IBN ଓଡ଼ିଶା ବ୍ୟୁରୋ

ପୁଣି ଲଜ୍ଜା, ନର୍ସିଂ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ଦୁଷ୍କର୍ମ ଘଟଣା। କୋଲକାତାର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏପର୍ଯ୍ୟନ୍ତ ଥମି ନଥିବା ବେଳେ ଏବେ ଆଉ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ତାମିଲନାଡୁର ଜଣେ ନର୍ସିଂ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ପୁଲିସ ସୂଚନା ଅନୁସାରେ, ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲାରେ କିଛି ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଥେନିର ଜଣେ ନର୍ସିଂ ଛାତ୍ରୀଙ୍କୁ ଅପହରଣ ଓ ଗଣଦୁଷ୍କର୍ମ କରାଯାଇଥି ଅଭିଯୋଗ ହୋଇଛି।

ଦୁଷ୍କର୍ମର ପରେ ଅଭିଯୁକ୍ତମାନେ ପୀଡିତାଙ୍କୁ ଡିଣ୍ଡିଗୁଲ ରେଳ ଷ୍ଟେସନ ନିକଟରେ ଛାଡି ଫେରାର ହୋଇଯାଇଛନ୍ତି। ଏନେଇ ଡିଣ୍ଡିଗୁଲ ଜିଲ୍ଲା ଅଧୀକ୍ଷକ ପ୍ରଦୀପ ସୂଚନା ଦେଇଛନ୍ତି। ଏହାପରେ ପୀଡିତା ଜଣକ ଆହତ ଅବସ୍ଥାରେ ପୁଲିସକୁ ସହାୟତା ମାଗିଥିଲେ।

ପୁଲିସ କହିବା ମୁତାକବ, ପୀଡିତା ଜଣକ ହେଉଛନ୍ତି ଦ୍ୱିତୀୟ ବର୍ଷର ନର୍ସିଂ ଛାତ୍ରୀ। ସେ ସୋମବାର ବସ୍ ଯୋଗେ ନିଜ ଘରକୁ ଆସୁଥିଲେ। ଏହି ସମୟରେ କଳା ପୋଷାକ ପିନ୍ଧିଥିବା କେହି ଜଣେ ମହିଳା ତାଙ୍କ ପିଛା କରୁଥିବା ନେଇ ସେ ନିଜ ବାପାଙ୍କୁ ଫୋନ୍ କରି କହିଥିଲେ। ଏହାପରେ ତାଙ୍କ ଫୋନ୍ ଆଉ ଲାଗି ନଥିଲା। ଏନେଇ ତାଙ୍କ ବାପା ଚିନ୍ତିତ ହୋଇପଡିଥିଲେ। ପରେ ସେ ଥେନି ପୁଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୁକ୍ତମାନେ ନର୍ସି ଛାତ୍ରୀଙ୍କୁ ଷ୍ଟେସନଠାରୁ ପ୍ରାୟ ୫୦ କିଲୋମିଟର ଦୂରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କ ଷ୍ଟେସନ ପାଖରେ ଛାଡି ଫେରାର ହୋଇଯାଇଛନ୍ତି। ପୀଡିତାଙ୍କୁ ଉଦ୍ଧାର କରାଯାଇ ଡିଣ୍ଡିଗୁଲ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ପୁଲିସ ଏନେଇ ଏଫଆଇଆର ରୁଜୁ କରିବା ସହ ମାମଲାର ତଦନ୍ତ ଜାରି ରଖିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button