IBN ଓଡ଼ିଶା ବ୍ୟୁରୋ

ଏହି କେତୋଟି ଗଛ ଘରକୁ ଟାଣି ଆଣନ୍ତି ମହାବିପଦ, ଘରେ ହୋଇଥାଏ ଦୁଃଖ ଦରିଦ୍ରତାର ବାସ

ବୃକ୍ଷ ହେଉଛି ଆମର ବନ୍ଧୁ ଏହା ପାଇଁ ସାରା ଜୀବ ଜଗତ ବଞ୍ଚିଛି । ଏହା ଆମକୁ ଖାଇବା ରହିବା ଓ ସବୁ ବେଳେ ଔଷଧ ପାଇଁ ବି ବ୍ୟବହାର କରୁ । ଏଭଳି କୀଛି ଉପକାରୀ ଗଛ ସହ କିଛି ହାନି କାରକ ଗଛ ମଧ୍ୟ ଅଛନ୍ତି ।

ଅଁଳା ଗଛ , ତୁଲସୀ ଗଛ ଏସବୁ ଘର ପାଇଁ ସୁଖ ସମୃଦ୍ଧି ଆଣିଥାଏ । ମାତ୍ର ଏମିତି କିଛି ଗଛ ଅଛି ଯାହା ପାଇଁ ଆମେ ଅସୁବିଧାରେ ପଡିବା । କାରଣ ଶାସ୍ତ୍ର ଅନୁସାରେ ଯଦି ଆମେ କିଛି ଗଛକୁ ପ୍ରକୃତ ଜାଗାରେ ନ ରଖିବା ତାହା ଆମ ପାଇଁ ଖରାପ ଅଟେ । ମାନ୍ୟତା ଅଛିକି ଏହି ଭଳି ଗଛରେ ଐସୋରିକ ଶକ୍ତି ମାନେ ବାସ କରନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି ଗଛ ମାନଙ୍କ ବିଷୟରେ ।

କଣ୍ଟା ଜାତୀୟ ଗଛ କିମ୍ବା କ୍ଷୀର ବାହାରୁଥିବା ଗଛ । ଏହି ଗଛ ମାନଙ୍କୁ ଘର ପାଖରେ କିମ୍ବା ଘର ଆଗରେ ରଖନ୍ତୁ ନାଇ । ଏଭଳି ଗଛ ରହିବା ଦ୍ଵାରା ଘରେ କଳି ଝଗଡା ଲାଗି ରହେ ଓ ଅସାନ୍ତି ହୁଏ । ଏହା ସହ ପରିବାର ଲୋକ ମାନଙ୍କ ଦେହ ମଧ୍ୟ ଖରାପ ରୁହେ ।

ଦ୍ବିତୀୟରେ ବବୂଳ କଣ୍ଟା ଗଛ ଏହା ଘର ପାଖା ପାଖି ରହିଲେ ଘର ଲୋକଙ୍କ ଦେହ ଖରାପ ହୁଏ । ତୃତୀୟରେ ଖଜୁରୀ ଗଛ ଏହି ଗଛ ଦେଖିବାକୁ ଅତି ସୁନ୍ଦର ଦେଖିବାକୁ ମାତ୍ର ଏହାକୁ ରଖିବା ଦ୍ଵାରା ଘରେ ଲକ୍ଷ୍ମୀ ମା ଦୂରେଇ ଯାନ୍ତି ଏହି ଗଛ ଯଦି ଆପଣ ଙ୍କ ଘର ପାଖା ପକ୍ଷୀ ବି ରୁହେ ତେବେ ଆପଣ ଯେତେ ରୋଜଗାର କାଲେ ମଧ୍ୟ ତାହା କମ ହୋଇ ଜୀବ । ଆପଣଙ୍କ ସହ ଦାରିଦ୍ରତା ଲାଗି ରହିବ।

ଚତୁର୍ଥ ଗଛ ହେଉଛି ବାଉଁଶ ଗଛ । ଏହା ଅନେକ ଶୁଭ କାମରେ ଲାଗେ  । ତୁଲସୀ ଗଛରେ ପଣା ଘଡି ପାଇଁ ହେଉ କି ମନ୍ଦିରରେ ପତକା ପାଇଁ ହଉ । ଏହାକୁ ଆମେ ଘର ବନେଇବାରେ ମଧ୍ୟ ବ୍ୟବାହାର କରୁ ଏହା ସହ ଶବ ପାଇଁ କୋକେଇ ମଧ୍ୟ ଏହିଥିରେ ବନେଇ ଥାଉ । ଏହି ଗଛର ଏତେ ଉପକାରିତା ରହିବା ପରେବୀ ଏହାର ଶରୀରରେ ଭୁତ ପ୍ରେତ ବାସ କରିବାର ମାନ୍ୟତା ଅଛି ତେଣୁ ଆପଣ ନିଜକୁ ଏହି ଗଛ ଠାରୁ ଦୂରେଇ ରଖିବେ ।

ଯଦି ଏହି ଗଛ ଆପଣଙ୍କ ଘର ପାଖରେ ଅଛି ତେବେ ଏହା ଆପାଣଙ୍କୁ ଅଶୁଭ ଫଳ ପ୍ରଦାନ କରିବ । ଘରକୁ ବିପଦ ଆସିଥାଏ । ମାତ୍ର ବାସ୍ତୁ ଅନୁସାରେ ଏହି ଭଳି ଛୋଟ ବାଉଁସ ଗଛକୁ ଯଦି ଆପଣ ଉତ୍ତର ଦିଗରେ ରଖିବେ ତେବେ ଏହା ଶୁଭ ଅଟେ । ଏହା ପରେ ତେନ୍ତୁଳୀ ଗଛ ।  ଏହାକୁ ଅନେକ ଲୋକ ଭଲ ପାନ୍ତି ଏହା ଅନେକ ଖାଦ୍ଯରେ ମଧ୍ୟ ବ୍ୟବାହାର କରାଯାଏ । ଏହାର ନାମ ଧରିବା ମାତ୍ରେ ଅନେକଙ୍କ ପଟିରୁ ଲାଳ ବାହାରେ ।

ଏହି ଗଛରେ ଭୁତ ପ୍ରେତ ବାସ କରନ୍ତି ତେଣୁ ଆପଣ ଏହାକୁ ଦୂରେଇ ରଖନ୍ତୁ । ଶେଷରେ  ବର ଗଛ ଏହି ଗଛ ଘରର ପୂର୍ବ ଦିଗରେ କିମ୍ବା ଏହା ଘର ଆଗରେ ରହିବା ଦ୍ଵାରା ନକରାତ୍ମକ ପ୍ରଭାବ ପଡି ଥାଏ । ଏହାକୁ ଆପଣ କିଛି ଦୂରରେ ରାଖୀ ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button