IBN ଓଡ଼ିଶା ବ୍ୟୁରୋ

ଯେତେ ରୋଜଗାର କଲେ ବି ଏହି ୫ ଜଣ ବ୍ୟକ୍ତି କେବେ ବି ହୋଇ ପାରନ୍ତି ନାହିଁ ଧନୀ-

ଶାସ୍ତ୍ର ରେ ବର୍ଣନା କରାଯାଇଥିବା ନୀତି ନିୟମ କୁ ଯେଉଁ ମାନେ ପାଳନ କରନ୍ତି ସେମାନଙ୍କୁ ଜୀବନରେ ବହୁତ ଶୀଘ୍ର ସଫଳତା ମିଳିଥାଏ। ଶାସ୍ତ୍ର ରେ ମାନବ ଜୀବନଶୈଳୀ କୁ ନେଇ ଅନେକ ନୀତିନିୟମ ବିଷୟରେ ଉଲ୍ଲେଖ କରାଯାଇଛି। ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଏମିତି ସବୁ ନିୟମକୁ ପାଳନ କରେ ଏବଂ ନିଜର କର୍ମ ରେ ଲଗାଇଥାଏ ତେବେ ସେହି ବ୍ୟକ୍ତିକୁ ଜୀବନରେ ଅନେକ ସୁଖ ଓ ଶାନ୍ତି ମିଳିଥାଏ। ଯେତେବେଳେ ଟଙ୍କା ପଇସା ଉପରେ କଥା ଆସେ ତ ସମସ୍ତେ ଧନୀ ହବାକୁ ଚାହିଁଥାନ୍ତି।

ସମସ୍ତଙ୍କର ସ୍ଵପ୍ନ ରହିଥାଏ କି ଅଧିକ ରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ କିନ୍ତୁ ଲୋକମାନେ ଅଜାଣତ ରେ ଏପରି କିଛି ଭୁଲ କରି ବସନ୍ତି ଯାହା ଦ୍ଵାରା ସେମାନେ ଜୀବନରେ କେବେ ବି ଧନୀ ହୋଇପାରନ୍ତି ନାହିଁ। ଏବଂ ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ସେମାନେ ସେହି ଟଙ୍କା କୁ ସଞ୍ଚୟ କରି ପାରନ୍ତି ନାହିଁ।

ମଇଳା ପୋଷାକ ପିନ୍ଧୁଥିବା ବ୍ୟକ୍ତି:-

ଯେଉଁ ମାନଙ୍କର ସୁନ୍ଦର ଓ ପରିଷ୍କାର ପୋଷାକ ଥାଇ ମଧ୍ୟ ସେମାନେ ମଇଳା ବା ଛିଣ୍ଡା ପୋଷାକ ପିନ୍ଧିଥାନ୍ତି ତେବେ ମାତା ଲକ୍ଷ୍ମୀ ଏହିପରି ବ୍ୟକ୍ତିଙ୍କ ଜୀବନକୁ କେବେ ବି ଆସନ୍ତି ନାହିଁ। ଯେଉଁମାନେ ସର୍ବଦା ଅପରିଷ୍କାର ଭାବେ ଜୀବନ ଯାପନ କରନ୍ତି ଏବଂ ସେମାନଙ୍କର ଚାରିପାଖରେ ପରିଷ୍କାର ପରିଚ୍ଛନ ମଧ୍ୟ ରଖନ୍ତି ନାହିଁ ତେବେ ମାତା ଲକ୍ଷ୍ମୀ ଙ୍କ କୃପା ସେମାନଙ୍କ ଉପରେ କେବେ ବି ପଡେ ନାହିଁ। ଏହିପରି ଲୋକଙ୍କୁ ସମାଜ ରେ ପସନ୍ଦ କରାଯାଇନଥାଏ। ଏବଂ ଆଗାମୀ ଦିନରେ ଏମାନଙ୍କୁ ଅପମାନ ର ସମ୍ମୁଖୀନ ହେବାକୁ ପଡିଥାଏ।

