IBN ଓଡ଼ିଶା ବ୍ୟୁରୋ

ମହିଳାମାନେ ଘରେ ଏହିପରି ପୋଛା ଲଗାଇବା ଦ୍ଵାରା ଘରକୁ ଆସିଥାଏ ଦରିଦ୍ରତା, ଧନପ୍ରାପ୍ତି ପାଇଁ ପୋଛା ପାଣିରେ ପକାନ୍ତୁ କେବଳ ଏହି 1 ଜିନିଷ-

ବନ୍ଧୁଗଣ ଆପଣ ତ ଜାଣିଥିବେ ଯେ ଘରକୁ ସଜାଡି ସ୍ୱଚ୍ଛତାର ସହ ରଖିଲେ ଘରେ ସକାରାତ୍ମକ ଉର୍ଜ଼ା ଓ ପରସ୍ପର ମଧ୍ୟରେ ଭଲପାଇବା ବଜାୟ ରହିଥାଏ ଏବଂ ଅପରିଷ୍କାର ଅସ୍ଵଚ୍ଚତା ଅସନା ଜାଗାରେ କେବେ ହେଲେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ। ସେହିପରି ଘରେ ସବୁବେଳେ ଦରିଦ୍ରତା ଦେଖାଦେଇଥାଏ। ପୂର୍ବ ପୁରୁଷମାନେ ମଧ୍ୟ କହିଥିଲେ ଯେ ଅଳିଆ ଓ ଅପରିଷ୍କାରକୁ ନିଜଠୁ ଦୂରେଇରଖିବା ଉଚିତ। ତେବେ ଯାଇଁ ଘରୁ ଦାରିଦ୍ରତା ଓ ଦୁଃଖ ଦୁରେଇ ରହିବ।

ଆପଣ ମାନେ ନିଜ ଘରକୁ ସଫା ସୁତୁରା ରଖିବା ପାଇଁ ଘରକୁ ପ୍ରତିଦିନ ପୋଛୁ ଥିବେ, ପରନ୍ତୁ କଣ ଆପଣମାନେ ଜାଣିଛନ୍ତି ପୋଛୁ ଥିବା ସମୟରେ ଯଦି ଆପଣ କିଛି ଭୁଲ କରନ୍ତି ,ତ ଆପଣଙ୍କୁ ଏହାର ବିପରୀତ ଫଳ ମିଳିଥାଏ। ବନ୍ଧୁଗଣ ଆମମାନଙ୍କୁ ଲାଗେ ଯେ ପୋଛା ଲଗାଇବା ଦ୍ୱାରା ଘର ସଫାସୁତୁରା ରହିଥାଏ। କିନ୍ତୁ ଯଦି ପୋଛା ଲଗାଇବା ସମୟରେ କିଛି ନିୟମ ଉପରେ ଧ୍ୟାନ ନଦେବେ ବା ନିୟମର ଉଲଙ୍ଘନ କରିବେ, ତେବେ ଆପଣଙ୍କ ଘରେ ଦରିଦ୍ରତା ଦେଖାଦେଇପାରେ।

ଯେପରି ଆମେ ଝାଡୁ ବ୍ୟବହାର କରିବାବେଳେ ସାବଧାନତା ର ସହିତ ବ୍ୟବହାର କରିଥାଉ ଏଵଂ ତାକୁ ବ୍ୟବହାର କରିବା ସମୟରେ କିଛି କଥା ଧ୍ୟାନ ରଖିଥାଉ,ସେହିପରି ପୋଛା ଲଗାଇବା ବେଳେ ମଧ୍ୟ କିଛି କଥା ମନେରଖିବା ଉଚିତ। ଆଜି ଆମେ ଆପଣଙ୍କୁ କହିବୁ କି ପୋଛା ଲଗାଇବା ବେଳେ କଉ କଥା ର ଧ୍ୟାନ ରଖିବା ଉଚିତ।ତେବେ ଚାଲନ୍ତୁ ଜାଣିବା ସେହି ନିୟମ ବିଷୟରେ ଓ ପୋଛା ଲଗାଇବା ବେଳେ ପାଣିରେ କଣ ପକାଇ ପୋଛିଲେ ଆପଣଙ୍କୁ ଲାଭ ମିଳିଥାଏ।

୧-କେବେହେଲେ ଦିନ ୧୨ଟା ପରେ ଏଵଂ ସଂଧ୍ୟା ସମୟରେ ପୋଛା ଲଗାନ୍ତୁ ନାହିଁ। ପୋଛା ସବୁବେଳେ ସକାଳ ବେଳା ଲଗାନ୍ତୁ। ଯାହା ଫଳରେ ଘରେ ରାତିରୁ ଜମା ହୋଇଥିବା ନକରାତ୍ମକ ଉର୍ଜ଼ା ବାହାରକୁ ଚାଲିଯାଇ , ଶୁଦ୍ଧ ଓ ସକରାତ୍ମକ ଉର୍ଜ଼ାରେ ଘର ପୂରି ଯାଇଥାଏ।

୨-ଶାସ୍ତ୍ର ଅନୁସାରେ ଗରୁବାର ଦିନ ପୋଛା ଲଗାଇବା ଅନୁଚିତ।ଏହା ଦ୍ୱାରା ବାସ୍ତୁ ଦୋଷ ଲାଗିଥାଏ। ଆପଣ ଅନ୍ୟ ଦିନ ଘର କୁ ସଫା କରିପାରିବେ,ଏହା ଛଡା ଆପଣ ମାନେ ଗୁରୁବାର ଦିନ ନୂଆ ପୋଛା ଜିନିଷ କିଣିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button