ଖେଳ

ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ : ସିରିଜ କ୍ଲିନ ସୁଇପ କଲା ଭାରତ, ଅଢେଇ ଦିନ ବରବାଦ୍‌ ସତ୍ତ୍ୱେ ହାତେଇଲା ମ୍ୟାଚ

ଭାରତ-ବାଂଲାଦେଶ ମଧ୍ୟରେ କାନପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟକୁ ଜିତିଲା ଭାରତ । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚକୁ ଭାରତ ୭ ଓ୍ୱିକେଟରେ ଜିତିନେଇଛି । ଫଳରେ ଦୁଇଟିକିଆ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ ସୁଇପ କରିଛି ଭାରତ ।

କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ପାଳି ଆରମ୍ଭ କରି ୩ ୱିକେଟ ବିନିମୟରେ ୧୦୭ ରନ୍ କରିଥିଲା ବାଂଲାଦେଶ ।

ଏହା ପରେ ବର୍ଷା ହେବାରୁ ଅଢେଇ ଦିନ ଖେଳ ବନ୍ଦ ରହିଥିଲା ।

ଗତକାଲି ଚତୁର୍ଥ ଦିନରେ ବାଂଲାଦେଶ ୨୩୩ ରନ୍ ସଂଗ୍ରହ କରିଥିଲା । ଏହା ପରେ ପ୍ରଥମ ପାଳି ଆରମ୍ଭ କରିଥିବା ଭାରତ ଟିମ୍ ଟେଷ୍ଟ ମ୍ୟାଚକୁ ଟି-୨୦ ଫର୍ମାଟରେ ଖଳି ମ୍ୟାଚରେ ରୋମାଞ୍ଚ ଭରିଥିଲା । ଆରମ୍ଭରୁ ରୋହିତ ବାହିନୀ ଧୂଆଁଧାର ବ୍ୟାଟିଂ କରିଥିଲେ । ଯଶସ୍ୱୀ ଜୟସଓ୍ୱାଲ ସର୍ବାଧିକ ୭୨ ରନ୍, କେ ଏଲ ରାହୁଲ ୬୮, ବିରାଟ କୋହଲି ୪୭, ଶୁବମନ ଗିଲ୍ ୩୯, ରୋହିତ ଶର୍ମା ୨୩ ଆକାଶ ଦୀପ ୧୨, ରବୀନ୍ଦ୍ର ଜାଡେଜା ୮, ଋଷଭ ପନ୍ତ ୯, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଯଶପ୍ରୀତ ବୁମରା ଉଭୟ ଗୋଟିଏ ଲେଖାଏ ରନ୍ କରିଥିଲେ ।

ଫଳରେ ଭାରତ ୨୮୫ ରନ୍ ସହ ୫୨ ରନର ଲିଡ୍ ହାସଲ କରିଥିଲା । ଏହାପରେ ଦ୍ୱିତୀୟ ଇନିଂସରେ ୧୪୬ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା ବାଂଲାଦେଶ। ଫଳରେ ଭାରତ ଆଗରେ ୯୫ ରନର ବିଜୟ ଲକ୍ଷ୍ୟ ରହିଥିଲା ।ଯାହାକୁ ୩ ଓ୍ୱିକେଟ ହରାଇ କରିନେଇଛି ଭାରତ । ଭାରତ ପକ୍ଷରୁ ଯଶସ୍ୱୀ ଜୟସଓ୍ୱାଲ ୫୧ ରନ୍‌ କରିଥିବା ବେଳେ ବିରାଟ କୋହଲି ୨୯ ରନ୍‌, ରୋହିତ ଶର୍ମା ୮, ଶୁବମନ ଗିଲ୍‌ ୬ ଏବଂ ରିଷଭ ପନ୍ତ ୪ ରନ୍‌ କରିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button