IBN ଓଡ଼ିଶା ବ୍ୟୁରୋ

ତୁଳସୀ ଗଛ ପାଖରେ ଏହିସବୁ ଜିନିଷ ରଖିଲେ ,ମାଡ଼ିଆସେ ଘୋର ବିପଦ, ଆଜି ହିଁ ସାବଧାନ ହୋଇ ଯାଆନ୍ତୁ

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ସମ୍ମାନ ଦିଆଯାଏ। ବିଶ୍ୱାସ କରାଯାଏ ଯେ ଘରେ ତୁଳସୀ ଗଛ ରହିବା ଦ୍ୱାରା ଦେବାଦେବୀମାନେ ବାସ କରିଥାନ୍ତି। ଘରର ପରିବେଶ ସକରାତ୍ମକ ହେବା ସହିତ ଖାଦ୍ୟ ଏବଂ ଧନ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହୋଇଥାଏ। କିନ୍ତୁ ତୁଳସୀ ଗଛକୁ ଜଳ ଅର୍ପଣ କରିବା , ଦୀପ ଜାଳିବା ସହିତ କିଛି ବିଶେଷ ଜିନିଷ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ବାସ୍ତୁ ଅନୁଯାୟୀ , ପବିତ୍ରତାର ପ୍ରତୀକ ତୁଳସୀ ଗଛ ଆଗରେ କିଛି ଜିନିଷକୁ ରଖିବା ଠାରୁ ଦୂରେଇ ରହିବା ଉଚିତ। ନଚେତ ଘରେ ନକାରାତ୍ମକତା ବଢିବାକୁ ଲାଗିଥାଏ। ଆହୁରି ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବା ଯେ ତୁଳସୀ ଗଛ ଆଗରେ କେଉଁ କେଉଁ ଜିନିଷକୁ ରଖିବା ଠାରୁ ଦୂରେଇ ରହିବା ଉଚିତ।

ଅପରିଷ୍କାର ହେବା:-

ବିଶ୍ୱାସ କରାଯାଏ ଯେ ତୁଳସୀ ଗଛରେ ଦେବାଦେବୀ ମାନେ ବାସ କରିଥାନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କ ଆଗରେ କେବେ ମଧ୍ୟ ଅପରିଷ୍କାର ହେବା ଉଚିତ ନୁହେଁ। ନଚେତ ଘରେ ନକାରତ୍ମକ ଶକ୍ତିର ସଞ୍ଚାର ହେବା ଦ୍ୱାରା ଅଶାନ୍ତି ବ୍ୟାପିଥାଏ। ଏଭଳି ପରିସ୍ଥିତିରେ ସଦା ସର୍ବଦା ତୁଳସୀ ଗଛର ଆଖପାଖକୁ ସଫା ରଖନ୍ତୁ। ଏହା ସହିତ ଆଖପାଖରେ ପଡିଥିବା କୌଣସି ଆବର୍ଜନା ଏବଂ ଭଙ୍ଗା ଜିନିଷକୁ ଦୂର କରିଦିଅନ୍ତୁ।

Google

ଓଦା କପଡା:-

ପ୍ରାୟତଃ ଲୋକମାନେ ତୁଳସୀ ଗଛକୁ ଘରର ଛାତ ଉପରେ ରଖିଥାନ୍ତି। ଏଭଳି ପରିସ୍ଥିତିରେ ଗଛ ପାଖରେ ହିଁ ଓଦା କପଡା ଶୁଖାଇଥାନ୍ତି। କିନ୍ତୁ ଓଦା କପଡ଼ାରେ ନକରାତ୍ମକତା ରହିଥାଏ। ଏଭଳି ପରିସ୍ଥିତିରେ ଏହାକୁ ଓଦା କପଡା ପାଖରେ ରଖିବା ଦ୍ୱାରା ଘରର ସକାରତ୍ମକତା ନକାରତ୍ମକତାକୁ ପରିବର୍ତ୍ତିତ ହୋଇଯାଏ। ଏହା ସହିତ ତୁଳସୀ ମାତାଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ ଘର ପରିବାରକୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ। ହେଉଥିବା କାମ ଖରାପ ହେବାଦ୍ୱାରା ଆର୍ଥିକ ପର୍ଯ୍ୟାୟରେ କ୍ଷତି ହୋଇପାରେ। ଏଭଳି ପରିସ୍ଥିତିରେ ଯଦି ଆପଣ ତୁଳସୀ ମାତାଙ୍କ ଗଛ ଆଗରେ ଓଦା କପଡା ଶୁଖାଉଛନ୍ତି , ତେବେ ଆପଣଙ୍କର ଏହି ଅଭ୍ୟାସକୁ ଖୁବଶୀଘ୍ର ପରିବର୍ତ୍ତନ କରିନିଅନ୍ତୁ।

ଦେବାଦେବୀଙ୍କ ମୂର୍ତ୍ତି:-

ଶ୍ରୀଗଣେଶଙ୍କୁ ପ୍ରଥମ ପୂଜନୀୟ ଭାବରେ ବିବେଚନା କରାଯାଏ। କୌଣସି ଶୁଭ କାମର ଆରମ୍ଭ ତାଙ୍କର ପୂଜା ବିନା ଅଧୁରା ଭାବରେ ବିବେଚନା କରାଯାଏ। କିନ୍ତୁ ତୁଳସୀ ମାତାଙ୍କ ଆଗରେ ଭୁଲରେ ମଧ୍ୟ ଗଣେଶ ଭଗବାନ କିମ୍ବା ଶିବ ପରିବାରର ମୂର୍ତ୍ତି କିମ୍ବା ଫୋଟ ରଖିବା ଉଚିତ ନୁହେଁ। ଏହାକୁ ଅଶୁଭ ଭାବରେ ବିବେଚନା କରାଯାଏ। ଏହାଦ୍ବାରା ଜୀବନରେ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ। ଏହାବ୍ୟତୀତ ତୁଳସୀ ଗଛ ପାଖରେ କୌଣସି ଅନ୍ୟ ଦେବାଦେବୀଙ୍କର ମୂର୍ତ୍ତି ମଧ୍ୟ ରଖିବା ଠାରୁ ଦୂରେଇ ରୁହନ୍ତୁ। ନଚେତ ଧନ ସହ ଜଡିତ ସମସ୍ୟା ହୋଇପାରେ।

ଜୋତା – ଚପଲ:-

ଜୋତା ଚପଲକୁ ଅଶୁଦ୍ଧ ଏବଂ ଅପବିତ୍ର ଭାବରେ ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ଏହାକୁ ପବିତ୍ରତାର ପ୍ରତୀକ ତୁଳସୀ ଆଗରେ କେବେ ମଧ୍ୟ ଭୁଲରେ ରଖିବା ଉଚିତ ନୁହେଁ। ନଚେତ ଜୋତା ଚପଲରୁ ବାହାରୁଥିବା ନକାରତ୍ମକତା ଘରେ ବ୍ୟାପିଯିବ। ଏଭଳି ପରିସ୍ଥିତିରେ ଖାଦ୍ୟ ଏବଂ ଧନ ସହ ଜଡିତ ସମସ୍ୟା ହୋଇପାରେ। କାରବାରରେ ସମସ୍ୟା ଆସିବା ସହିତ ହେଉଥିବା କାମ ଖରାପ ହୋଇପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button