ନା ପଡିବ ତେଲ ନା ମସଲା, ଏପରି ଭାବେ ବନାନ୍ତୁ ଗାଜର ଆଚାର

ପ୍ରାୟ ଲୋକଙ୍କୁ ଆଚାର ବହୁତ ପସନ୍ଦ। ଖାଦ୍ୟ ସହିତ ଅଳ୍ପ ଆଚାର, ଖାଇବାର ସ୍ୱାଦକୁ ଦ୍ୱିଗୁଣା ବଢ଼ାଇଦିଏ। କିନ୍ତୁ ବେଳେବେଳେ ଆଚାରରେ ଥିବା ଅଧିକ ତେଲ ଏବଂ ମସଲା କାରଣରୁ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଗାଜର ଆଚାର ବନାଇବାର ପ୍ରସ୍ତୁତି ବିଷୟରେ ଜଣାଇବୁ। ଯେଉଁଥିରେ ନା ପଡିବ ତେଲ ନା ପଡିବ କୌଣସି ମସଲା। ବିନା ତେଲ ମସଲାରେ ପାଇବେ ଏକଦମ୍ ସ୍ୱାଦିଷ୍ଟ ଆଚାର। ତେବେ ଆସନ୍ତୁ ଜାଣିବା ଏହି ଆଚାର ପ୍ରସ୍ତୁତିର ପ୍ରଣାଳୀ ଏବଂ ଆବଶ୍ୟକୀୟ ସାମଗ୍ରୀ।
ଆବଶ୍ୟକ ସାମଗ୍ରୀ
ଗାଜର – ୧
ହଳଦି – ୧/୨ ଚାମଚ
ଲାଲ୍ ଲଙ୍କା ପାଉଡର – ୧/୨ ଚାମଚ
ରାଇ – ୧ ଚାମଚ
ପାନ ମଧୁରୀ – ୧ ଚାମଚ
ରସୁଣ – ୫ କୋଲା
ତେଲ – ୧ ଚାମଚ
ଲୁଣ – ସ୍ୱାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ
-ଇନଷ୍ଟାଣ୍ଟ ଗାଜର ଆଚାର ବନାଇବା ପାଇଁ ସର୍ବ ପ୍ରଥମେ ଏକ ପାତ୍ରରେ ଗାଜର ନିଅନ୍ତୁ।
-ଏହାକୁ ଛୋଟ ଛୋଟ କରି କାଟିଦିଅନ୍ତୁ।
-ଏବେ ଏଥିରେ ଲୁଣ, ଲାଲ ଲଙ୍କା ପାଉଡର, ପାନମଧୁରୀ, ରସୁଣ ଏବଂ ତେଲ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ।
-ଏବେ ଏହାକୁ ଏକ କାଚ ପାତ୍ରରେ ରଖନ୍ତୁ।
-ଏବେ ଆପଣଙ୍କ ଗାଜର ଆଚାର ପ୍ରସ୍ତୁତ ହୋଇଯାଇଛି।




