ପୁଣି କମାଲ କଲା ସନିଙ୍କ ଗଦର-୨, ପ୍ରଥମ ଦିନର ଆୟକୁ କାଟିଲା ଦ୍ବିତୀୟ ଦିନର ଆୟ – Ibnodisha

[ad_1]

ମୁମ୍ବାଇ: ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଛି। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଫିଲ୍ମର ପ୍ରଥମ ଦିନର ଆୟ ଅଭିନେତା ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷର ରେକର୍ଡ ଭାଙ୍ଗିଥିଲା।
ଚଳଚ୍ଚିତ୍ରଟି ରିଲିଜର ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ୪୦କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଶନିବାର ଏହାଠାରୁ ଅଧିକ ଟଙ୍କା ଆୟ କରିଛି। ମିଳିଥିବା ସୂଚନା ମୁତାବକ, ଶନିବାର ଫିଲ୍ମଟି ୪୫କୋଟି ଟଙ୍କା ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଏଥିରୁ ଦର୍ଶକଙ୍କ ମନରେ ୨୨ବର୍ଷ ପରେ ବି ଗଦର ଓ ସନି ଦେଓଲଙ୍କ ପ୍ରତି କେତେ ଭଲପାଇବା ରହିଛି, ତାହା ପ୍ରମାଣିତ ହୋଇଛି।
ଫିଲ୍ମଟି ଦୁଇ ଦିନରେ ୮୫କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଆଜି ରବିବାର ଥିବାରୁ ଫିଲ୍ମର ରୋଜଗାରରେ ଆହୁରି ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ସନି ଦେଓଲ ଏବଂ ଅମିଷା ପଟେଲଙ୍କ ବ୍ୟତୀତ ଏଥର ମଧ୍ୟ ଉତ୍କର୍ଷ ଶର୍ମା ଏହି ଚଳଚ୍ଚିତ୍ରରେ ଚରଣଜିତ ଭୂମିକାରେ ନଜର ଆସିଛନ୍ତି। ଏହା ସହିତ ସିମରତ କୌର ଏବଂ ମନୀଷ ୱାଧୱା ମଧ୍ୟ ଏହି ଫିଲ୍ମରେ ଉତ୍କୃଷ୍ଟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ମନୀଷ ୱାଧୱା ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଲୋକମାନେ ଫିଲ୍ମର ଗୀତଗୁଡ଼ିକୁ ମଧ୍ୟ ପସନ୍ଦ କରୁଥିବା ଦେଖାଯାଇଛି।
[ad_2]