IBN ଓଡ଼ିଶା ବ୍ୟୁରୋ

ଇଏ ହେଉଛି ଦୁନିଆରୁ ସବୁଠୁ ଲକି ରାଶି, 2021 ରୁ 2025 ପର୍ଯ୍ୟନ୍ତ ଆକାଶ ଛୁଇଁବ ଏମାନଙ୍କ ଭାଗ୍ୟ, ଆପଣଙ୍କ ରାଶି ନାହିଁତ

ଆଜିକାଲି ଦୁନିଆରେ ସମସ୍ତେ ନିଜ ନିଜ ଗ୍ରହ ନକ୍ଷତ୍ରଙ୍କୁ ନେଇ ଚିନ୍ତିତ, ଆଜ୍ଞା ହଁ ହେବେନି ବା କେମିତି ! ରାଶି ଗୁଡିକରେ କେବେ କେଉଁ କେଉଁ ଗ୍ରହ ଚାଲୁଅଛି ତାହା ସମସ୍ତଙ୍କୁ ଜଣା ନଥାଏ, ଯାହା ଫଳରେ ନାନା ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ, ଶନି ଦେବଙ୍କ କୃପାରୁ କିଏ ଧନୀ ହେଇଥାନ୍ତି ଓ କେହି ଗରିବ ହେଇଥାନ୍ତି । ଶନି ଦେବ ଚାହିଁଲେ ମଣିଷର ପ୍ରତ୍ୟକ କ୍ଷେତ୍ରରେ ତାଙ୍କୁ ସହାୟ ହେଇ ରହିଥାନ୍ତି । ଯଦି ଶନି ଦେବ କୌଣସି କାରଣରୁ ଅସନ୍ତୁଷ୍ଟ ହୁଅନ୍ତି ତେବେ କ୍ରୋଧର ପରିମାଣ ଏତେ ବଢିଯାଏ ଯେ ମଣିଷ ତଳିତଳାନ୍ତ ହେଇଯାଏ । ଆସନ୍ତୁ ଜାଣିବା 2021 ରୁ 2025 ମଧ୍ୟରେ କେଉଁ କେଉଁ ରାଶି ଗୁଡିକର ଭାଗ୍ୟ ବଦଳିବାକୁ ଯାଉଛି ।

30 ବର୍ଷ ପରେ ଶନି ଦେବ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି, କିନ୍ତୁ ଶନି ଦେବଙ୍କୁ ସମସ୍ତେ ଡରନ୍ତି । ଶନି ଦେବଙ୍କ ନାମ’ ମାତ୍ରେ ସମସ୍ତେ ଥରହର ହୋଇ ଉଠନ୍ତି, କିନ୍ତୁ ଶନି ଦେବ ବହୁତ ଶାନ୍ତ ଅଟନ୍ତି । ଗୋଟେ ରାଜ୍ୟର ରାଜାଙ୍କର କର୍ତ୍ତବ୍ୟ ଯେମିତି ପ୍ରଜାଙ୍କର ଦେଖାଶୁଣା କରିବା ଏବଂ କିଛି ଭୁଲ ହେଲେ ଉଚିତ ଶାସ୍ତି ଦେବା ଠିକ ସେମିତି ଶନିଦେବଙ୍କ କୃପା ହେଲେ ସେ ଦୟନୀୟ ଅବସ୍ଥାରୁ ଉଚ୍ଚାବସ୍ଥାକୁ ଗତି କରିଥାଏ ।

କିନ୍ତୁ ଯଦି ଶନି ଦେବଙ୍କ କ୍ରୋଧ ବଢିଯାଏ ତେବେ ତାଙ୍କୁ ସନ୍ତୁଷ୍ଠ କରିବା ବହୁତ କଠିନ । ଶନି ଦେବ ଧନୁ ରାଶି ରୁ ବାହାରି ମକର ରାଶି ରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହା 30 ବର୍ଷ ପରେ ହେବାକୁ ଯାଉ ଥିବାରୁ, କେତେକ ରାଶି ଗୁଡିକରେ ଏହାର ସୁପ୍ରଭାବ ପଡିବାକୁ ଯାଉଛି । ଏହା ଫଳରେ ରାଜଯୋଗର ବନୁଅଛି, ଏହି ସମୟର ଲାଭ କେମିତି ଉଠାଈବେ ସେଥିପ୍ରତି ସଜାଗ ହେବାକୁ ହେବ ଆପପଣଙ୍କୁ ।

