Uncategorized

ସକାଳୁ ଖାଲି ପେଟରେ ଲିମ୍ବ ପତ୍ର ଖାଇବା ଦ୍ଵାରା ଶରୀରରେ ହେଲା କିଛି ଏମିତି, ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ, ଜଲ୍ଦି ଦେଖନ୍ତୁ-

ଆପଣ ଙ୍କ ଘରେ କିମ୍ବା ଘର ପାଖରେ ଯଦି ନିମ୍ବ ଗଛ ଅଛି ତେବେ ଆପଣ ସତରେ ବହୁତ ଭାଗ୍ୟଶାଳୀ । ଏହା ଏଭଳି ଏକ ଗଛ ଯାହାର ସବୁ ଅଂଶ ଆମ ବେମାରୀ ର ଚିକିତ୍ସା ପାଇଁ ଲାଭ ଦାୟକ ହୋଇଥାଏ ।

ଆମ ଶରୀର ରେ ଥିବା ଛୋଟ ରୁ ବଡ଼ ରୋଗ ଏବଂ ସମସ୍ୟା ଏହାର ପତ୍ର ସହିତ ଏହାର ଛାଲ, ଡାଳ ଆଦି ସବୁ ଆମ କାମ ରେ ଆସିଥାଏ । ଏବଂ ଆଜିର ବିଭିନ୍ନ ଔଷଧ ମଧ୍ୟ ଏହି ନିମ ଗଛର ପତ୍ର ଏବଂ ତାର ଛାଲ ରୁ ପ୍ରସ୍ତୁତ ହୋଇଥାଏ । ଏହା ଛଡା ଆମ ଶରୀର କୁ ସୁନ୍ଦର କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଏହି ନିମ ରେ ଅନେକ ଔଷଧୀୟ ଗୁଣ ରହିଥାଏ ଏବଂ ଅନେକ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ । ଆୟୁର୍ବେଦ ରେ ଏହାକୁ ବହୁତ ବଡ଼ ଔଷଧ କୁହାଯାଏ ।

ଯାହାକୁ ହଜାର ହଜାର ବର୍ଷରୁ ଉପଯୋଗୀ କରାଯାଉଛି । ଯାହା କି ଆମର ଅନେକ ବେମାରୀ କୁ ଜଡ ରୁ ହିଁ ଶେଷ କରି ଦେଇଥାଏ । ତେବେ ଆସନ୍ତୁ ନିମ ଆମ ଶରୀର କୁ କଣ କଣ ଫାଇଦା ଏବଂ ଲାଭଦାୟକ ହୋଇଥାଏ ତାହାକୁ ଵିସ୍ତାର ରୂପରେ ଜାଣି ନେବା ।

ପ୍ରଥମ ରେ ହେଉଛି ଆପଣ ଙ୍କୁ ଯଦି କୌଣସି ପ୍ରକାରର ଚର୍ମ ରୋଗ ହୋଇ ଯାଉଛି କିମ୍ବା ତ୍ୱଚା ରେ କିଛି ଦାଗ କିମ୍ବା ଇଂଫେକ୍ସନ ହୋଇଥାଏ କିମ୍ବା କୌଣସି ବି ପ୍ରକାର ର ଚର୍ମ ରୋଗ ହୋଇଥାଏ । ବ୍ରଣ କିମ୍ବା କୌଣସି ଦାଗ ହୋଇ ଯାଏ । କିମ୍ବା କାଛୁ କୁଣ୍ଡିଆ ଭଳି ସମସ୍ୟା ଦେଖା ଯାଏ ତେବେ ଆପଣ ନିମ ଦ୍ୱାରା ଆପଣ ଏହାକୁ ଭଲ କରି ପାରିବେ ।

ନିମ ର ପତ୍ର କୁ ଆପଣ ସକାଳେ ଖାଲି ପେଟ ରେ ଦୁଇ ଟି ପତ୍ର ନେବେ ଏବଂ ଚୋବାଇ ଖାଇଦେବେ ଏହା ଦ୍ୱାରା ଆପଣ ଙ୍କର ରକ୍ତ ପରିଷ୍କାର ହୋଇ ଯିବ ଏବଂ ଆପଣ ଙ୍କୁ କୌଣସି ପ୍ରକାରର ଚର୍ମ ରୋଗ କାଛୁ କୁଣ୍ଡିଆ ଆଦି ହେବ ନାହିଁ । ଏହାକୁ ଖାଇଲା ବେଳେ ପିତା ଲାଗିବ ତେଣୁ ଆପଣ ଚାହିଁଲେ ଟିକେ ମହୁ ମଧ୍ୟ ନେଇ ପାରିବେ ।

