ଲାଲକିଲ୍ଲା ଯିବେ ଓଡିଶା ଚାଷୀ – Ibnodisha

[ad_1]
ବ୍ୟୁରୋ : ଦିଲ୍ଲୀ ଯିବେ ଓଡ଼ିଆ ଚାଷୀ ,ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିମନ୍ତ୍ରଣ ଆସିଛି । ଲାଲକିଲ୍ଲା ଯାଇ ୭୭ ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଅତିପାଖରୁ ଦେଖିବେ। ଚାଷୀ, ଏସଏଚଜି ସଦସ୍ୟ, ମହିଳା ବ୍ୟବସାୟୀ ଏମିତି ବିଭିନ୍ନ କାର୍ଯ୍ୟରେ ଦକ୍ଷ ବ୍ୟକ୍ତିଙ୍କୁ ମିଳିଛି ଡାକରା । ଏବେ ଖୁସି କହିଲେ ନସରେ, ଏହି ଖବର ଗାଁରେ ପହଞ୍ଚିବା ପରେ ଗାଁ ଯେମିତି ଉତ୍ସବମୁଖର ହୋଇଉଠିଛି । ଦିଲ୍ଲୀ ଲାଲକିଲ୍ଲାକୁ ଯିବେ ସୁବର୍ଣ୍ଣପୁର ଖଇରଟିକ୍ରା ଗାଁର ସନ୍ତୋଷିନୀ ମିଶ୍ର ।ସେ ବୃତ୍ତିରେ ଜଣେ ଚାଷୀ ଆଉ ଚାଷ ତାଙ୍କର ସାହା ଭରଷା ।
ଆଜି ଏହି ଚାଷ ତାଙ୍କୁ ଗୋଟେ ନୂଆ ପରିଚୟ ଦେଇଛି । ଖଇରଟିକ୍ରା ଗାଁରେ ପ୍ରାୟ ୬ ଏକର ଜମିରେ ଜୈବିକ ପ୍ରଦ୍ଧତିରେ ଚାଷ କରନ୍ତି ସନ୍ତୋଷିନୀ ମିଶ୍ର। ସେ ନିଜେ ଜଣେ ସ୍ୱାବଲମ୍ବି ମହିଳା ହେଇ ମଧ୍ୟ ଅନ୍ୟ ୬ ପରିବାରଙ୍କୁ ନିଯୁକ୍ତି ଦେଇଛନ୍ତି। ଅନ୍ୟ ଜଣେ ଚାଷୀ ହେଲେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଗାଁର ଯୁବରାଜ ଛତ୍ରିଆ । ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ସେ ଏବେ ମିଲେଟ୍ ଚାଷ କରୁଛନ୍ତି । ନିଜର ଦକ୍ଷଚାଷ ପଦ୍ଧତି ପାଇଁ ଯୁବରାଜଙ୍କୁ ବି ଦିଲ୍ଲୀ ଯିବାକୁ ନିମନ୍ତ୍ରଣ କରାଯାଇଛି । ସେହିପରି ବଲାଙ୍ଗିର ଟିଟିଲାଗଡ଼ ବ୍ଲକ ଖୋଲାନ ଗାଁର ଯାଜ୍ଞସିନି ପୁଟେଲା ସେ ବି ଦିଲ୍ଳୀ ଯିବେ।କେନ୍ଦ୍ର ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇଛି । ଆଉ ଜଣେ ହେଲେ ତୁରେକେଲା କୃଷକ ଉତ୍ପାଦନ କମ୍ପାନିର ଏମଡି ସ୍ନିଗ୍ଧା ମେହେର । ମାତ୍ର ୬ ମାସରେ ଆଖପାଖ ଅଞ୍ଚଳର ଚାଷୀଙ୍କଠୁ ୭୭ ଲକ୍ଷ ଟଙ୍କାର କପା ସଂଗ୍ରହ କରି ମହାରାଷ୍ଟ୍ରରେ ବିକ୍ରି କରିଥିଲେ । ଏହି ଚାଷୀମାନେ ଯେମିତି ଅନ୍ୟ ଚାଷୀଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି ।
[ad_2]