ରାଜ୍ୟ

ସାପ କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ

ପୁରୀ: ପୁରୀ ଜିଲା ଅସ୍ତରଙ୍ଗ ଥାନା ପରିସରରେ ସାପ କାମୁଡ଼ାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗଙ୍କ ଆଦେଶକ୍ରମେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଛି। ପୁରୀ ଜିଲା ପ୍ରଶାସନ ତରଫରୁ ଦାଖଲ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଦର୍ଶାଯାଇଛି ଯେ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଦିଆଯାଇଛି।

ଆୟୋଗରେ ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ମେ ୨୭ରେ ଜଣେ ମହିଳା ଏତଲା ଦେବାକୁ ନିଜର ଦୁଇ ବର୍ଷର ଶିଶୁ ପୁତ୍ରଙ୍କୁ ସାଙ୍ଗରେ ଧରି ଅସ୍ତରଙ୍ଗ ଥାନାକୁ ଯାଇଥିଲେ। ସେଠାରେ ବିଷାକ୍ତ ସାପ କାମୁଡ଼ାରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଓଡ଼ିଶାରେ ଥାନା ପରିସରରେ କେହି ସୁରକ୍ଷିତ ନୁହନ୍ତି ଦର୍ଶାଇ ପୁଲିସ ଏବଂ ପ୍ରଶାସନିକ ଅବହେଳାକୁ ଶ୍ରୀ ତ୍ରିପାଠୀ ଦାୟୀ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button