ରାଜ୍ୟ

ପ୍ରାଣୀ ଚିକିତ୍ସାଳୟ ଗୃହ ନିର୍ମାଣରେ ଅନିୟମିତତା: ମୁଣ୍ଡା ସିମେଣ୍ଟରେ ହେଉଛି ଢଳେଇ – Ibnodisha

[ad_1]

ନୂଆଗାଁ: ମୁଣ୍ଡା ସିମେଣ୍ଟରେ ବେପରୁଆ ଭାବେ ଚାଲିଛି ଢଳେଇ କାମ। କାର୍ଯ୍ୟସ୍ଥଳୀକୁ ନା ଠିକାଦାର, ନା ଯନ୍ତ୍ରୀ କେହି ବି ଆସୁନାହାନ୍ତି। ବ୍ଲକ୍‌ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟ କିଭଳି ଭାବେ ନିମ୍ନମାନର ହେଉଛି ତାର ଏକ ଝଲକ ଦେଖିବାକୁ ମିଳିଛି। ଏହି କାର୍ଯ୍ୟ କୌଣସି ଅପନ୍ତରିଆ ଅଞ୍ଚଳରେ ହେଉନାହିଁ, ବରଂ ବ୍ଲକ୍‌ ସଦରମହକୁମାରେ ଚାଲିଛି। ଆଜି ସକାଳେ ସ୍ଥାନୀୟ ଲୋକଙ୍କ ନଜର ପଡ଼ିବାରେ ଏ ନେଇ ଅଭିଯୋଗ ହେବା ପରେ କାମ ବନ୍ଦ ପାଇଁ କୁହାଯାଇଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଇନଥିଲେ। ଏପରିକି ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ସୂଚନା ମୁତାବକ, ନୂଆଗାଁ ବ୍ଲକ୍‌ ସଦରମହକୁମାରେ ବ୍ଲକ୍‌ ପ୍ରାଣୀ ଚିକିତ୍ସାଳୟର ଗୃହ ନିର୍ମାଣ କାର୍ଯ୍ୟ ଏକ ଠିକାସଂସ୍ଥା ଦ୍ବାରା ଚାଲିଛି। ବିଡ଼ମ୍ବନାର ବିଷୟ, ଦିନ ବେଳା ମୁଣ୍ଡା ମୁଣ୍ଡା ସିମେଣ୍ଟରେ ବିଲ୍ଡିଂର ମୂଳଦୁଆ କାମ ଚାଲିଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିବା ପରେ ମୁଣ୍ଡା ସିମେଣ୍ଟରେ କାମ ନକରିବା ପାଇଁ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ କୁହାଯାଇଥିଲେ ସୁଦ୍ଧା ସେମାନେ କାହାରି କଥାକୁ ଖାତିର କରିନଥିଲେ। ସେହି ସିମେଣ୍ଟଗୁଡ଼ିକୁ ଗୁଣ୍ଡ କରି ତରବରିଆ ଭାବେ ଢଳେଇ କାର୍ଯ୍ୟ ସାରିଦେଇଥିଲେ। ଘଟଣା ବିଷୟରେ ନୂଆଗାଁ ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରେ ସେ କହିଲେ, ଠିକାଦାର କିମ୍ବା ଯନ୍ତ୍ରୀ କେହି କାର୍ଯ୍ୟସ୍ଥଳୀକୁ ଆସୁନାହାନ୍ତି। ପ୍ରଥମେ ଦୁଇ ମାସ କାମ କରିଦେଇ ଶ୍ରମିକମାନେ କାମ ଛାଡ଼ି ଚାଲି ଯାଇଥିବା ବେଳେ ଏବେ ଦୁଇ ଦିନ ହେଲା ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଯଦି ମୁଣ୍ଡା ସିମେଣ୍ଟରେ କାମ ହେଉଛି ତାହେଲେ ଠିକାସଂସ୍ଥାକୁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି। ଲୋକଙ୍କ ଅଭିଯୋଗ ପରେ ବି ନିମ୍ନମାନର ସିମେଣ୍ଟରେ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button