IBN ଓଡ଼ିଶା ବ୍ୟୁରୋ

୮୦୦ କିଲୋ ଖାଦ୍ୟଶସ୍ୟରେ ତିଆରି କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କର ସର୍ବବୃହତ୍‌ ଚିତ୍ର, ୧୩ ବର୍ଷୀୟା ଛାତ୍ରୀଙ୍କ ନାମରେ ବିଶ୍ୱ ରେକର୍ଡ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସେପ୍ଟେମ୍ବର ୧୭ରେ ପାଳନ କରିବେ ନିଜର ଜନ୍ମଦିନ । ଚଳିତ ବର୍ଷ ପିଏମ୍‌ ମୋଦିଙ୍କୁ ନିଜ ଜନ୍ମଦିନ ପୂର୍ବରୁ ଜଣେ ଛାତ୍ରୀ ବହୁମୂଲ୍ୟ ଉପହାର ଭେଟି ଦେଇଛନ୍ତି । ଚେନ୍ନାଇର ୧୩ ବର୍ଷୀୟା ଛାତ୍ରୀ ପ୍ରେସ୍‌ଲି ଶେଖିନା ପ୍ରଧାନମନ୍ତ୍ରୀ ମୋଦିଙ୍କର ସର୍ବବୃହତ୍‌ ଚିତ୍ର ତିଆରି କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

ଏହି ଅଦ୍ଭୁତ ଚିତ୍ର ୮୦୦ କିଲୋ ମାଣ୍ଡିଆ ଏବଂ ଅନ୍ୟାନ୍ୟ ଖାଦ୍ୟଶସ୍ୟରେ ତିଆରି କରାଯାଇଛି । ଏହାକୁ ତିଆରି କରିବା ପାଇଁ ପ୍ରେସ୍‌ଲିଙ୍କୁ ଲାଗିଛି ମୋଟ ୧୨ ଘଣ୍ଟା ସମୟ । ପ୍ରେସ୍‌ଲି ନିଜ ମା’ ସଙ୍କିରାନୀ ଓ ବାପା ପ୍ରତାପ ସେଲ୍‌ଭମଙ୍କ ସହ ଚେନ୍ନାଇର କୋଲାପକ୍କାମରେ ରୁହନ୍ତି । ସେ ଭେଲମାଲ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ।

ପ୍ରେସ୍‌ଲି ସକାଳ ୮ଟା ୩୦ରେ ଚିତ୍ର ତିଆରି ଆରମ୍ଭ କରି ରାତି ୮ଟା ୩୦ ସୁଦ୍ଧା ଏହାକୁ ସମାପ୍ତ କରିଥିଲେ । ଏହି ପେଣ୍ଟିଂ ୬୦୦ ବର୍ଗଫୁଟରେ ବିସ୍ତାର ହୋଇଛି ।

ପ୍ରେସଲିଙ୍କ ଅସାଧାରଣ ପ୍ରୟାସକୁ ୟୁନିକୋ ୱାର୍ଲ୍ଡ ରେକର୍ଡସ୍‌ ଷ୍ଟୁଡେଣ୍ଟ ଆଚିଭମେଣ୍ଟ ବର୍ଗ ଅଧୀନରେ ମାନ୍ୟତା ପ୍ରଦାନ କରିଛି । ୟୁନିକୋ ୱାର୍ଲ୍ଡ ରେକର୍ଡସ୍‌ର ନିର୍ଦ୍ଦେଶକ ଆର୍‌. ଶିବରାମନ ପ୍ରେସ୍‌ଲିଙ୍କ ସଫଳତାର ସମ୍ମାନରେ ତାଙ୍କୁ ଏକ ପ୍ରମାଣପତ୍ର ଓ ପଦକ ପ୍ରଦାନ କରିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button