IBN ଓଡ଼ିଶା ବ୍ୟୁରୋ

ସାବଧାନ୍‌! ଆପଣ ବି ହୋଇପାରନ୍ତି ଓଟିପି ଠକାମୀର ଶିକାର

ନୂଆଦିଲ୍ଲୀ: ଦେଶରେ ଆଜିକାଲି ସାଇବର୍ ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଫଳରେ ପୀଡ଼ିତାମାନେ ଖୁବ୍ ସହଜରେ ଧୋକାର ଶିକାର ହେଉଛନ୍ତି। ଏପରିକି ଗୋଟାଏ ଲିଙ୍କ୍ କିମ୍ବା ମେସେଜ୍କୁ ଖୋଲି ଦେଲେ ଖାଲି ହୋଇଯାଉଛି ପୂରା ବ୍ୟାଙ୍କ୍ ଆକାଉଣ୍ଟ୍। ଦେଶରେ ହେଉଥିବା ଏଭଳି ସାଇବର୍ ଠକାମୀରୁ ନିଜକୁ ବଞ୍ଚାଇବା ପାଇଁ ସରକାର କେତୋଟି ସୁରକ୍ଷିତ ରହିବାର କୌଶଳ ବତାଇଛନ୍ତି।

ଭାରତ ସରକାରଙ୍କ ଏଜେନ୍ସି ‘ଇଣ୍ଡିଆନ୍ କମ୍ପ୍ୟୁଟର୍ ଏମର୍ଜେନ୍ସି ରେସ୍ପନ୍ସ ଟିମ୍’ର ଏକ୍ସ ପ୍ଲାଟ୍ଫର୍ମରେ ଏକ ପୋଷ୍ଟ୍ କରାଯାଇଛି। ଏଥିରେ ଓଟିବି ସାଇବର୍ ଠକେଇରୁ ନିଜକୁ ସୁରକ୍ଷା ଦେବା ବାବଦରେ ଲେଖାଯାଇଛି। ଯାହା ଫଳରେ ଆପଣ ନିଜର ପରିଶ୍ରମର ରୋଜଗାରକୁ ସୁରକ୍ଷିତ ରଖିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button