IBN ଓଡ଼ିଶା ବ୍ୟୁରୋ

ମନ୍ଦିରରୁ ଫେରିବାବେଳେ ଆପଣ ମଧ୍ୟ ଘଣ୍ଟି ବଜାନ୍ତି କି? ହୁଅନ୍ତୁ ସାବଧାନ ରୁହ! ଏହା କରିବା ଦ୍ଵାରା ଆସିଥାଏ ବଡ଼ ବିପତ୍ତି..

ହିନ୍ଦୁ ଧର୍ମରେ ପୂଜାପାଠ ବିଷୟରେ ଅନେକ ବିଶ୍ୱାସ ଅଛି, ଯାହାକୁ ଆମେ ଆଜି ବି ଅନୁସରଣ କରୁ। ଏହି ନିୟମ ମଧ୍ୟରୁ ଗୋଟିଏ ହେଉଛି ମନ୍ଦିରରେ ଘଣ୍ଟି ବଜାଇବା। ପ୍ରତ୍ୟେକ ହିନ୍ଦୁ ମନ୍ଦିରରେ ଘଣ୍ଟି ରହିଥାଏ ଏବଂ ଯେତେବେଳେ ବି ଆମେ ମନ୍ଦିରକୁ ଯାଇହଉ ଆମେ ନିଶ୍ଚିତ ଭାବରେ ଘଣ୍ଟି ବଜାଇଥାଉ। କିନ୍ତୁ ଆପଣ ଜାଣନ୍ତି କି ମନ୍ଦିରରୁ ଫେରିବା ସମୟରେ ଘଣ୍ଟି କେବେ ବି ବଜାଇବା ଉଚିତ୍ ନୁହେଁ। ଅନେକ ଲୋକ ଜାଣନ୍ତି ନାହିଁ ଯେ ଫେରିବା ସମୟରେ ଘଣ୍ଟି କାହିଁକି ବଜାଯିବା ଉଚିତ୍ ନୁହେଁ।

ମନ୍ଦିରରେ ଘଣ୍ଟିର ମହତ୍ତ୍ କ’ଣ?

ମନ୍ଦିରରେ ସ୍ଥାପିତ ଘଣ୍ଟି ସମ୍ବନ୍ଧରେ ବିଶ୍ୱାସ କରାଯାଏ ଯେ ଘଣ୍ଟି ବଜାଇବା ଦ୍ଵାରା ଓମକାର ମନ୍ତ୍ରର ଉଚ୍ଚାରଣ ପୂର୍ଣ୍ଣ ହୋଇଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଘଣ୍ଟି ବଜାଇବାଦ୍ଵାରା ମୂର୍ତ୍ତିଗୁଡ଼ିକରେ ଚେତନା ଜାଗ୍ରତ ହୁଏ ଏବଂ ପୂଜାର ପ୍ରଭାବ ବଢ଼ିଥାଏ।

