IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ଘରେ ରଖନ୍ତୁ ଏଭଳି ଶଙ୍ଖ ତାପରେ ଏହାର ଚମତ୍କାର ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ପୂଜାପାଠ ରେ ଶଙ୍ଖ ବଜେଇବା ରୀତି ଯୁଗଯୁଗରୁ ଚାଲି ଆସିଛି। ଶଙ୍ଖକୁ ପୂଜା ଘରେ ରଖି ନିୟମିତ ଭାବରେ ଶଙ୍ଖ ବଜାଯାଏ । ଯେଉଁଘରେ ଶଙ୍ଖ ରଖାଯାଏ ,ସେ ଘରେ ସୁଖଶାନ୍ତି ଫେରିଆସେ ।

ଶଙ୍ଖକୁ ଶୁଭ ସଂକେତ ଭାବେ ଗ୍ରହଣ କରାଯାଏ କାରଣ ଉଭୟ ଭଗବାନ ବିଷ୍ନୁ ଏବଂ ମାତା ଲକ୍ଷ୍ମୀ ନିଜ ହାତରେ ଏହାକୁ ଧାରଣ କରିଛନ୍ତି ।

ପୂଜାପାଠରେ ଶଙ୍ଖ ବଜାଇବା ଦ୍ୱାରା ବାତାବରଣ ପବିତ୍ର ହୋଇଯାଏ । ପୁରାଣରେ କୁହାଯାଇଛି କି ଶଙ୍ଖରେ ଜଳ ରଖି ସିଞ୍ଚନ କଲେ ବାତାବରଣ ଶୁଦ୍ଧ ହୋଇଯାଏ। ଏବଂ ଏହାସହ ପରିବାରରେ ମଧ୍ୟ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଶଙ୍ଖରେ ଏପରି ଗୁଣ ମଧ୍ୟ ଅଛି ଯାହାଦ୍ୱାରା ଶୁଭ ପରିବେଶ ସୃଷ୍ଟି ହୁଏ। ଶଙ୍ଖର ଶବ୍ଦରେ ଶୋଇଥିବା ଭୂମି ମଧ୍ୟ ଜାଗ୍ରତ ହୋଇ ଶୁଭଫଳ ପ୍ରଦାନ କରେ । ଏବଂ ଯଦି ଘରେ ଶଙ୍ଖ ରଖନ୍ତି ତେବେ ଏଭଳି ଅନେକ ଚମତ୍କାର ମଧ୍ୟ ଦେଖିବାକୁ ମିଳିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button