ଦ୍ଵିତୀୟ ରେ ଆପଣ ଙ୍କ ଶରୀର ରେ ଫଁଗଲ ଇଂଫେକ୍ସନ ହୋଇଛି କେଉଁଠି ବି ସ୍ଥାନରେ ହୋଇଛି ଏବଂ ଏହା ଆପଣ ଙ୍କୁ ଅନେକ କଷ୍ଟ ଏବଂ ସମସ୍ୟା ଦେଖାଉଛି ତେବେ ଆପଣ ସକାଳେ ଦୁଇଟି ନିମ ପତ୍ର ଖାଇ ପାରିବେ ଏବଂ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ମଧ୍ୟ ପ୍ରୟୋଗ କରି ପାରିବେ । ପେଷ୍ଟ ପ୍ରସ୍ତୁତ ପାଇଁ ଆପଣ ସାତ ଆଠ ଟି ପତ୍ର ନେବେ ଏବଂ ଏକ କର୍ପୂର ଙ୍କୁ ଗୁଣ୍ଡ କରି ପେଷ୍ଟ ପ୍ରସ୍ତୁତ କରି ଏହାକୁ ସେହି ସ୍ଥାନରେ ଲଗାଇଲେ ଏହା ବହୁତ ଶୀଘ୍ର ଭଲ ହୋଇଯିବ । ଏବଂ କୌଣସି କଷ୍ଟ ମଧ୍ୟ ହେବ ନାହିଁ ।

ତୃତୀୟ ରେ ହେଉଛି ଯେଉଁମାନଙ୍କୁ ଗ୍ୟାସ କିମ୍ବା କବ୍ଜ ହୁଏ କିମ୍ବା କୌଣସି ବି ପେଟ ଜନିତ ସମସ୍ୟା ରହିଛି ତେବେ ଆପଣ ସପ୍ତାହ ରେ ଥରେ ନିମ ପତ୍ର କୁ ଚୋବାଇ ଖାଇବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇ ଯିବ ।

ଚତୁର୍ଥ ରେ ଯେଉଁ ମାନଂକୁ ଜ୍ଵର ହେଉଛି ଥଂଡା ହେଉଛି ଏବଂ ୟୁରିନ ଇଂଫେକ୍ସନ ହୁଏ ସେମାନେ ସକାଳେ ଉଠି ଏହାର ଦୁଇଟି ପତ୍ର ଖାଇଲେ ଏହା ବହୁତ ଲାଭ ଦାୟକ ହୋଇଥାଏ ।
ଏହା ଛଡା ଆପଣ ଙ୍କ ମୁହଁରେ ଥିବା ଟ୍ୟାନ କୁ ମଧ୍ୟ ନିମ ରେ ତିଆରି ଫେସ ପ୍ୟାକ ଦ୍ୱାରା କମ କରି ପାରିବେ ଏବଂ କୋଲେଷ୍ଟ୍ରଲ ହେଉଥିଲେ ଏବଂ ଯେଉଁମାନଙ୍କ ର କେଶ ବହୁତ ଦୁର୍ବଳ ଅଛି ଏବଂ ଝଡୁଛି ସେମାନେ ମଧ୍ୟ ଏହି ନିମ ର ପତ୍ର ର ବ୍ୟବହାର ଦ୍ୱାରା ସେହି ସବୁ ସମସ୍ୟା ରୁ ମୁକ୍ତ ପାଇଁ ପାରିବେ । ତେଣୁ ଆପଣ ଅଯଥା ରେ ବାହାରୁ ପଇସା ଖର୍ଚ୍ଚ ନ କରି ନିଜ ଘରେ ମଧ୍ୟ ଏହି ସବୁ ସମସ୍ୟାର ସମାଧାନ କରି ପାରିବେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button