ ଗୁଳିମାଡ଼ ହୋଇଛି। ଏହା ପରେ ବିଶ୍ୱର ଅଗ୍ରଣୀ ବ୍ୟବସାୟୀ ଏଲନ୍ ମସ୍କ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ଆଶ୍ଚର୍ଯ୍ୟଜନକ ତଥା ବିବାଦୀୟ ପୋଷ୍ଟ କରିଛନ୍ତି।

ଉଦ୍ବେଗ ପ୍ରକାଶ କରି ଏଲନ୍ ମସ୍କ ଏକ୍ସରେ ଲେଖିଛନ୍ତି, କମଲା ହାରିସ୍ ଏବଂ ଜୋ ବାଇଡେନଙ୍କୁ ହତ୍ୟା କରିବା ପାଇଁ କେହି ବି ଉଦ୍ୟମ କରୁନାହାନ୍ତି।

ଏଲନ୍ ମସ୍କଙ୍କ ଏହି ଟୁଇଟ୍ ନେଇ ସୋସିଆଲ ମିଡିଆରେ ଉତ୍ତେଜନା ଦେଖାଦେଇଛି। ଏନେଇ ଏକ୍ସରେ ୟୁଜରମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବାରେ ଲାଗିଛନ୍ତି। କେହି କେହି ମସ୍କକୁ ପ୍ରଶ୍ନ କରୁଥିବାବେଳେ ଅନ୍ୟ ୟୁଜରମାନେ ଏନେଇ ସମର୍ଥନ ଜଣାଉଛନ୍ତି।

ଏଲନ୍ ମସ୍କଙ୍କ ଟୁଇଟ୍ରେ ଜଣେ ୟୁଜର ପ୍ରଶ୍ନ କରିଛନ୍ତି ଟ୍ରମ୍ପଙ୍କୁ କାହିଁକି ହତ୍ୟା କରିବାକୁ ଚାହୁଁଛନ୍ତି? ଅନ୍ୟ ଜଣେ ୟୁଜର ଏଲନ୍ ମସ୍କକୁ ଲକ୍ଷ୍ୟ କରି କହିଛନ୍ତି, ‘ଆପଣଙ୍କର କ’ଣ ଭୁଲ୍ ଅଛି, କିଛି ପୋଷ୍ଟ କରିବା ପୂର୍ବରୁ ଆପଣ ଭାବୁଛନ୍ତି କି ନାହିଁ?’ ଅନ୍ୟ ଜଣେ ଲେଖିଛନ୍ତି କେହି କାହାକୁ ମାରିବାକୁ ଚେଷ୍ଟା କରୁନାହାନ୍ତି। ଏହା ବ୍ୟତୀତ ଜଣେ ବ୍ୟକ୍ତି ଲେଖିଛନ୍ତି ବାଇଡେନ ଯୁଗରେ ଟ୍ରମ୍ପଙ୍କ ବିରୋଧରେ ଅନେକ ଘଟଣା ଘଟିଛି, ତାଙ୍କୁ କାହିଁକି ବାରଣ କରାଯାଇ ନ ଥିଲା ? ଏହି ଆକ୍ରମଣ ପରେ ଟ୍ରମ୍ପ ମଧ୍ୟ ଟୁଇଟ୍ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button