ରାଜ୍ୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ୯ ରୁଟ୍ରେ ମୋ ବସ୍ ଦିଗ ବଦଳିଲା
ଭୁବନେଶ୍ୱର ୧୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ତେଣୁ ମଙ୍ଗଳବାର ମୋ ବସର ୯ ରୁଟ୍ରେ ବସ୍ ଚଳଚଳ ପ୍ରଭାବିତ ଆଶଙ୍କା କରିଛି କ୍ୟାପିଚାଲ ରିଜନ ଅର୍ବାନ ଟ୍ରାନ୍ସପର୍ଟ (କ୍ରୁଟ) । ଏନେଇ କ୍ରୁଟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ରୁଟ ନଂ ୯,୧୦,୧୧, ୧୨, ୧୩ , ୧୮, ୩୬, ୩୭ ଓ ୪୭ରେ ବସ ରୁଟ୍ର ଦିଗ ପରିବର୍ତ୍ତନ କରାଯିବ ।
ଆବଶ୍ୟକ ପଡ଼ିଲେ ବସ୍ ଚଳାଚଳ ବାତିଲ ମଧ୍ୟ କରାଯାଇ ପାରେ । ବିଶେଷ କରି ନନ୍ଦନକାନନ ଓ ଜୟଦେବ ବିହାର ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ ହୋଇଛି । ତେଣୁ ଏହି ସବୁ ରୁଟ୍ରେ ବସ ଚଳାଚଳ ସାମାନ୍ୟ ପ୍ରଭାବିତ ହୋଇଛି। ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ବଳବତ୍ତର ରହିବ।