IBN ଓଡ଼ିଶା ବ୍ୟୁରୋ

ସବୁ ଫର୍ମାଟରୁ ନେଲେ ସନ୍ୟାସ, ୧୦ ଘଣ୍ଟା ପରେ କଲେ ରିଟର୍ଣ୍ଣ, ମେଣ୍ଟର ଭାବେ କରିବେ ଲିଡ୍‌

ନୂଆଦିଲ୍ଲୀ ୨୭।୦୯: ୱେଷ୍ଟଇଣ୍ଡିଜ୍ର ଦିଗ୍ଗଜ ଅଲରାଉଣ୍ଡର ଡ୍ରୱେନ ବ୍ରାଭୋ । କ୍ରିକେଟର ସବୁ ଫର୍ମାଟରୁ ନେଇଛନ୍ତି ଅବସର । ବ୍ରାଭୋ ୨୦୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । କେବଳ ଟି-୨୦ ଫର୍ମାଟରେ ଆସୁଥିଲେ ନଜର । ବର୍ତ୍ତମାନ ବ୍ରାଭୋଙ୍କୁ ଆଉ ପଡିଆରେ ଖେଳୁଥିବା ଦେଖିବାକୁ ମିଳିବନି । କିନ୍ତୁ ସେ ପଡିଆରୁ ଦୂରେଇବେନି ।

ବ୍ରାଭୋ ସନ୍ୟାସ ନେବାର ମାତ୍ର ୧୦ ଘଣ୍ଟା ପରେ କରିଛନ୍ତି କମ୍ବ୍ୟାକ । ସେ ପ୍ଲେୟର ଭାବେ ନୁହଁନ୍ତି ବରଂ କୋଚି ଭାବେ ପଡିଆରେ କରିବେ ଏଣ୍ଟ୍ରି । ଦିଗ୍ଗଜ ଅଲରାଉଣ୍ଡର ଆଇପିଏଲ୍ ଫ୍ରାଞ୍ଚାଇଜ କୋଲକତା ନାଇଟ ରାଇଡର୍ସ ସହ ଯୋଡି ହେବେ । ମେଣ୍ଟର ଭାବେ ଆରମ୍ଭ କରିବେ ନିଜର ନୂଆ ଇଂନିସ ।

ସବୁ ଫର୍ମାଟରୁ ସନ୍ୟାସ ନେବା ପରେ ଡ୍ରୱେନ ବ୍ରାଭୋ କୋଲକତା ନାଇଟ ରାଇଡର୍ସ ଜର୍ସିରେ ନଜର ଆସିବେ । ଏନେଇ ସୋଶିଆଲ୍ ମିଡିଆ ଜରିଆରେ ଘୋଷଣା କରିଛି କେକେଆର । ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ହେଡ କୋଚ୍ ହେବା ପରେ କେକେଆରର ମେଣ୍ଟର ପଦ ଖାଲି ପଡ଼ିଥିଲା । ପୂର୍ବତନ କାରାବିୟାନ ଅଲରାଉଣ୍ଡର ଡ୍ରୱେନ ବ୍ରାଭୋ କେକେଆରରେ ଗୌତମ ଗମ୍ଭୀରଙ୍କ ସ୍ଥାନ ନେବେ ।

ତେବେ ଡ୍ରୱେନ ବ୍ରାଭୋଙ୍କ IPL କ୍ୟାରିୟର ବିଷୟରେ କହିବାକୁ ଗଲେ ବ୍ରାଭୋ ଆଇପିଏଲ୍ରେ ୧୨୯.୫୭ ଷ୍ଟ୍ରାଇକ୍ ରେଟରେ ୧୫୬୦ ରନ୍ କରିଛନ୍ତି । ଏଥିରେ ୫ଟି ଅର୍ଦ୍ଧ ଶତକ ସାମିଲ ରହିଛି । ସେ ୧୬୧ ଆଇପିଏଲ ମ୍ୟାଚରେ ୮.୩୮ ଇକୋନୋମୀରେ ୧୮୩ଟି ଓ୍ବିକେଟ ନେଇଛନ୍ତି । ଡ୍ରୱେନ ବ୍ରାଭୋ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଛନ୍ତି ୭୫ଟି ଇନିଂସ । ଏହି ସମୟ ମଧ୍ୟରେ ବ୍ରାଭୋ କରିଛନ୍ତି ୧୦୦୪ ରନ୍ ।

ଏହାବ୍ୟତୀତ ସେ ଚେନ୍ନାଇ ପାଇଁ ୮.୩୭ ଇକୋନୋମୀ ରେଟରେ ୧୪୦ଟି ୱିକେଟ୍ ନେଇଛନ୍ତି । ଏହାପରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୫ଟି ପାଳି ଖେଳିଛନ୍ତି । ଏଥିରେ ଡ୍ରୱେନ ବ୍ରାଭୋ କରିଥିଲେ ୪୫୭ ରନ ସ୍କୋର । ଏହାବ୍ୟତୀତ ସେ ୮.୨୦ ଇକୋନୋମୀରେ ଚେନ୍ନାଇ ପାଇଁ ନେଇଥିଲେ ୨୬ଟି ୱିକେଟ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button