IBN ଓଡ଼ିଶା ବ୍ୟୁରୋ

ଯେଉଁ ବ୍ୟକ୍ତି ମଧ୍ୟରେ ଥାଏ ଏହି 3 ଟି ଲକ୍ଷଣ, ତା ଉପରେ ସର୍ବଦା ରହିଥାଏ ଭଗବାନ ଭୋଲେନାଥ ଙ୍କ ଆଶୀର୍ବାଦ-

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହାନ ଜ୍ଞାନୀ ବିଦୁର ଙ୍କ ନୀତି ରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ କହିବୁ । ବିଦୁର ଅତ୍ୟନ୍ତ ବୁଦ୍ଧିମାନ ଥିଲେ ଏବଂ ସେ ଅତୀତ ଓ ଭବିଷ୍ୟତ ର କଳନା ମଧ୍ୟ କରି ପାରୁଥିଲେ ।

ତେବେ ବନ୍ଧୁଗଣ ଏହି ମହାନ ଜ୍ଞାନୀ ବିଦୁର ଙ୍କ ନୀତି ରେ ଏଭଳି ୩ଟି ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଯେଉଁ ୩ ଟି ଲକ୍ଷଣ ଯଦି କୌଣସି ବ୍ୟକ୍ତି ମଧ୍ୟରେ ରହିଥାଏ ସେହି ବ୍ୟକ୍ତି ଉପରେ ସ୍ୱୟଂ ମହାଦେବ ଙ୍କ ହାତ ରହିଥାଏ ।

ଏହି ଲକ୍ଷଣ ପରିଲକ୍ଷିତ ହେଉଥିବା ବ୍ୟକ୍ତି ଙ୍କ ଉପରେ ମହଦେବ ଙ୍କ ଆଶୀର୍ବାଦ ରହିଥାଏ ଏବଂ ସେହି ବ୍ୟକ୍ତି ର କେହି କିଛି ମଧ୍ୟ ବିଗାଡ଼ି ପାରନ୍ତି ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ ଯେଉଁ ବ୍ୟକ୍ତି ସର୍ବଦା ସାଧାରଣ ଜୀବନ ଯାପନ ଅତିବାହିତ କରିବାକୁ ପସନ୍ଦ କରିଥାଏ ଏବଂ କେବେବି ଅନ୍ୟ ର ଅପମାନ କରି ନଥାଏ ସେହି ବ୍ୟକ୍ତି ଉପରେ ସର୍ଵଦା ମହାଦେବ ଙ୍କ ଆଶୀର୍ବାଦ ରହିଥାଏ । ମହାଦେବ ଙ୍କ ଆଶୀର୍ବାଦ ରହିତ ବ୍ୟକ୍ତି କେବେବି ଅନ୍ୟ କୌଣସି ବ୍ୟକ୍ତି କୁ କଟୁ ଶବ୍ଦ କହି ନଥାଏ ଅଥବା ଜାଣିଶୁଣି ନିଚା ଦେଖାଇ ନଥାଏ ।

ଯେଉଁ ବ୍ୟକ୍ତି ପଶୁ ପ୍ରେମୀ ହୋଇଥାଏ ଏବଂ ନିରୀହ ପଶୁ ମାନଙ୍କ ଉପରେ ଅତ୍ୟାଚାର କରି ନଥାଏ ସେହି ବ୍ୟକ୍ତି ଙ୍କ ଉପରେ ସଦା ସର୍ବଦା ମହଦେଵ ଙ୍କ ହାତ ରହିଥାଏ । ଏହା ସହିତ ଯେଉଁ ବ୍ୟକ୍ତି ପାଖରେ ଧନ, ସଂପର୍ତ୍ତି, ଐଶ୍ୱର୍ଯ୍ୟ, ଆଦି ଥିବା ସତ୍ତ୍ୱେ ମଧ୍ୟ ସେ ଅଳ୍ପ ଅହଂକାର ମଧ୍ୟ କରି ନଥାଏ ସେହି ବ୍ୟକ୍ତି ଉପରେ ସର୍ଵଦା ମହାଦେବ ପ୍ରସନ୍ନ ରୁହନ୍ତି ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେପରି ବୃକ୍ଷ ନିଜର ଫଳ ଖାଇ ନଥାଏ ଏବଂ ନଦୀ ନିଜର ଜଳ ପିଇ ନଥାଏ ସେହିପରି ଭାବରେ ଯେଉଁ ବ୍ୟକ୍ତି ନିଜ କଥା ନ ଭାବି ସର୍ଵଦା ପରୋପକାର କରିଥାଏ ଏବଂ ଅନ୍ୟ ଙ୍କୁ ସାହାଯ୍ୟ କରିବା ନିମନ୍ତେ ସର୍ଵଦା ତତ୍ପର ରହିଥାଏ ସେହି ବ୍ୟକ୍ତି ଙ୍କ ଉପରେ ମହାଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ସେମାନଙ୍କ ଉପରେ ସର୍ଵଦା ମହଦେବ ଙ୍କ ଆଶୀର୍ବାଦ ରହିଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ବ୍ୟକ୍ତି ସମୃଦ୍ଧି ପ୍ରାପ୍ତ କରିବା ପରେ ମଧ୍ୟ ଗର୍ବ କରି ନଥାଏ ଏବଂ ଯେଉଁ ବ୍ୟକ୍ତି ବଳବାନ୍ ହେବା ପରେ ମଧ୍ୟ କ୍ଷମାଶୀଳ ଏବଂ କୌଣସି କମଜୋର ଉପରେ ଅତ୍ୟାଚାର କରି ନଥାଏ ସେହି ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ ହାତ ରହିଥାଏ । ଏହା ସହିତ ଯେଉଁ ବ୍ୟକ୍ତି ନିର୍ଧନ ଦେବା ସତ୍ତ୍ୱେ ଦାନ କରିଥାଏ ଏବଂ ଯେଉଁ ବ୍ୟକ୍ତି ଜୀବନ ର କୌଣସି ପରିସ୍ଥିତି କୁ ନ ଡରି ସେହି ପରିସ୍ଥିତି ର ସାମ୍ନା କରିଥାଏ ସେହି ବ୍ୟକ୍ତି ଙ୍କ ଉପରେ ମହାଦେବ ସର୍ବଦା ପ୍ରସନ୍ନ ରୁହନ୍ତି ଏବଂ ସେହି ବ୍ୟକ୍ତି ମହାଦେବ ଙ୍କ ଆଶୀର୍ବାଦ ର ଅଧିକାରୀ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button