IBN ଓଡ଼ିଶା ବ୍ୟୁରୋ

ଶରୀରରୁ କ୍ୟାଲସିୟମ ଅଭାବ ଦୂର କରିବା ପାଇଁ ଏହି ସବୁ ଖାଦ୍ୟ ଖାଆନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିଇ କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇ ଆପଣ ନିଜ ଶରୀରରୁ କ୍ୟାଲସିୟମର ଅଭାବ ଦୂର କରିପାରିବେ । ଏହା ଦେଖାଯାଇଛି କି ଯେଉଁ ଲୋକଙ୍କ ଶରୀରରେ କ୍ୟାଲସିୟମର ଅଭାବ ରହିଥାଏ ତାଙ୍କ ଠାରେ ଭିଟାମିନ-ଡି3, ବି-12, ହିମୋଗ୍ଲୋବିନର ଅଭାବ ପରିଲକ୍ଷିତ ହୋଇଥାଏ ।

ଆମେ ସବୁ ଜାଣିଛୁ ସୁସ୍ଥ ଦାନ୍ତ ଓ ମଜବୁତ ହାଡ ପାଇଁ କ୍ୟାଲସିୟମ କେତେ ଜରୁରୀ ହୋଇଥାଏ । ଶରୀରର ଖାଦ୍ୟ ପୋଷାକକୁ ସଠିକ ରୂପେ କାର୍ଯ୍ୟକାରୀ କରିବାକୁ କ୍ୟାଲସିୟମର ଆବଶ୍ୟକତା ହୋଇଥାଏ । ଭୋଜନରୁ ସଠିକ ପରିମାଣର କ୍ୟାଲସିୟମ ନ ମିଳେ ତେବେ ଅସ୍ଥି କମ୍ଜୋର ହେବାକୁ ଲାଗେ । ଏବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ ବିଷୟରେ ।

1- କ୍ଷୀର : କ୍ୟାଲସିୟମର ପ୍ରଧାନ ଉଶ୍ଚ ହେଉଛି ଗାଈ କ୍ଷୀର । ଏହା ଆମ ଶରୀରରେ ବହୁତ ଭଲ ଭାବେ ଅବଜର୍ଭ ହୋଇଥାଏ । କ୍ଷୀର ବ୍ଯତୀତ କ୍ଷୀର ରୁ ତିଆରୁ ପନିର, ଛେନା, ଦହି କ୍ୟାଲସିୟମରେ ଭରପୁର ହୋଇଥାଏ । ତେଣୁ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଇଛି ତେବେ ପ୍ରତିଦିନ ଗୋଟେ ଗ୍ଲାସର କ୍ଷୀର ର ସେବନ କରନ୍ତୁ । ବାଢୁଥିବା ଶିଶୁ ଙ୍କୁ ଗୋଟେ ଗ୍ଳାସ କ୍ଷୀର ଦେଲେ ବିକାଶ ହୋଇଥାଏ ।

2- ଗ୍ରୀନ ଭେଜିଟେବଲ : ସବୁଜ ପନିପରିବା କ୍ୟାଲସିମ ରେ ଭରପୁର ହୋଇଥାଏ । ପାଳଙ୍ଗ ଶାଗ, ଲେଉଟିଆ ଶାଗ, କୋବି, ବ୍ରୋକଲି ଭେଣ୍ଡି ରେ କ୍ୟାଲସିୟମର ପରିମାଣ ଅଧିକ ରହିଛି । ତେଣୁ ଆପଣଙ୍କ ଶରୀରରେ କ୍ୟାଲସିମର ଅଭାବ ଥିଲେ ଏହି ସବୁ ପରିବା ର ସେବନ କରନ୍ତୁ ।

3- ଆମଲା : ଆମଲା ରେ କ୍ୟାଲସିୟମ ରେ ଭରପୁର ଅଟେ । ଏହାର ସେବନ କରିଲେ କ୍ୟାଲସିୟମର ଅଭାବ ଦୂର ହୋଇଥାଏ । ଏହା ଛାଡ ବିଲାତି ରେ ମଧ୍ୟ କ୍ୟାଲସିୟମ ଓ ଭିଟାମିନ-ଇ ଅଧିକ ରହିଥାଏ । ଯାହା ଅସ୍ଥି କୁ ମଜବୁତ କରିବାରେ ସହାୟକ ହୋଇଥାଏ ।

4- ଫଳ : ଫଳ ଭିତରେ କମଳା, ପିଜୁଳି, ଅମୃତଭଣ୍ଡା, ଆତ ଇତ୍ୟାଦି ରେ କ୍ୟାଲସିୟୟମ ପ୍ରଚୁର ପରିମାଣରେ ରହିଥାଏ । ତେଣୁ ଶରୀରରେ କ୍ୟାଲସିୟମର ସନ୍ତୁଳନ ରଖିବା ପାଇଁ ଏହି ସବୁ ଫଳ ହାଇବା ଉଚିତ ।

5- ଡ୍ରାଏ ଫୃତ୍ସ : ବାଦାମ ଓ ଖଜୁର ରେ କ୍ୟାଲସିୟମର ପରିମାଣ ପ୍ରଚୁର ରହିଥାଏ । ଏହା ଛଡା ଅଞ୍ଜି ରେ ମଧ୍ୟ କ୍ୟାଲସିୟମ ଅଧିକ ରହିଥାଏ । ଶରୀରରେ କ୍ୟାଲସିୟମର ଅଭାବ ଦୂର କରିଥାଏ ଏହି ସବୁ ଡ୍ରାଏ ଫୃତ୍ସ ।

6- ଆଲସୀ, ରାଜମା, କାବୁଲି ଚଣା, ସୋଯାବିନ, ଖସା, ସୋୟା ମିଲ୍କ ରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ । ଏହାକୁ ନିଜ ଭୋଜନରେ ସାମିଲ କରିପାରିବେ । ଏହା ଛଡା ଓଟ୍ସ ରେ ମଧ୍ୟ କ୍ୟାଲସିୟମ ରହିଥାଏ । ଏହାକୁ ପ୍ରତିଦିନ ସେବନ କରିଲେ ଶରୀରରେ କ୍ୟାଲସିୟମର ଅଭାବ ଦୂର ହୁଏ ।

7- ଯଦି ଆପଣ ନନ୍ ଭେଜ ଖାଉଛନ୍ତି ତେବେ ଅଣ୍ଡା ଓ ମାଛ ଅଧିକ ଖାଇବା ଉଚିତ । କାରଣ ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button