IBN ଓଡ଼ିଶା ବ୍ୟୁରୋ

ରାଶି ଅନୁସାରେ ଜାଣନ୍ତୁ କିଏ ବନିବ ଆପଣଙ୍କର ଭଲ ବନ୍ଧୁ ଏବଂ କିଏ ହେବ ଶତ୍ରୁ

କହିବାକୁ ଗଲେ ମଣିଷ ଜନ୍ମ ହେବା ପରେ ମା ବାପା , ଭାଇଭଉଣୀ ଆଦି ଅନେକ ସମ୍ପର୍କୀୟଙ୍କ ସପକ୍ଷ ମିଳିଥାଏ । କିନ୍ତୁ ଏଭଳି ଏକ ବନ୍ଧୁଙ୍କ ସମ୍ପର୍କ ହୋଇଥାଏ, ଯାହା ମଣିଷ ନିଜେ ବାଛି ଥାଏ। ଏହି ସମ୍ପର୍କ କାହା ପାଇଁ ଅତ୍ୟନ୍ତ ଖାସ୍ ହୋଇଥାଏ। ଅନେକଥର ଜଣକ ସହିତ ଦେଖାସାକ୍ଷାତ ପରେ ଗଭୀର ବନ୍ଧୁତା ହୋଇ ଯାଇଥାଏ। ଅନେକ ଲୋକେ ପରସ୍ପର ସହିତ ରହିବା ସହିତ ମଧ୍ୟ ବନ୍ଧୁତା ଭାଙ୍ଗି ଯାଇ ଥାଏ। ଏଥିପାଇଁ ବନ୍ଧୁତା କରିବା ପୂର୍ବରୁ ବହୁତ ପ୍ରଶ୍ନ ଉଠି ଥାଏ। କିନ୍ତୁ ଆପଣ ନିଜ ରାଶି ଅନୁସାରେ ଜାଣିପାରିବେ କି ଆପଣଙ୍କ ବନ୍ଧୁତା ଚାଲିବ କି ନାହିଁ। ଯଦି ଆପଣ ରାଶି ଗୁଡ଼ିକୁ ମାନୁଛନ୍ତି ତାହେଲେ ଆମେ ଆପଣଙ୍କୁ କହିବୁ କି କେଉଁ ଭଳି ଲୋକଙ୍କ ସହିତ ବନ୍ଧୁତା କରିବା ଉଚିତ ଏବଂ କେଉଁ ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ।

ମେଷ ରାଶି –

ଏହି ଲୋକେ ଖୋଲା ବିଚାରର ଅଟନ୍ତି। ଏଭଳି ଭାବରେ ଧନୁ ରାଶିର ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ଉଚିତ। ଦୁଇଜଣଙ୍କ ସ୍ଵଭାବ ଏକ ହେବା ଦ୍ବାରା ବନ୍ଧୁତା ସୁଦୃଢ ରହିବ।

ବୃଷ ରାଶି –

ସ୍ୱଭାବରେ ଜିଦି ଏବଂ ନିଜ ହିସାବରେ ଜୀବନ ଅତିବାହିତ କରିବାକୁ ଚାହୁଁଥିବା ଏହି ଲୋକେ କନ୍ୟା ଏବଂ ମକର ରାଶିର ଲୋକଙ୍କ ସହିତ ଖୁବ ତାଳମେଳ ରହିଥାଏ । କିନ୍ତୁ ମିଥୁନ ରାଶିର ଲୋକଙ୍କ ପାଖରୁ ଦୂରେଇ ରହିବା ଆବଶ୍ୟକ।

ମିଥୁନ ରାଶି –

ଏହି ରାଶିର ଲୋକଙ୍କୁ ତୁଳା ରାଶିର ଲୋକଙ୍କ ସହିତ ବନ୍ଧୁତା କରିବା ଉଚିତ। ଏମାନଙ୍କର ଜୀବନରେ ସବୁ ମୋଡରେ ବନ୍ଧୁ ଏମାନଙ୍କ ସପକ୍ଷରେ ରହିବେ।

