IBN ଓଡ଼ିଶା ବ୍ୟୁରୋ

ଭୁଲ୍‌ରେ ବି ଏହିପରି ଲୋକଙ୍କ ସହିତ ସଙ୍ଗତ ରଖନ୍ତୁ ନାହିଁ। ଛଡ଼ାଇନେବେ ଆପଣଙ୍କ ସମସ୍ତ ଖୁସି…

ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ କହିଛନ୍ତି, ଯାହାକୁ ଯଦି ଏହିସବୁ ନୀତିକୁ ଅନୁସରଣ କରି ଆପଣ ଜୀବନରେ ଅନେକ ସଫଳତା ପାଇପାରିବେ। ଚାଣକ୍ୟ ତାଙ୍କ ନୀତିରେ ଏପରି କିଛି ଲୋକଙ୍କୁ ନିଜ ଘରକୁ ଡାକିବା କି ତାଙ୍କ ସହିତ ବନ୍ଧୁତା ରଖିବାକୁ ବାରଣ କରିବାକୁ କୁହାଯାଇଛି। ଯେଉଁ ଲୋକମାନେ ତୁମ ଘରକୁ ଆସନ୍ତି ତେବେ ଘରର ସମସ୍ତ ସୁଖ ଓ ଶାନ୍ତି ଛଡ଼ାଇ ନେଇ ଯାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ଲୋକଙ୍କ ବିଷୟରେ..

ଦୋହରା ଚରିତ୍ରର ବ୍ୟକ୍ତି…

ଚାଣକ୍ୟଙ୍କ ଅନୁସାରେ ଦୋହରା ଚରିତ୍ରର ବ୍ୟକ୍ତି ଅତ୍ୟନ୍ତ କ୍ଷତିକାରକ । କାରଣ ସେ ଆପଣଙ୍କ ସମ୍ମୁଖରେ ମିଠା ମିଠା କଥା କହି ଆପଣଙ୍କ ପଛରେ ନିନ୍ଦା କରିଥାନ୍ତି । ତେଣୁ ସେଭଳି ଚରିତ୍ରର ବ୍ୟକ୍ତିଙ୍କଠାରୁ ନିଜକୁ ଆଉ ନିଜର ପରିବାରକୁ ଦୂରେଇ ରଖନ୍ତୁ ।

ଚରିତ୍ରହୀନ ବ୍ୟକ୍ତି…

ଚାଣକ୍ୟଙ୍କ ନୀତି ଅନୁସାରେ ଚରିତ୍ରହୀନ ବ୍ୟକ୍ତିଙ୍କ ଠାରୁ ଆପଣଙ୍କ ପରିବାରକୁ ଦୂରେଇ ରଖନ୍ତୁ। କାରଣ ସେ ଆପଣଙ୍କୁ ପ୍ରତ୍ୟକ୍ଷ ଭାବେ କ୍ଷତି ନକଲେ ବି ପରୋକ୍ଷ ଭାବରେ କ୍ଷତି ପହଁଞ୍ଚାଇଥାନ୍ତି । ଚରିତ୍ରହୀନ ଲୋକର ଆପଣଙ୍କ ଘରେ ପ୍ରବେଶ ଯୋଗୁଁ ସମାଜ ଆପଣଙ୍କୁ ଖରାପ ନଜରରେ ଦେଖିଥାଏ।

ଦୁଷ୍ଟ ବ୍ୟକ୍ତି…

ଯେଉଁ ବ୍ୟକ୍ତି ଦୁଷ୍ଟ କାମ କରିଥାଏ ଓ ଯାହାର କର୍ମ ଦ୍ୱାରା ମାନବ ଜାତିର କ୍ଷତି ହୋଇଥାଏ,ସେହି ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହୋଇଥାଏ।

ନିଚ୍ଚ ବ୍ୟକ୍ତି…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ନିଚ୍ଚ ବ୍ୟକ୍ତି ଅର୍ଥାତ୍‌ ଯେଉଁ ବ୍ୟକ୍ତି ଅଶିକ୍ଷିତ କିମ୍ବା ଅଭଦ୍ର ହୋଇଥାଆନ୍ତି ଆଉ ଯାହାଙ୍କର ସମାଜର ଚାଲିଚଳନ, ସଂସ୍କୃତି ଉପରେ ଜ୍ଞାନ ନଥାଏ କିମ୍ବା ଯେଉଁ ବ୍ୟକ୍ତି ସମାଜର ନିୟମକୁ ପାଳନ କରେ ନାହିଁ। ସେହିଭଳି ଲୋକଙ୍କୁ ମଧ୍ୟ ଆପଣଙ୍କର ଘରପରିବାର ଠାରୁ ଦୂରେଇ ରଖନ୍ତୁ।

ଆପଣଙ୍କୁ କଷ୍ଟ ଏବଂ ଅପମାନିତ ଦେଉଥିବା ବ୍ୟକ୍ତି…

ଯେଉଁ ବ୍ୟକ୍ତି ଆପଣଙ୍କୁ କଷ୍ଟ ଦେଇଥାଏ, ଆପଣଙ୍କୁ ଅପମାନିତ କରିଥାଏ, ସେହିଭଳି ବ୍ୟକ୍ତିଙ୍କ ସହ ସଂପର୍କ ରଖିବା ଉଚିତ୍‌ ନୁହେଁ। କାରଣ ଏଭଳି ବ୍ୟକ୍ତିଙ୍କ ଯୋଗୁଁ ଆପଣଙ୍କ ପରିବାର ଉପରେ ଖରାପ ପ୍ରଭାବ ପଡ଼ିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button