IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀ କେତେ ପତିବ୍ରତା ହେଲେବି କେବେ କୁହନ୍ତୁ ନାହିଁ ଏହି ତିନୋଟି କଥା । ନଚେତ ହୋଇଯିବେ ବର୍ବାଦ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ପତିବ୍ରତା ସ୍ତ୍ରୀ ହେଲେବି ସୁଦ୍ଧା କେଉଁ କଥା ତାଙ୍କୁ କହିବା ଉଚିତ ନୁହେଁ ସେହି ବିଷୟରେ କହିବୁ । ପ୍ରାଚୀନ କାଳରେ ଏକ ସାପ ଧରାଳି ଦଳ ଜଙ୍ଗଲର ଏକ ଶୁନଶାନ ରାସ୍ତା ଦେଇ ଯାଉଥିବା ସମୟରେ ଏକ ବୃକ୍ଷ ତଳେ ଏକ ବଡ଼ ଗାତ ଦେଖିଲେ । ସେଥିରେ ସାପ ଥିବା ଅନୁମାନ କରି ଗାତକୁ ତିନି ଫୁଟ ପର୍ଯ୍ୟନ୍ତ ଖୋଳିବା ପରେ ସେମାନେ ଏକ ବିଶାଳ କଳା ନାଗ ସାପ ପାଇଲେ । ତାହାକୁ ପେଡ଼ିରେ ପୁରାଇ ସେମାନେ ପୁଣି ଯିବାକୁ ଲାଗିଲେ । ସାପର ବିଷ ଦାନ୍ତ ଭାଙ୍ଗିବେ ଭାବି ଯେତେବେଳେ ସେମାନେ ପେଡ଼ି ଖୋଲିଲେ ସେତେବେଳେ ସାପ ଜାଗାରେ ଏକ ସୁନ୍ଦର ଦାମୀ ସ୍ୱର୍ଣ୍ଣ ହାର ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଖୁସି ହୋଇ ସେହି ହାରକୁ ବିକ୍ରି କରିବାକୁ ରାଜା ଚନ୍ଦ୍ରଶେଣଙ୍କ ଭାଗ୍ୟନଗର ଗଲେ ।

ରାଜା ସେହି ହାର ଦେଖି ସେମାନଙ୍କୁ ହଜାରେ ସ୍ୱର୍ଣ୍ଣ ମୁଦ୍ରା ଦେଇ ତାହାକୁ ନିଜ ରାଣୀଙ୍କ ପାଇଁ କିଣିନେଲେ । କିନ୍ତୁ ରାଜା ଯେତେବେଳେ ତାହାକୁ ନିଜ ରାଣୀଙ୍କୁ ଉପହାର ଆକାରରେ ଦେଇ ରାଣୀଙ୍କୁ ପେଡ଼ି ଖୋଲିବାକୁ କହିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ତା ଭିତରେ ହାର ବଦଳରେ ଥିଲା ଜଣେ ସୁନ୍ଦର ତେଜସ୍ୱୀ ବାଳକ । ଏହା ଦେଖି ରାଜା ରାଣୀ ଭାବିଲେ ଯେ ଯେହେତୁ ଦୁହିଁଙ୍କର ପୁତ୍ର ନାହିଁ ତେଣୁ ସ୍ୱୟଂ ମହାଦେବଙ୍କ ଆଶୀର୍ବାଦ ସ୍ୱରୂପ ତାଙ୍କୁ ଏହି ପୁତ୍ର ପ୍ରାପ୍ତ ହୋଇଛି । ସେହି ବାଳକଙ୍କୁ ଦୁହେଁ ଲାଳନ ପାଳନ କରିବେ ବୋଲି ଭାବିଲେ । କିନ୍ତୁ ରାଜା ଏବଂ ରାଣୀଙ୍କର ଏହିସବୁ କଥାକୁ କିଛି ଦାସୀ ଶୁଣି ନେଇଥିଲେ । ଏମିତି ଦିନେ ରାଣୀଙ୍କର ପୁତ୍ର ଜନ୍ମ ହୋଇଥିବା କଥାକୁ ମଧ୍ୟ ରାଜା ଘୋଷଣା କରିଦେଲେ ।