କର୍କଟ ରାଶି –

କର୍କଟ ରାଶିର ଝିଅମାନଙ୍କର ମୀନ ରାଶିର ଲୋକଙ୍କ ସହିତ ଗଭୀର ବନ୍ଧୁତା ଥାଏ। ଦୁଇଜଣଙ୍କର ପାଣି ତତ୍ତ୍ଵ ଜଡ଼ିତ ଥିବାରୁ ସୁଦୃଢ ସମ୍ପର୍କ ବନି ଥାଏ। କହିବାକୁ ଗଲେ ଏମାନଙ୍କ ପାଇଁ ମକର ରାଶି ମଧ୍ୟ ଉତ୍ତମ ଅଟନ୍ତି ।

Google

ସିଂହ ରାଶି –

ଏହି ରାଶିର ଝିଅ ମାନଙ୍କ ପାଇଁ ମିଥୁନ ଏବଂ ଧନୁ ରାଶିର ଲୋକେ ଉତ୍ତମ ବନ୍ଧୁ ବୋଲି ଜଣା ଯାଇଥାନ୍ତି। ଏମାନଙ୍କ ବନ୍ଧୁତା ଜୀବନସାରା ଚାଲି ଥାଏ।

କନ୍ୟା ରାଶି –

ଏମାନଙ୍କ ପାଇଁ ମିଥୁନ ଓ ସିଂହ ରାଶିର ଲୋକେ ଉତ୍ତମ ସାବ୍ୟସ୍ତ ହୋଇଥାନ୍ତି। କିନ୍ତୁ ଏମାନଙ୍କୁ ମକର ଏବଂ ବୃଷ ରାଶିର ଲୋକଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ।

ତୁଳା ରାଶି –

ତୁଳା ରାଶିର ଝିଅମାନେ ମକର, କୁମ୍ଭ, ବୃଷ ରାଶିର ଲୋକଙ୍କ ସହିତ ଅତ୍ୟନ୍ତ ତାଳମେଳ ରଖିଥାନ୍ତି। କିନ୍ତୁ ଏମାନଙ୍କୁ ମିଥୁନ ଏବଂ କୁମ୍ଭ ରାଶିର ଲୋକଙ୍କ ସହିତ ବନ୍ଧୁତା କରିବାରୁ ବଞ୍ଚିତ ହେବା ଆବଶ୍ୟକ। କହିବାକୁ ଏମାନେ ହୃଦୟରୁ ନିଜର ଭାବି ବନ୍ଧୁତା କରି ନଥାନ୍ତି।

ବିଛା ରାଶି –

ଏହି ରାଶିର ଝିଅ ମାନଙ୍କ ପାଇଁ ମୀନ ଏବଂ ସିଂହ ରାଶିର ଲୋକେ ଉତ୍ତମ ବନ୍ଧୁ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଏମାନଙ୍କୁ କର୍କଟ ରାଶିର ଲୋକଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ।

ଧନୁ ରାଶି –

ସିଂହ ଏବଂ କର୍କଟ ରାଶିର ଲୋକେ ଧନୁ ରାଶିର ଝିଅମାନଙ୍କୁ ବେଷ୍ଟ ଫ୍ରେଣ୍ଡ ସୁବିଧାରେ ବନେଇ ପାରନ୍ତି। କିନ୍ତୁ ଏମାନଙ୍କୁ ମେଷ ରାଶିର ଲୋକଙ୍କ ପାଖରୁ ଦୂରତା ରକ୍ଷା କରିବା ଉଚିତ। ନଚେତ ଏମାନେ ବନ୍ଧୁତା ରେ ଧୋକା ଖାଇ ପାରନ୍ତି।

ମକର ରାଶି –

ଏମାନଙ୍କର ବନ୍ଧୁତା କହିବାକୁ ଗଲେ ଏମାନଙ୍କର ମିଥୁନ, ବୃଷ ରାଶିର ଲୋକଙ୍କ ସହିତ ବନ୍ଧୁତା ଘନିଷ୍ଠ ହୋଇଥାଏ। ଏହି ରାଶିର ଲୋକେ ବୁଝି ବିଚାରି ବନ୍ଧୁତା କରି ଥାନ୍ତି। ଏହାର ବିପରୀତ ବିଛା, କର୍କଟ, କନ୍ୟା ରାଶିର ଲୋକଙ୍କ ଠାରୁ ଏମାନଙ୍କୁ ଦୂରେଇ ରହିବା ଆବଶ୍ୟକ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button