IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ କ୍ଷୀର ବିଶୁଦ୍ଧ କି ପାଉଡର ମିଶିଛି? ଆସନ୍ତୁ ଜାଣିବା ଏହି ସରଳ ପରୀକ୍ଷା ମଧ୍ୟମରେ…

ସମସ୍ତେ ଏକ ସୁସ୍ଥ ଏବଂ ସୁନ୍ଦର ଶରୀର ପାଇବା ପାଇଁ ଆଶା ରଖିଥାନ୍ତି। ଏଥିପାଇଁ ଆପଣଙ୍କୁ ନିଜର ଖାଦ୍ୟପେୟ ଉପରେ ଖାସ୍ ଧ୍ୟାନ ରଖିବାକୁ ପଡିଥାଏ। ଶରୀର ପାଇଁ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ। କ୍ଷୀର ଏହାର ଏକ ପ୍ରଧାନ ସ୍ରୋତ ଅଟେ। ପ୍ରାୟ ସମସ୍ତେ କ୍ଷୀର ଏବଂ କ୍ଷୀର ଜାତୀୟ ପଦାର୍ଥ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ, କ୍ଷୀରରେ ଅପମିଶ୍ରଣ ହେବା ଏକ ବଡ଼ ସମସ୍ୟା ଅଟେ।

ତେବେ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କ୍ଷୀରରେ ହେଉଥିବା ଅପମିଶ୍ରଣକୁ କିପରି ଚିହ୍ନଟ କରାଯାଇ ପାରିବ? କ୍ଷୀରରେ ସାଧରଣତଃ ମାଲ୍ଟୋଡେକ୍ସଟ୍ରିନ୍ ପାଉଡର, ରିଫାଇନ ତେଲ, ଆମୋନିଆ ଏବଂ ହାଇଡ୍ରୋଜେନ୍ ପେରକ୍ସାଇଡ୍ ମିଶ୍ରଣ କରାଯାଇଥାଏ।

କ୍ଷୀର ବିଶୁଦ୍ଧ କି ନାହିଁ ଜାଣିବା ପାଇଁ ଆପଣ ଦୁଇଟି ପଦ୍ଧତି ଅପଣାଇ ପାରିବେ।

  • ପ୍ରଥମେ କ୍ଷୀରର କିଛି ବୁନ୍ଦାକୁ ତଳେ ପକାନ୍ତୁ। ଯଦି ଏହି କ୍ଷୀର ଧୀରେ ଧୀରେ କିଛି ଧଳା ଅଂଶ ଛାଡ଼ି ବୋହି ଯାଉଅଛି, ତେବେ ଏହା ସୁଦ୍ଧ କ୍ଷୀର ଅଟେ। ଯଦି ଏହା ପାଣି ଭଳି ବୋହିଯାଉଛି ତେବେ ଏଥିରେ ଅପମିଶ୍ରଣ ହୋଇଥିବା ଜାଣିନିଅନ୍ତୁ।
  • ଅନ୍ୟପକ୍ଷରେ କ୍ଷୀରରେ ଅମୋନିଆ ପାଇଁ ମଧ୍ୟ ପରୀକ୍ଷା କରିପାରିବେ। ଏଥିପାଇଁ ଲିଟମସ୍ ପେପର ବ୍ୟବହାର କରନ୍ତୁ। ନାଲି ଲିଟମସ୍ କାଗଜ ଉପରେ କ୍ଷୀର ପକାଇଲେ ଯଦି ଅମୋନିଆ ଥିବ ତେବେ ଏହା ନୀଳ ରଙ୍ଗକୁ ପରିବର୍ତ୍ତିତ ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button