IBN ଓଡ଼ିଶା ବ୍ୟୁରୋ

ଲଡ଼ୁ ବିବାଦ: ହଠାତ୍‌ ତିରୁପତି ମନ୍ଦିରରେ ପହଞ୍ଚିଲେ ସିଜେଆଇ

ତିରୁପତି ମନ୍ଦିରର ଲଡ଼ୁକୁ ନେଇ ବିବାଦ ଜାରି ରହିଛି। ଏଥିରେ ପଶୁ ଚର୍ବି ଓ ଅପମିଶ୍ରିତ ଘିଅ ମିଶା ଯାଉଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ପୂରା ଦେଶରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଲାଗି ରହିଛି। ଆଜି ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ତେବେ ଶୁଣାଣି ପୂର୍ବରୁ ହଠାତ୍ ତିରୁପତି ମନ୍ଦିରରେ ପହଞ୍ଚିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼।

ମନ୍ଦିରରେ ପହଞ୍ଚି ସିଜେଆଇ ଭଗବାନ ଭେଙ୍କଟେଶ୍ୱରଙ୍କୁ ପୂଜା କରିଛନ୍ତି। ପରିବାର ସଦସ୍ୟଙ୍କ ସହ ତାଙ୍କୁ ଭାଇକୁଣ୍ଟା ରୋ କମ୍ପ୍ଲେକ୍ସରେ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଅଧିକାରୀମାନେ ପାରମ୍ପାରିକ ସମ୍ମାନରେ ସ୍ୱାଗତ କରିଥିଲେ। ଏଥିସହ ତାଙ୍କୁ ପ୍ରସାଦ ରୂପେ ତିରୁପତି ଲଡ଼ୁ ଭୋଗ ମଧ୍ୟ ଦିଆଯାଇଛି।

ଆନ୍ଧ୍ରପ୍ରଦେଶ ସରକାର ଦାବି କରିଛନ୍ତି ଯେ ପୂର୍ବ ସରକାର ସମୟରେ ଯେଉଁ ଘିଅରୁ ତିରୁପତି ଲଡୁ ପ୍ରସ୍ତୁତ ହେଉଥିଲା ସେଥିରେ ଅପମିଶ୍ରଣ କରାଯାଇଥିଲା। ଏ ସମ୍ପର୍କରେ ମନ୍ଦିର କମିଟି ତିରୁମାଲା ତିରୁପତି ଦେବସ୍ଥାନମ୍ କହିଛି ଯେ ଯେଉଁ କଳା ତାଲିକାଭୁକ୍ତ ଯୋଗାଣକାରୀ ସଂସ୍ଥାର ଘିଅରେ ଅପମିଶ୍ରିତ ହୋଇଥିବା ପ୍ରମାଣ ମିଳିଛି, ​​ତାକୁ ଜଗନ୍ ମୋହନ ସରକାର ସମୟରେ ଲଡୁ ତିଆରି ପାଇଁ ଠିକା ଦିଆଯାଇଥିଲା।

ଏହି ଅଭିଯୋଗ ଉପରେ କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେପଟେ ଏହି ଖୁଲାସା ପରେ ସାରା ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି। ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଆବେଦନ କରାଯାଉଛି। ଅନ୍ୟପକ୍ଷରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି। ବିଜେପି ନେତାମାନେ ଦୋଷୀକୁ ଫାଶୀ ଦଣ୍ଡ ଦେବାକୁ ଦାବି କରୁଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ନାଇଡୁ ତିନି ମାସ ଧରି କାହିଁକି ଏହାର ଖୁଲାସା କଲେ ନାହିଁ ସେନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button