IBN ଓଡ଼ିଶା ବ୍ୟୁରୋ

ବାରାଣସୀରେ ବୁଡ଼ିଗଲା ଡଙ୍ଗା: ବର୍ତ୍ତିଲେ ୬୦ ଓଡ଼ିଆ

ବାରାଣସୀ: ଶୁକ୍ରବାର ବାରାଣସୀର ଗଙ୍ଗାନଦୀରେ ଏକ ଡଙ୍ଗା ଦୁର୍ଘଟଣା ଘଟିଛି। ଡଙ୍ଗାରେ ପ୍ରାୟ ୬୦ ଜଣ ଲୋକ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଡଙ୍ଗାଟି ଓଡ଼ିଶାରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିଲା। ଡଙ୍ଗାରେ ଥିବା ସମସ୍ତ ତୀର୍ଥଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ, ବାରାଣସୀର ମାନମନ୍ଦିର ଘାଟ ନିକଟ ଗଙ୍ଗାନଦୀରେ ଏହି ଘଟଣା ଘଟିଛି। ଆଶ୍ୱସ୍ତିର କଥା ହେଲା ଡଙ୍ଗାରେ ଥିବା ସମସ୍ତ ଲୋକ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ। ଖବର ପାଇ ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଓ ଜଳ ପୁଲିସ ପହଂଚି ସବୁ ଲୋକଙ୍କୁ ବଞ୍ଚାଇଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବଡ଼ ଡଙ୍ଗାଟି ଛୋଟ ଡଙ୍ଗାକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଏନ୍‌ଡିଆର୍‌ଏଫ୍‌ ଓ ଜଳ ପୁଲିସ ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଆହତ ହୋଇଛନ୍ତି, ଯାହାଙ୍କର ତୁରନ୍ତ ଚିକିତ୍ସା କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଦୟାରୁ ନାଉରିଆ ଓ ସମସ୍ତ ତୀର୍ଥଯାତ୍ରୀ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। ଡଙ୍ଗା ଦୁର୍ଘଟଣା ବିଷୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମାଗିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button