ଦାନ୍ତ ସଫା ନ ରଖୁଥିବା ବ୍ୟକ୍ତି:-

ଶାସ୍ତ୍ର ଅନୁସାରେ ଯେଉଁ ମାନେ ଦାନ୍ତକୁ ସଠିକ ଭାବେ ସଫା ରଖନ୍ତି ନାହିଁ ତେବେ ସେହି ବ୍ୟକ୍ତି ମାନଙ୍କୁ ନିଶ୍ଚୟ ଦାରିଦ୍ର୍ୟତା ର ସମ୍ମୁଖୀନ ହେବାକୁ ପଡିଥାଏ। କୁହାଯାଏ ଯେ ମାତା ଲକ୍ଷ୍ମୀ ମଇଳା ଦାନ୍ତ ଥିବା ବ୍ୟକ୍ତିଙ୍କ ପାଖକୁ କଦାପି ଆସନ୍ତି ନାହିଁ। ଏହା ସହ ମାତା ଲକ୍ଷ୍ମୀ ଙ୍କ କୃପା ଦାନ୍ତ ସଫା ରଖୁଥିବା ବ୍ୟକ୍ତିଙ୍କ ଉପରେ ସର୍ବଦା ରହିଥାଏ।

ଭୋକ ଠାରୁ ଅଧିକ ଭୋଜନ କରୁଥିବା ବ୍ୟକ୍ତି:- 

ଜୀବନଶାସ୍ତ୍ର ଅନୁସାରେ ଭୋକ ଅପେକ୍ଷା ଅଧିକ ଖାଉଥିବ ବ୍ୟକ୍ତି ମଧ୍ୟ ଧନୀ ହୋଇପାରିବେ ନାହିଁ। ଦାରିଦ୍ର୍ୟ ହିଁ ମନ୍ୟୁସ କୁ ଦରିଦ୍ର ରେ ପରିଣତ କରିଥାଏ। ଏବଂ ସେହି ସମୟରେ ଅଧିକ ଖାଉଥିବା ବ୍ୟକ୍ତି ଜୀବନରେ କେବେ ବି ସୁଖରେ ରହି ପାରିନଥାଏ।

କଟୁ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି:-

ଯେଉଁମାନେ କଟୁ ଶବ୍ଦ କୁହନ୍ତି ସେମାନେ କଦାପି ଧନୀ ହୋଇପାରିବେ ନାହିଁ। ଯେଉଁ ବ୍ୟକ୍ତି ନିଜ ଶକ୍ତି ରେ ଅନ୍ୟ ମାନଙ୍କୁ ଆଘାତ କରିଥାଏ ସେ କେବେ ବି ମାତା ଲକ୍ଷ୍ମୀ ଙ୍କ କୃପା ପାଇପାରିନଥାଏ। ଏହା ସହ ତାଙ୍କର କୌଣସି ବନ୍ଧୁ ମଧ୍ୟ ହୋଇନଥାନ୍ତି। ଏହି ବ୍ୟକ୍ତି ମାନେ ଭଲ ବନ୍ଧୁ ଅପେକ୍ଷା ଅଧିକ ଶତ୍ରୁ ମାନଙ୍କ ଦ୍ଵାରା ଘେରି ହୋଇରହିଥାନ୍ତି।

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହୁଥିବା ବ୍ୟକ୍ତି:-

ଯେଉଁମାନେ ଅଳସୁଆ ଓ ପ୍ରଥମେ ନିଜ ପାଇଁ ଭାବନ୍ତି ସେମାନେ କଦାପି ଧନୀ ହୋଇପାରିବେ ନାହିଁ। ସୂର୍ଯ୍ୟ ଉଦୟ ରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଯେଉଁମାନେ ଶୋଇ ରୁହନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର କୃପା କେବେ ବି ରହିନଥାଏ। ବିନା କାରଣରେ ଶୋଇ ରହିବା ମନ୍ୟୁସ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ।

ଏହି ୫ଜଣ ବ୍ୟକ୍ତି ଙ୍କ ବ୍ଯତୀତ ଯେଉଁମାନେ ଅନ୍ୟାୟ, ଚତୁରତା, କିମ୍ବା ଅସାଧୁତା ଦ୍ଵାରା ଟଙ୍କା ରୋଜଗାର କରନ୍ତି ତେବେ ଏହି ବ୍ୟକ୍ତି ମାନେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଧନୀ ହୋଇ ରହିପାରନ୍ତି ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button