IBN ଓଡ଼ିଶା ବ୍ୟୁରୋ

ହଳଦୀ ଆପଣଙ୍କୁ କରିଦେବ ଧନୀ, ଘରକୁ ଆଣିଥାଏ ସୁଖ ସମୃଦ୍ଧି, କରନ୍ତୁ ଏହି ଉପାୟ

ବନ୍ଧୁଗଣ ହଳଦୀ ସାଧାରଣତଃ ସମସ୍ତଙ୍କ ଘରେ ପ୍ରତିଦିନ ବ୍ୟବହାର ହୋଇଥାଏ । କୁହାଯାଏ କି ହଳଦୀ ମାତା ଲକ୍ଷ୍ମୀ ଙ୍କ ଅତି ପ୍ରିୟ ହୋଇଥାଏ । ତେଣୁ ହଳଦୀ ଖାଦ୍ୟ ପଦାର୍ଥର ବ୍ୟବହାର ନହେଲେ ମାତା ଲକ୍ଷ୍ମୀ ରଷ୍ଟ ହୋଇଥାନ୍ତି । ଏହି ହଳଦୀ ଖାଦ୍ୟର ସ୍ବାଦ ବଢ଼ାଇବା ସହିତ ଆହୁରି ଅନେକ ପ୍ରକାରର ଚମତ୍କାର ମଧ୍ୟ କରିଥାଏ । ଜ୍ୟୋତିଷ ଶାସ୍ତ୍ର ରେ ଏହାର ବହୁତ ମହତ୍ତ୍ଵ ରହିଛି ଯେଉଁ କାରଣରୁ ଏହା ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ବ୍ୟବହାର ହୋଇଥାଏ ।

ଶାସ୍ତ୍ରରେ ଏହା ଉଲ୍ଲେଖ କରାଯାଇଛି ଯେ ହଳଦୀ କୁ ଖାଦ୍ୟରେ ବ୍ୟବହାର କଲେ ଏହା ଶରୀରରେ କୌଣସି ନକାରାତ୍ମକ ଊର୍ଜା ପ୍ରବେଶ କରିନଥାଏ । ହଳଦୀ ଖାଇବା ଦ୍ବାରା ଏବଂ ଶରୀରରେ ଲଗାଇବା ଦ୍ୱାରା ଶରୀରରେ ରୋଗ ଜୀବାଣୁ ନଷ୍ଟ ହେବା ସହ ଶରୀରରେ ସକାରାତ୍ମକ ଉର୍ଜା ବଢ଼ିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଛୋଟ ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଆପଣଙ୍କ ମାଙ୍ଗଳିକ ଦୋଷ ଦୂର ହେବା ସହ ଘର ପରିବାରରେ ଧନ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ଆପଣ ଗାଧୋଇବା ସମୟରେ ଗାଧୁଆ ପାଣିରେ ହଳଦୀ ମିଶାଇ ଗାଧାନ୍ତୁ । ଏହା ଦ୍ବାରା ଆପଣଙ୍କ ଭାଗ୍ୟ ଖୋଲିବାକୁ ଲାଗିଥାଏ ଏବଂ ଭାଗ୍ୟ ଉଜ୍ବଳ ହୋଇଥାଏ । ଏହା ଦ୍ବାରା ଆପଣଙ୍କ ମନରେ ସବୁବେଳେ ସକାରାତ୍ମକ ଭାବନା ରହିଥାଏ ।

ବନ୍ଧୁଗଣ ଆପଣ ଦେଖିଥିବେ ବହୁତ ଘରେ ପୁଅ ବୋହୁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହୋଇଥାଏ, ଶାଶୁ ଶଶୁର ଙ୍କ ସହିତ ପଡୁନଥାଏ ତେବେ ଏମିତି ହେଉଥିଲେ ଆପଣ ଗୋଟେ ତମ୍ଭ କଳସରେ ପାଣି ନେଇ ସେଥିରେ ଗୋଟେ ଚିମୁଟା ହଳଦୀ ମିଶାଇ ସେହି ପାଣିକୁ ସୂର୍ଯ୍ୟ ନାରାୟଣ ଙ୍କୁ ସମର୍ପଣ କରନ୍ତୁ । ଦେଖିବେ ଏହି ସମସ୍ତ ପ୍ରକାର ସମସ୍ୟା ଖୁବ ଶୀଘ୍ର ଦୂର ହେବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button