IBN ଓଡ଼ିଶା ବ୍ୟୁରୋ

ସକୁନ ବିଚାର : କୁକୁରକୁ କେତେବେଳେ ଦେଖିଲେ କଣ ସଂକେତ ମିଳେ, ଆଜି ହିଁ ଜାଣି ନିଅନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୁକୁର କଣ ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ। ମଣିଷ ଜୀବନରେ ବହୁତ ଘାତ ପ୍ରତିଘାତ ମଧ୍ୟରେ ଗତିକରେ। ଏଥି ମଧ୍ୟରୁ କିଛି ନାଁ କିଛି ଆମ ଜୀବନରେ ଶୁଭ ଏବଂ ଅଶୁଭ ସଂକେତ ବିଭିନ୍ନ ଘଟଣାରୁ ଆମେ ଜାଣିପାରୁ। ସେଥିମଧ୍ୟରୁ ଆପଣଙ୍କର ଦୈନନ୍ଦିନ ଜୀବନରେ କୌଣସି ନାଁ କୌଣସି ଘଟଣା ଘଟିଥାଏ ଯଥା ଆଖିପୋତା ଡେଇଁବା, ଗଡ଼ର ତଳିପା ଏବଂ ହାତର ପାପୁଲି କୁଣ୍ଡେଇ ହେବା, ହଠାତ ଛିଙ୍କ ଆସିବା ଇତ୍ୟାଦି। ଏଭଳି ଘଟଣା ଶୁଭ ଏବଂ ଅଶୁଭ ଉଭୟର ନିର୍ଦିଷ୍ଟ ସଂକେତ ଦେଇଥାଏ। ସେଥିମଧ୍ୟରୁ କିଛି ଶୁଭ ସଂକେୟ ଥାଏ ଆଉ କିଛି ଅଶୁଭ ସଂକେତ ଥାଏ। ଯଦି କୁକୁର ପାଟିରେ ଜୋତା କିମ୍ବା ମଜା କାମୁଡି କୌଣସି ବ୍ୟକ୍ତିଙ୍କ ପାଖକୁ ଦୌଉଡ଼ି ଧାଇଁ ଆସେ ତେବେ ସେହି ବ୍ୟକ୍ତିଙ୍କ ପାଇଁ ସେହି ଦିନଟି ଅତ୍ୟନ୍ତ ଅଶୁଭ ଅଟେ।

Google

ଯଦି କୁକୁର ପାଟିରେ ଖଣ୍ଡେ ଛିଣ୍ଡା କନା କାମୁଡି ଥିବାର ଦେଖିବେ ତେବେ କୌଣସି ପ୍ରକାରର ଗଣ୍ଡଗୋଳ ହେବାର ପ୍ରାକ ସୂଚନା ଅଟେ। ଯଦି କୁକୁର ତାର ପାଟିରେ ତଟକା ମାଂସ କିମ୍ବା ଖଣ୍ଡେ ହାଡ଼ କାମୁଡିବାର ଦେଖାଯାଏ ତେବେ ଏହାର ଅର୍ଥ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ। ଯଦି କୁକୁର ତାର ପାଟିରେ ଶୁଖିଲା ହାଡ଼ ଚବେଇବାର ଦେଖାଯାଏ ତେବେ ଏହା ଆପଣଙ୍କୁ ଅଶୁଭ ସଂକେତର ସୂଚନା ଦେଇଥାଏ। ଯଦି କୁକୁର ତାର ଆଗ ଗୋଡ଼ ଦୁଇଟି ଲମ୍ବାଇ ଦୁଇ କାନକୁ ହଲାଉ ଥାଏ ତେବେ ଏହା ସୂଚନା ଦେଇଥାଏ ଯେ କାର୍ଯ୍ୟ ଆପଣଙ୍କର ଅସମ୍ପୂର୍ଣ୍ଣ ରହିଯିବ ଏବଂ ଯାତ୍ରାରେ ବିଘ୍ନ ଘଟିପାରେ। ଯଦି କୁକୁର ତାର ଗଡ଼ ନଖରେ ଗୋଟିଏ କାନ୍ଥକୁ ଆମ୍ପୁଡିବାର ଦେଖାଯାଏ ତେବେ ଏହା ଚୋର ଭୟର ସଂକେତ ଦେଇଥାଏ। ଯଦି କୁକୁର ମୁଣ୍ଡ ଦକ୍ଷିଣ ପଶ୍ଚିମ ଦିଗକୁ ଥାଇ ଅପରାନ୍ହରେ ମୁଣ୍ଡ ଉପରକୁ କରି ବୁଗାଉ ଥାଏ ତେବେ ଏହା ଅଗ୍ନି ଚୋର ଭୟର ପ୍ରାକ ସୂଚନା ଦେଇଥାଏ। ପରିବାରରେ ସାମାନ୍ୟ କଳହଳ ହେବାର ସଂକେତ ଦେଇଥାଏ। କୁକୁର ତାର ଶରୀରକୁ ଗୋଟେ ପାହାଚରେ ରଖି ମୁଣ୍ଡକୁ ଅନ୍ୟ ପାହାଚରେ ଆଶ୍ରୟ କରି ଗୃହ ମଧ୍ୟକୁ ଯଦି କୌଣସି ମହିଳାଙ୍କୁ ଚାହିଁ ରହେ ତେବେ ଏହା ଅସୁସ୍ଥତା ର ପ୍ରାକ ସୂଚନା ।

Google

ଯଦି କୁକୁର କୌଣସି ବ୍ୟକ୍ତିଙ୍କର ପିନ୍ଧିଥିବା ଜୋତା କିମ୍ବା ଚପଲକୁ ଶୁଂଘୁଥାଏ ତେବେ ସେହି ବ୍ୟକ୍ତିର ସଫଳ ହେବାର ସଂକେତ ଦେଇଥାଏ। କୁକୁର ଗୃହର ସର୍ବଚ ଛାତ ଉପରେ ଚଢ଼ି ଯାଇ ସେହି ସ୍ଥାନରେ ବିକଟଳ ସ୍ୱରରେ ବୁଗାଇବା ଆରମ୍ଭ କରେ ତେବେ ଏହା ବିପଦ ଆସୁଥିବାର ପ୍ରାକ ସୂଚନା ଦେଇଥାଏ। ଜଣେ ବ୍ୟକ୍ତି ଯାଉଥିବା ସମୟରେ ଯଦି କୁକୁର ଭୁକେ ତେବେ ସେହି ବ୍ୟକ୍ତିଙ୍କର ଆସନ୍ନ ବିପଦ ଅଛି ବୋଲି ପ୍ରାକ ସୂଚନା ଦେଇଥାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button