ମନ୍ଦିରରେ ପ୍ରବେଶ କରିବା ସମୟରେ କାହିଁକି ଘଣ୍ଟି ବଜାଯିବା ଉଚିତ୍।

ପ୍ରାଚୀନ କାଳରୁ ପୂଜାପାଠକୁ ଗୁରୁତ୍ୱ ଦିଆଯାଉଛି ? ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେତେବେଳେ ଆମେ ମନ୍ଦିରରେ ପ୍ରବେଶ କରିବା ସମୟରେ ଘଣ୍ଟି ବଜାଇଥାଉ, ବିଶ୍ୱାସ କରାଯାଏ ଯେ ଘଣ୍ଟି ଧ୍ୱନି ଦ୍ୱାରା ଆମ ଶରୀରର ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ ଏବଂ ଲୋକଙ୍କ ସୁଖ ଏବଂ ସମୃଦ୍ଧିର ଦ୍ୱାର ମଧ୍ୟ ଖୋଲିଯାଏ। ଏହା ମଧ୍ୟ କୁହାଯାଏ ଯେ ଘଣ୍ଟିର ଶବ୍ଦ ଭଗବାନଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ଘଣ୍ଟି ବଜାଇ ଭକ୍ତମାନେ ମନ୍ଦିରରେ ପ୍ରବେଶ କରିବା ପାଇଁ ଈଶ୍ବରଙ୍କଠାରୁ ଅନୁମତି ମାଗିଥାନ୍ତି ଏବଂ ଦେବତା ଦେବୀଙ୍କ ଧ୍ୟାନକୁ ନିଜ ଆଡକୁ କେନ୍ଦ୍ରିତ କରନ୍ତି। ଘଣ୍ଟିର ଶବ୍ଦ ଦ୍ୱାରା ଶରୀର ଏବଂ ପରିବେଶରେ ସମସ୍ତ ଜୀବାଣୁ ଏବଂ ବୀଜାଣୁ ନଷ୍ଟ ହୋଇଯାଏ, ଯେଉଁ କାରଣରୁ ମନ୍ଦିର ଏବଂ ଏହାର ପରିବେଶ ମଧ୍ୟ ଶୁଦ୍ଧ ହୋଇଯାଏ।

ଫେରିବା ସମୟରେ କାହିଁକି ଘଣ୍ଟି ବଜାଯିବା ଉଚିତ ନୁହେଁ।

ପୁରାଣରେ କୁହାଯାଇଛି ଯେ ଯେତେବେଳେ ଆମେ ମନ୍ଦିର ଭିତରକୁ ପ୍ରବେଶ କରି, ସେତେବେଳେ ଆମ ମନରେ ବିଭିନ୍ନ ପ୍ରକାର ଚିନ୍ତାଧାରା ଚାଲିଥାଏ, ନକାରାତ୍ମକ ଚିନ୍ତାଧାରା ମଧ୍ୟ ଆସେ। ଯାହା ମନ୍ଦିରରେ ପ୍ରବେଶ କରିବା ପରେ ଘଣ୍ଟି ବାଜିବା ମାତ୍ରେ ନଷ୍ଟ ହୋଇଯାଏ। ଶଙ୍ଖ, ଘଣ୍ଟ ଏବଂ ଘଣ୍ଟିର ଈଶ୍ୱରୀୟ ଶବ୍ଦ ଶରୀରରୁ ସମସ୍ତ ନକାରାତ୍ମକ ଶକ୍ତି ଏବଂ ଚିନ୍ତାଧାରାକୁ ଦୂର କରିଥାଏ ।ତା’ପରେ ଯେତେବେଳେ ମନ୍ଦିରରେ ଭଗବାନ ଏବଂ ଦେବଦେବୀମାନଙ୍କର ଦର୍ଶନ କରୁ, ସେତେବେଳେ ଆମ ମନରେ ସକରାତ୍ମକ ଶକ୍ତି ଏବଂ ଚିନ୍ତାଧାରା ପ୍ରବାହିତ ହେବାକୁ ଲାଗେ। ଏହା ପରେ, ଆମେ ପ୍ରେମ ସହିତ ଭକ୍ତି ଗୀତ ରେ ଧ୍ୟାନ ଦେଇଥାଉ। ମନ୍ଦିରରୁ ଫେରିବା ସମୟରେ ଘଣ୍ଟି ବଜାଇବା ଦ୍ଵାରା ଆମ ପାଇଥିବା ସମସ୍ତ ସକରାତ୍ମକ ଶକ୍ତି ଘଣ୍ଟି ଧ୍ୱନି ଦ୍ୱାରା ନଷ୍ଟ ହୋଇଯାଏ। ତେଣୁ, ସକରାତ୍ମକ ଶକ୍ତି ସଂରକ୍ଷଣ କରିବା ପାଇଁ, ମନ୍ଦିରରୁ ଫେରିବା ସମୟରେ ଘଣ୍ଟି ବଜାଇବା ଉଚିତ୍ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button