IBN ଓଡ଼ିଶା ବ୍ୟୁରୋ

ସାବଧାନ! ଏହି ୬ଟି ପରିସ୍ଥିତିରେ କେବେବି ପୁରୁଷ ନାରୀ ଶାରୀରିକ ସମ୍ବନ୍ଧ ରଖିବା ଉଚିତ୍ ନୁହେଁ ନହେଲେ…

ସାରା ବ୍ରହ୍ମାଣ୍ଡର ସୃଷ୍ଟି କର୍ତ୍ତା ଭଗବାନ ଶିବ ପୃଥିବୀର ବିକାଶ ପାଇଁ ମଣିଷମାନଙ୍କ ଠାରେ ମୈଥୁନି ଶକ୍ତିର ସ୍ଥାପନା କରିଥିଲେ। ଏହି ଶକ୍ତି ସାହାଯ୍ୟରେ ନାରୀ ଓ ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥାଏ। ଏହା ଦ୍ୱାରା ମଣିଷର ପିଢ଼ି ଆଗକୁ ବଢ଼ିବା ସହିତ ସୃଷ୍ଟିର ସନ୍ତୁଳନ ମଧ୍ୟ ବଜାୟ ରହିଥାଏ। ତେବେ, ବ୍ରହ୍ମଦେବଙ୍କ ପୁତ୍ର ମନୁ ପୃଥିବୀର ପ୍ରଥମ ମନୁଷ୍ୟ ବୋଲି ବିଶ୍ୱାସ କରାଯାଏ। ଶାରୀରିକ ସମ୍ପର୍କ ସ୍ଥାପନ ବିଷୟରେ କିଛି ନିୟମାବଳୀ ରହିଛି ଯାହାକୁ ମନୁସ୍ମୃତି ବୋଲି କୁହାଯାଇଥାଏ।

୧ – ମନୁସ୍ମୃତି ଅନୁଯାଇ ନିଶାସକ୍ତ ଅବସ୍ଥାରେ କିମ୍ବା କୌଣସି ବ୍ୟକ୍ତିଙ୍କର ହୋସ ନଥିବା ବେଳେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ।

୨ – ଶରୀର କ୍ଲାନ୍ତ ଥିବା ସମୟରେ ମଧ୍ୟ ସେକ୍ସ କରିବା ଉଚିତ ନୁହେଁ ଏପରି କରିବା ଦ୍ୱାରା ଶରୀର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଥାଏ। କେବଳ ସେତିକି ନୁହେଁ ଅନିଦ୍ରା ଜନିତ ସମସ୍ୟା ସହିତ ଜଡ଼ିତ ରହିଥିବା ବ୍ୟକ୍ତିବିଶେଷଙ୍କୁ ସେକ୍ସ ଠାରୁ ଦୂରେଇ ରହିବା ଉଚିତ।

୩ – ଯଦି କୌଣସି ବ୍ୟକ୍ତି ନିଜର ବିଶେଷ କିଛି ହରାଇଛନ୍ତି, ଚିନ୍ତାରେ ରହିଛନ୍ତି କିମ୍ବା ଦୁଃଖରେ ରହିଛନ୍ତି ତେବେ ତାଙ୍କୁ ସମ୍ଭୋଗ ପାଇଁ ଉତ୍ସାହିତ କରିବା ଉଚିତ ନୁହେଁ।

୪ – ଏପରିକି ଆପଣଙ୍କ ଆର୍ଥିକ ଅବସ୍ଥା ଠିକ୍ ନଥିଲେ ବିବାହ କରିବା ଠାରୁ ଦୂରେଇ ରହିବା ପାଇଁ ମନୁସ୍ମୃତିରେ ଉଲ୍ଲେଖ କରାଯାଇଛି। ଏପରି କରିଲେ ଭବିଷ୍ୟତରେ ଉଭୟଙ୍କ ଜୀବନ ଦୁଃଖଦାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।

୫ – ଅସୁସ୍ଥ ବ୍ୟକ୍ତି ଶାରୀରିକ ସମ୍ପର୍କ ରଖିବା ଠାରୁ ଦୂରେଇ ରହିବା ଉଚିତ। ସେହିପରି ମହିଳାଙ୍କର ଋତୁସ୍ରାବ ଚାଲିଥିବା ସମୟରେ ସମ୍ଭୋଗ କରିଲେ ଏହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ଜଣାପଡ଼ିଛି।

୬ – ଭଗବାନଙ୍କ ପୂଜା କରୁଥିବା କିମ୍ବା ଧ୍ୟାନରେ ବସିଥିବା କୌଣସି ବ୍ୟକ୍ତିଙ୍କର ଧ୍ୟାନ ଭଙ୍ଗ କରିବା ପାଇଁ ସମ୍ଭୋଗ କରିବାକୁ ଉସକାଇବା ଦୁନିଆର ସବୁଠାରୁ ବଡ଼ ପାପ ହୋଇଥାଏ। ଏପରିକି ଏହି କୁକର୍ମ କରି ଦେବରାଜ ଇନ୍ଦ୍ରଙ୍କୁ ମଧ୍ୟ ଅଭିଶାପ ମିଳିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button