ମନୋରଞ୍ଜନ

ଆସିଲା ‘ଦେବରା: ପାର୍ଟ ୧’ ର ପ୍ରଥମ ଦିନର ରୋଜଗାର ରିପୋର୍ଟ

ମୁମ୍ବାଇ: ଗତକାଲି ରିଲିଜ୍ ହୋଇଯାଇଛି ‘ଦେବରା: ପାର୍ଟ ୧’ ରିଲିଜର ପ୍ରଥମ ଦିନରୁ ହିଁ ସିନେମାଟି ପ୍ରେକ୍ଷାଳୟରେ କମାଲ କରୁଛି । ଏହି ସିନେମାଟି କଳକାରଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି। ଜୁନିୟର ଏନଟିଆର, ସୈଫଅଲ୍ଲୀ ଖାନ ଓ ଜାହ୍ନବୀ କପୁରଙ୍କ ଚମତ୍କାର ଅଭିନୟ ସବୁ ବର୍ଗର ଦର୍ଶକଙ୍କ ମନଜିତିପାରିଛି।

‘ଦେବରା: ପାର୍ଟ ୧’ ର ନିର୍ଦ୍ଦେଶନା ଦେଇଛନ୍ତି କୋରତାଲା ଶିବା, ୩ ଶହ କୋଟି ବଜେଟରେ ନିର୍ମିତ ଏହି ସିନେମାଟି ରିଲିଜ୍ର ମାତ୍ର ୧୨ ଘଣ୍ଟା ମଧ୍ୟରେ ୩୦କୋଟି ବକ୍ସ ଅଫିସ ଆୟ କରି ରେକର୍ଡ କରିଛି।

ତେବେ ସମସ୍ତ ଭାଷାରେ ଏହି ପ୍ରଥମ ଦିନରେ ହିଁ ଭାରତରେ ୭୭ କୋଟି ଟଙ୍କା ରୋଜଗାର କରିଥିବା ସୂଚନା ରହିଛି। ସିନେମା ଦେଖିବା ପରେ ଦର୍ଶକଙ୍କ ରିଭ୍ୟୁ ବି ରହିଛି ଜବରଦସ୍ତ।

ଏହି ସିନେମାରେ ଜୁନିୟର୍ ଏନ୍ଟିଆର୍ ଦିର୍ଘ ୬ ବର୍ଷ ପରେ ପ୍ରଥମ ଥର ପାଇଁ ଏକାକୀ ହିରୋ ଭାବେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ସିନେମାଟିକୁ କରିବା ପାଇଁ ନିର୍ଦ୍ଦେଶକ ଓ ଜୁନିୟର୍ ଏନ୍ଟିଆର୍ଙ୍କୁ ଦୀଘର୍ ୨ ବର୍ଷର କଠିନ ପରିଶ୍ରମ କରିବାକୁ ପଡ଼ିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button