କେଉଁ ରାଶିର ଏହି ସମୟ ଖାସ ହେବାକୁ ଯାଉଛି । ଯେପପରିକି ଆପଣ ଚାକିରି କରୁଛନ୍ତି, କିମ୍ବା ବ୍ୟବସାୟ କରୁଛନ୍ତି କିମ୍ବା ମାଈଲ୍ସ କାମ କିଛି କରୁଥାନ୍ତି ତେବେ ଏହି ସମୟ ରେ ଆପଣ ବହୁତ ଉନ୍ନତି କରିବେ । ଏହି ସବୁ କ୍ଷେତ୍ରରେ ଆହୁରି ଅଧିକ ଅଗ୍ରଗତି କରିବେ, ସେମିତି କହିବାକୁ ଗଲେ ସବୁ ରାଶି ପାଈଁ ଶୁଭଫଳ ମିଳିବ, କିନ୍ତୁ ବ୍ୟବସାୟ ଏବଂ ମାଈଲ୍ସ କ୍ଷେତ୍ରରେ ଅଧିକ ଲାଭ ମିଳିବ । ଚାଷ କରୁଥିବା ବ୍ୟକ୍ତି ମଧ୍ୟ ଅଧିକ ଲାଭ ପାଇ ପାରିବେ ।

ଯେତେବେଳେ ଈଶ୍ଵର ଦେବାକୁ ପ୍ରଣୟ ନିଅନ୍ତି କିଛି ବାଧା ବିଘ୍ନର ସମୁଖୀନ ହେବାକୁ ହୁଏନି, ଆପଣ ରାଜଯୋଗ ଭୋଗ କରନ୍ତି । ସବୁ ରାଶି ମଧ୍ୟରୁ ତୁଳା ରାଶି 5 ବର୍ଷ ପର୍ଯ୍ୟନ୍ତ ରାଜଯୋଗ ଭୋଗ କରିବାକୁ ଯାଉଛନ୍ତି । ଏହି ମୁହୂର୍ତ୍ତରେ ଆପଣଙ୍କ ଚାକିରି କ୍ଷେତ୍ରରେ ବହୁତ ଉନ୍ନତି ହେବାକୁ ଯାଉଛି । ବ୍ୟବସାୟ କରୁଥିବା ବ୍ୟକ୍ତି ମଧ୍ୟ ବହୁତ ଲାଭ ପାଇ ପାରିବେ, ବିଦ୍ୟା ଅର୍ଜନ କରୁଥିବା ଛାତ୍ର ଛାତ୍ରୀ ବହୁତ ଅଗ୍ରସର ହେବେ । ସବୁ କାମରେ ସଫଳତା ମିଳିବ ।

ଏବେ ଜାଣିବା ମକର ରାଶି, ଏହି ରାଶି ଶନି ଦେବଙ୍କ ନିଜ ରାଶି ଅଟେ । ମକର ରାଶି ର ବ୍ୟକ୍ତି ମାନେ ମଧ୍ୟ 5 ବର୍ଷ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆଗକୁ ଉନ୍ନତି କରିବେ । ଏହାପରେ ସବୁଠୁ ଭାଗ୍ୟଶାଳୀ ରାଶି ହେଉଛି କୁମ୍ଭ ରାଶି । ମକର ରାଶି ରୁ 2.5 ବର୍ଷ ପରେ ଶନିଦେବ କୁମ୍ଭ ରାଶିରେ ପ୍ରବେଶ କରୁଥିବାରୁ, ଆପଣଙ୍କ ପାଇଁ ମଧ୍ୟ ରାଜଯୋଗ ଭୋଗ କରିବାର ସୁଯୋଗ ଅଛି । ଆଉ ଏକ ରାଶି ର ମଧ୍ୟ 2021 ରୁ 2025 ପର୍ଯ୍ୟନ୍ତ ରାଜଯୋଗ ଭୋଗ ର ଶୁଭାନୁଭୂତି ହେବାକୁ ଯାଉଛି ।

ସିଂହ ରାଶି, ଏହି ରାଶିରେ ଜୁଲାଈ 2021 ରୁ 2025 ବହୁତ ଉନ୍ନତି ହେବାକୁ ଯାଉଛି, ଏହି ସମୟରେ ଆପଣ ପ୍ରତ୍ୟକ କ୍ଷେତ୍ରରେ ଆଗକୁ ଅଗ୍ରସର ହେବେ । ଆସନ୍ତୁ ଏବେ କର୍କଟ ରାଶି ବିଷୟରେ ଜାଣିବା, ଏହି ରାଶିର ବ୍ୟକ୍ତି ମାନେ 2021 ରୁ 2025 ମଧ୍ୟରେ ବହୁତ ରୋଜଗାର କରିବେ । ସେମିତି ମେଷରାଶିର ବ୍ୟକ୍ତି ମାନେ ମଧ୍ୟ ବହୁତ ଉନ୍ନତି କରିବେ, ଏହି ରାଶିଙ୍କ ବ୍ୟକ୍ତି ମାନେ ସବୁ କ୍ଷେତ୍ରରେ ଆଗକୁ ଅଗ୍ରସର ହେବେ ।

Related Articles

Leave a Reply

Your email address will not be published. Required fields are marked *

Back to top button