IBN ଓଡ଼ିଶା ବ୍ୟୁରୋ

ଏହି ମହାପୁରୁଷଙ୍କ କଥା ମାନିଲେ ଆପଣଙ୍କ ଘରେ ବି ହେବ ଧନର ବର୍ଷା

ଯଦିବା ଧନ ଜୀବନରେ ସୁଖ ଭରି ପାରି ନଥାଏ କିନ୍ତୁ ଏକ ଉନ୍ନତ ଜୀବନ ଧାରଣ ପାଇଁ ଏହାର ଆବଶ୍ୟକତାକୁ କେହି ଟାଳି ପାରିବେ ନାହିଁ । ମଣିଷର ଜରୁରୀ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହକୁ ପୂରଣ କରିବା ପାଇଁ ତ ଧନ ଦରକାର ହୋଇଥାଏ । ଧନ ଅର୍ଜନ କରିବା ପାଇଁ ଏକ ସାଧାରଣ ଲୋକ ଟିଏ ମୁଣ୍ଡ ଝାଳ କୁ ତୁଣ୍ଡରେ ମାରି ଦିନ ତମାମ ପରିଶ୍ରମ କରିଥାଏ । କିନ୍ତୁ ଧନ ସର୍ବଦା ସତ ଉପାୟରେ ହିଁ ଆୟ ହେବା ଉଚିତ । ନଚେତ କଥାରେ ଅଛି ଅଧର୍ମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ । ତେଣୁ ଧନ ଆୟ କରିବା ପୂର୍ବ ରୁ କେତେକ ମହାପୁରୁଷଙ୍କ ବାଣୀକୁ ମନେ ରଖିବା ନିହାତି ଦରକାର ।

money

ବରିନ ବଫେ :

ଏହି ମହାପୁରୁଷଙ୍କ ଅନୁଯାୟୀ କୌଣସି ବ୍ୟକ୍ତିର ବ୍ୟୟ ସଦାବେଳେ ତାର ଆୟ ଠାରୁ କମ ହେବା ଉଚିତ । ଏଣୁ ଖର୍ଚ୍ଚକୁ ଯଥା ସମ୍ଭବ କମ କରିବା ଉଚିତ ।

ମହାତ୍ମା ଗାନ୍ଧୀ:

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନୁଯାୟୀ ଯେଉଁ ଲୋକେ ସମୟ ବଞ୍ଚାନ୍ତି, ବାସ୍ତବରେ ସେମାନେ ଧନ ବି ବଞ୍ଚାନ୍ତି । କାରଣ ସମୟ ଧନ ଠାରୁ ବି ଅଧିକ ମୂଲ୍ୟବାନ ହୋଇଥାଏ ।

mahatma gandhi

ଚାଣକ୍ୟ:

ଅପରିଷ୍କାର ବସ୍ତ୍ର ପିନ୍ଧୁଥିବା ବ୍ୟକ୍ତି, ଦାନ୍ତ ସଫା ରଖୁନଥିବା ଲୋକ, ପେଟୁ ଲୋକ, କଡା କଥା କହୁଥିବା ଲୋକ, ସୂର୍ଯ୍ୟଦୟ ବା ସୂର୍ଯ୍ୟାସ୍ତ ସମୟରେ ଶୋଉଥିବା ଲୋକଙ୍କ ନିକଟରେ ଲକ୍ଷ୍ମୀ ଜମା ବି ବାସ କରନ୍ତି ନାହିଁ ।

chanakya

କବିର:

ଦୁନିଆର କେତେକ ଲୋକ ଧନକୁ ନେଇ କେବେ ବି ସନ୍ତୁଷ୍ଟ ନଥାନ୍ତି । ସେମାନେ ସବୁବେଳେ ଚାହାନ୍ତି କି ପୃଥିବୀର ସମସ୍ତ ସମ୍ପତ୍ତି କେବେ ତାଙ୍କ ନିକଟକୁ ଆସିଯାଉ ।

ବିଦୁର:

ମହାଭାରତର ଅନ୍ୟତମ ମୁଖ୍ୟ ଚରିତ୍ର ବିଦୁରଙ୍କ ଅନୁଯାୟୀ ଧନ ସର୍ବଦା ସତ କର୍ମ ମାଧ୍ୟମରେ ହିଁ ଆୟ କରିବା ଉଚିତ ।

bidur

ହୋରେସ :

ଏହି ମହାମାନବଙ୍କ ଅନୁଯାୟୀ ଯଦି ଆପଣ ପଇସାର ସଦୁପଯୋଗ ଜାଣିଛନ୍ତି ତେବେ ଏହା ଆପଣଙ୍କ ସେବକ ହୋଇରହିବ , ଯଦି ଆପଣ ଏହାର ସଠିକ ଉପଯୋଗ ଜାଣି ନାହାନ୍ତି ତେବେ ସିଏ ଆପଣଙ୍କ ସ୍ୱାମୀ ହୋଇଯିବ ।

ଜୋନାଥନ ସ୍ବିଫ୍ଟ :

ବୁଦ୍ଦିମାନ ବ୍ୟକ୍ତିମାନେ ପଇସା ନିଜ ମସ୍ତିସ୍କରେ ରଖିଥାନ୍ତି, ହୃଦୟରେ ନୁହେଁ ।

ଚାର୍ଲସ ଏ . ଜ୍ୱାଏଫ:

ଆପଣଙ୍କ ଦରମା ଆପଣଙ୍କୁ ଧନୀ କରି ନଥାଏ, ପ୍ରକୃତରେ ଆପଣଙ୍କ ଖର୍ଚ୍ଚ କରିବା ଶୈଳୀ ହିଁ ଆପଣଙ୍କୁ ଧନୀ କରିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button