IBN ଓଡ଼ିଶା ବ୍ୟୁରୋ

ଆଖିକୁ ଦୁର୍ବଳ କରିଥାଏ ଆପଣଙ୍କ ଏହି ଛୋଟ ଛୋଟ ଅଭ୍ୟାସ…

ଆଖି ଦୁର୍ବଳ ହେବାର କାରଣ :

ମୋବାଇଲ ଫୋନ ର ଅଧିକ ବ୍ୟବହାର କରିବା ଦ୍ଵାରା ଆଖି ର ଶୁଷ୍କତା ବଢିବା, ମୁଣ୍ଡ ବୁଲେଇ ହେବା, ଆଖିକୁ କମ ବା ଝାପ୍ସା ଦେଖାଯିବ ଭଳି ସମସ୍ୟା ହୋଇଥାଏ।

ବାରମ୍ବାର ଆଖିକୁ ମନ୍ଥିବା ଦ୍ଵାରା ଆଖି ପତା ତଳେ ଥିବା ରକ୍ତବାହିକା ଗୁଡିକ ନଷ୍ଟ ହୋଇ ଆଖିକୁ ଦୁର୍ବଳ କରିପାରନ୍ତି।

ଖାଦ୍ୟରେ ଅନହେଲଦି ଖାଦ୍ୟ ଖାଇବା ଦ୍ଵାରା ମଧ୍ୟ ଆଖିର ଆଲୋକ ନଷ୍ଟ ହୋଇଥାଏ।

ପର୍ଯ୍ୟାପ୍ତ ମାତ୍ରାରେ ପାଣି ନ ପିଇବା ଦ୍ଵାରା ଶରୀର ଡିହାଇଡ୍ରେଟ ହୋଇଯାଏ। ଡିହାଇଡ୍ରେସନ ଆଖିରୁ ବାହାରୁଥିବା ଲୁହକୁ ତିଆରି ହେବାରେ ରୋକିଥାଏ। ଯାହାଫଳରରେ ଆଖିରେ ଶୁଷ୍କତା ଦେଖାଯିବ ସହ ଆଖି ଫୁଲିଯିବା ଏବଂ ଲାଲ ମଧ୍ୟ ହୋଇପାରେ।

ଧୂମ୍ରପାନ ନ କରୁଥିବା ଲୋକଙ୍କ ତୁଳନାରେ ଧୂମ୍ରପାନ କରୁଥିବା ଲୋକମାନଙ୍କଠାରେ ଆଖି ଅନ୍ଧ ହେବାର ସମ୍ଭାବନା 4 ଗୁଣ ଅଧିକ ଥାଏ।

ଖରାରେ ଗଲାବେଳେ ସଦାବେଳେ ଚଷମା ବ୍ୟବହାର କରିବା ଉଚିତ। ଚଷମା ବ୍ୟବହାର ନ କରିବା ଦ୍ଵାରା ଆଖି ହାନିକାରକ ୟୁବି କିରଣ ର ସମ୍ପର୍କରେ ଆସିଥାଏ। ଯାହାଫଳରେ ଦୃଷ୍ଟିଶକ୍ତି କମିବାର ସମ୍ଭାବନା ଥାଏ।

ପର୍ଯ୍ୟାପ୍ତ ନିଦ ନ ହେବା ଦ୍ଵାରା ଆପଣଙ୍କ ଆଖିତଳେ ଡାର୍କ ସର୍କଲ ଆସିଥାଏ ଏବଂ ଆଖୁର ଲାଲିମା ବଢିବା ସହ ଶୁଷ୍କତା ମଧ୍ୟ ବଢିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button