IBN ଓଡ଼ିଶା ବ୍ୟୁରୋ

ବିବାହର ୮ ବର୍ଷ ପରେ ଛାଡପତ୍ର ଦେବେ ଉର୍ମିଳା ମାତୋଣ୍ଡକର !

ଲିଉଡରେ ବିବାହ ବିଚ୍ଛେଦ ହେବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଲାଇକା ଆରୋରା, ହ୍ରିତିକ ରୋଶନ, କରିସ୍ମା କପୁରଙ୍କ ଭଳି ଷ୍ଟାର ବିବାହ ଭାଙ୍ଗିଥିବା ବେଳେ ଏବେ ରଙ୍ଗିଲା ଗାର୍ଲ ଉର୍ମିଳା ମାତୋଣ୍ଡକର ଛାଡପତ୍ର ନେବାକୁ ଯାଉଛନ୍ତି । ବିବାହର ୮ ବର୍ଷ ପରେ ଉର୍ମିଳା ସ୍ୱାମୀ ମୋହସିନଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ।

୮ ବର୍ଷର ବିବାହ ପରେ ଉର୍ମିଳା ତାଙ୍କ ସ୍ୱାମୀ ମୋହସିନ ଅଖତର ମୀରଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଦେଖାଦେଇଛି ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ଉର୍ମିଳା ଛାଡ଼ପତ୍ର ମାମଲା ଦାୟର କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଏନେଇ ଉର୍ମିଳାଙ୍କ ଠାରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ ।

ଉର୍ମିଳା ଏବଂ ମୋହସିନ୍ ଦୀର୍ଘ ଦିନ ହେବ ଆଉ ଏକାଠି ରହୁ ନାହାଁନ୍ତି । ଏବେ ଉର୍ମିଳା ବିବାହ ବିଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏନେଇ କୋର୍ଟରେ ଛାଡପତ୍ର ମାମଲା ଦାୟର କରିଛନ୍ତି । ତେବେ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଉର୍ମିଳା ଏବଂ ମୋହସିନ୍‌ଙ୍କ ମଧ୍ୟରେ ୧୦ ବର୍ଷର ବୟସ ପାର୍ଥକ୍ୟ ରହିଛି । ଦୁହେଁ ୪ ଫେବୃଆରୀ ୨୦୧୬ ମସିହାରେ ବିବାହ କରିଥିଲେ । ଡିଜାଇନର ମନୀଷ ମଲହୋତ୍ରାଙ୍କ ଯୋଗୁ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା । ସେତେ ବେଳେ ଉର୍ମିଳାଙ୍କ ବିବାହ ବେଶ ଚର୍ଚ୍ଚାରେ ଥିଲା । କାରଣ ୪୨ ବର୍ଷ ବୟସରେ ସେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ଦୁହେଁ ଅମୃତସରର ସ୍ଵର୍ଣ୍ଣ ମନ୍ଦିରକୁ ଯାଇ ବିବାହ କରିଥିଲେ । ବ୍ୟବସାୟୀ ତଥା ମଡେଲ ମୋହସିନ୍ କଶ୍ମୀରର ବାସିନ୍ଦା ଅଟନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button