IBN ଓଡ଼ିଶା ବ୍ୟୁରୋ

ପୁଅଙ୍କ ପାଇଁ ବାହାଘର ପଡୁଛି ମହଙ୍ଗା, ଭୟରେ ବାହା ହେବାକୁ ରାଜି ହେଉନାହାଁନ୍ତି ପୁଅ, ଜାଣନ୍ତୁ ପୁରା ଖବର

ବାହା ହେବା ପାଇଁ ଏବେ ଡରୁଛନ୍ତି ପୁଅ । ଆପଣ ତ ଜାଣନ୍ତି ବାହାଘର ସମୟରେ ନାନା ପ୍ରକାରର ବିଧି ବିଧାନ ରହିଥାଏ । କିଛି ବିଧି ବିଧାନ ପୁଅ ପାଇଁ ରହିଥିବା ବେଳେ ଆଉ କିଛି ବିଧି ବିଧାନ ଝିଅ ପାଇଁ ରହିଥାଏ । ଏପରି ଏକ ଦେଶ ରହିଛି ଯେଉଁଠାରେ ପୁଅ ମାନଙ୍କୁ ଏପରି ଏକ ବିଧିର ପାଳନ କରିବାକୁ ପଡ଼ିଥାଏ ଯେଉଁଥି ପାଇଁ ସେମାନଙ୍କୁ ବେଶ୍ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ ।

ଏହି ବିଧିରେ ପୁରା ଗାଆଁର ଡିମାଣ୍ଡ ପୁରା କରିବାକୁ ପଡ଼ିଥାଏ । ଗାଆଁ ଲୋକ ମାନେ ନିଜ ମନ ଇଛା କିଛି ବି ଡିମାଣ୍ଡ କରିପାରନ୍ତି । ବର ପକ୍ଷ ମଧ୍ୟ ତାକୁ ପୁରା କରିବାକୁ ବାଧ୍ୟ । ନଚେତ୍ ସେ କନ୍ୟା ପାଖ ମାଡ଼ି ପାରିବ ନାହିଁ । କି କନ୍ୟାକୁ ନିଜ ସହିତ ଘରକୁ ମଧ୍ୟ ଆଣି ପାରିବ ନାହିଁ । ଏପରି ଏକ ପ୍ରଥା ଦେଖିବାକୁ ମିଳିଛି ଜିଆଙ୍ଗସୁ ପ୍ରାନ୍ତର ତାଇଝେଉ ଗାଆଁରେ ।

ଏହିଠାରେ ରହିଥିବା ବିଧି ଅନୁସାରେ ବର ପକ୍ଷକୁ ହିଁ ସବୁ କିଛି କରିବାକୁ ପଡ଼ିଥାଏ । ଏଠାରେ ଜଣେ ବର ତାର ନବ ବଧୁକୁ ଆଣିବାକୁ ଜିବା ସମୟରେ ଗାଆଁର ସମସ୍ତ ବୟସ୍କ ଲୋକ ତା ଗାଡ଼ିକୁ ଅଟକାଇ ଗାଡି ଚାରିପଟେ ଘେରି ରୁହନ୍ତି ।

ତା ପରେ ବୟସ୍କ ଲୋକ ମାନେ ନିଜ ମୁତାବକ ଦାବି କରିଥାନ୍ତି ବର ପାଖରେ ଯେପରିକି ଚିନି , ସିଗାରେଟ କି ଟଙ୍କା ଭର୍ତ୍ତି ଲାଲ ଲଫାପା । ବୟସ୍କ ଲୋକ ମାନେ ଯାହା ଦାବି କରିବେ ତାହା ପୂରଣ କରିବା ପରେ ହିଁ ବର କନ୍ୟା ପାଖରେ ପହଞ୍ଚି ପାରିବ ।

କେବଳ ସେତିକି ନୁହେଁ କନ୍ୟା ମଧ୍ୟ ବରକୁ ବିଭିନ୍ନ ପ୍ରକାରର କାମ ଦେଇଥାଏ । ଯେପରିକି ନାଚିବା , ଗୀତ ବୋଲିବା , କବିତା ବୋଲିବା ଇତ୍ୟାଦି । ସ୍ଥାନୀୟ ଭାଷାରେ ଏହି ପ୍ରଥାକୁ ଲାନ୍ ମେନ୍ କୁହାଯାଏ । ଯାହାର ଅର୍ଥ ହେଉଛି ଦ୍ଵାର ବନ୍ଦ୍ କରିବା ।

Related Articles

Leave a Reply

Your email address will not be published. Required fields are marked *

Back to top button