IBN ଓଡ଼ିଶା ବ୍ୟୁରୋ

ଉଜୈନର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଅଘଟଣ..

ଜୈନ: ମଧ୍ୟପ୍ରଦେଶର ଉଜୈନରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରରେ ଅଘଟଣ । ପ୍ରବଳ ବର୍ଷା କାରଣରୁ ମହାକାଳ ମନ୍ଦିରର ପାଚେରୀ ଭୁଷୁଡି ପଡିଛି । ଏହା ତଳେ ଚାପି ହୋଇ ୨ ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ, ୪ ଜଣ ଆହତ ହୋଇଛନ୍ତି ।

ଏଥିରେ ଆହତ ୪ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପାଚେରୀ ତଳେ ଆଉ କିଛି ଲୋକ ଚାପି ହୋଇରହିଯାଇଥିବା ଆଶଙ୍କା କରାଯାଉଛି ।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମନ୍ଦିରର ଗେଟ୍‌ ନଂ.୪ ନିକଟବର୍ତ୍ତୀ ପାଚେରୀ ଭାଙ୍ଗିପଡ଼ିଥିବା ନେଇ ସୂଚନା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button