ପୁଅ ବଡ଼ ହେବା ପରେ ତାଙ୍କର ବିବାହ କରାଇ ଦେଲେ । ରାଜ୍ୟକୁ ଲାଗି ଆଉ ଏକ ରାଜ୍ୟ ସୋଭିତପୁରର କୋମଳଦ୍ବଜ ରାଜାଙ୍କର ଜଣେ ସୁନ୍ଦରୀ କନ୍ୟା ୧୪ ବିଦ୍ୟାରେ ପାରଙ୍ଗମ ଥିଲେ ତାଙ୍କ ସହିତ ରାଜକୁମାରଙ୍କ ବିବାହ ହେଲା । ରାଜା ଭୁଲି ଯାଇଥିଲେ ଯେ ତାଙ୍କ ପୁତ୍ର ଜଣେ ନାଗ ବୋଲି । ଦିନେ ମହଲର ଦାସୀ ବୈଜୟନ୍ତିଙ୍କ ମନରେ ଏହି ଶଙ୍କା ଉତ୍ପନ୍ନ କଲେ ଯେ ନଗରାଜ ଚନ୍ଦ୍ରଶେଣଙ୍କ ପୁତ୍ର ନୁହଁନ୍ତୁ । ଏହା ଶୁଣି ବୈଜୟନ୍ତି ବାରମ୍ବାର ନଗରାଜଙ୍କୁ ପଚାରିବାରେ ଲାଗିଲେ । ଯେତେ ବୁଝାଇଲେବି ସେ ନବୁଝିବାରୁ ତାଙ୍କୁ ଅନ୍ୟତ୍ର ରହସ୍ୟ ବିଷୟରେ କହିବେ ବୋଲି ବନ ବିହାର ବାହାନାରେ ଦୁହେଁ ଏକ ନଦୀ ପାଖକୁ ଗଲେ । ବୈଜୟନ୍ତିଙ୍କୁ ସେ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ଯଦି ସେ ନିଜର ରହସ୍ୟ ତାଙ୍କୁ କହିବେ ତେବେ ସବୁକିଛି ନଷ୍ଟ ହୋଇଯିବ ଏବଂ ସେ ପଶ୍ଚାତାପ କରିବେ।

ଯେତେବେଳେ ସେ ନଦୀରେ ଓହ୍ଲାଇ ନିଜର ପ୍ରକୃତ ରୂପକୁ ଆସିଲେ ସେ ସେହି ଜଳାରେ ସମାହିତ ହୋଇଗଲେ । ଅପେକ୍ଷା ପରେବି ସେ ନଫେରିବାରୁ ସେ ମହଲକୁ ଯାଇ ରାଜାଙ୍କୁ ତାଙ୍କ ପୁତ୍ର ନଦୀରେ ବୁଡ଼ି ଯାଇଥିବା କଥା କହିଲେ । ରାଜା ନିଜ ପୁତ୍ରକୁ ଖୋଜିବାକୁ ସୈନ୍ୟଙ୍କୁ ଆଦେଶ ଦେଲେ । ପୁତ୍ର ନମିଳିବାରୁ ରାଜା ରାଣୀ ଏବଂ ବୈଜୟନ୍ତି ଦୁଃଖୀ ହୋଇଗଲେ । ବୈଜୟନ୍ତି ନିଜକୁ ଖୁବ ଦୋଷୀ କରୁଥିଲେ କାରଣ ତାଙ୍କ ସ୍ୱାମୀଙ୍କ ଠାରୁ ବିୟୋଗ ପାଇଁ କେବଳ ସେ ହିଁ ଦାୟୀ ଥିଲେ । କିନ୍ତୁ ସେ ୧୪ ଜ୍ଞାନରେ ନିପୁଣ ବୈଜୟନ୍ତି ସ୍ୱାମୀଙ୍କୁ ପାଇବା ପାଇଁ ଉପାୟ ବାହାର କଲେ । ଅର୍ଥାତ କେହି ଯଦି ଆଶ୍ଚର୍ଯ୍ୟ ଏବଂ ରହସ୍ୟ କଥା କହିବ ତାକୁ ୧୦୦ ସ୍ୱର୍ଣ୍ଣ ମୁଦ୍ରା ଦେବେ ବୋଲି କହିଲେ । ଏମିତି ଲୋକଙ୍କର ଭିଡ଼ ବୈଜୟନ୍ତିଙ୍କ ଦରବାରରେ ଲାଗୁଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button