IBN ଓଡ଼ିଶା ବ୍ୟୁରୋ

ପେଜର ବ୍ଲାଷ୍ଟକୁ ଇସ୍ରାଏଲର ମାଷ୍ଟରଷ୍ଟ୍ରୋକ୍ ବୋଲି କହିଲେ ସ୍ଥଳ ସେନା ମୁଖ୍ୟ, ଭାରତର ପ୍ରସ୍ତୁତି ଉପରେ ଦେଲେ ବୟାନ

ନୂଆଦିଲ୍ଲୀ: ଲେବାନନରେ ହୋଇଥିବା ପେଜର ବିସ୍ଫୋରଣ ଉପରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପ୍ରତିକ୍ରିୟା ଦେଇଛନ୍ତି । ପେଜର ଯୋଗାଣ ରଣନୀତିକୁ ଇସ୍ରାଏଲ୍ର ମାଷ୍ଟରଷ୍ଟ୍ରୋକ୍ ବୋଲି ସେ କହିଛନ୍ତି । ଭାରତୀୟ ସେନା ମୁଖ୍ୟ କହିଛନ୍ତି ଯେ ଯେଉଁ ପେଜର କଥା କୁହାଯାଉଛି, ତାହା ତାଇୱାନ କମ୍ପାନିର, ଯାହାକୁ ହଙ୍ଗେରୀ କମ୍ପାନିକୁ ଯୋଗାଣ କରାଯାଇଛି ।

ହଙ୍ଗେରୀ କମ୍ପାନି ଏହାପରେ ସେମାନଙ୍କୁ ବିକ୍ରି କରିଥିଲା ।

ଜେନେରାଲ ଦ୍ୱିବେଦୀ କହିଛନ୍ତି, ‘ଯେଉଁ ସେଲ୍ କମ୍ପାନି ତିଆରି କରାଯାଇଛି, ତାହା ଇସ୍ରାଏଲର ମାଷ୍ଟରଷ୍ଟ୍ରୋକ୍ ଅଟେ । ଏଥିପାଇଁ ବର୍ଷ-ବର୍ଷର ପ୍ରସ୍ତୁତି ଆବଶ୍ୟକ ହୋଇଥାଏ । ଏହାର ଅର୍ଥ ଏହା ଯେ ସେମାନେ ଏଥିପାଇଁ ପ୍ରସ୍ତୁତ ଥିଲେ । ଯୁଦ୍ଧ ସେବେ ଆରମ୍ଭ ହୋଇନଥାଏ, ଯେତେବେଳେ ଆପଣ ଲଢିବା ଆରମ୍ଭ କରିଥାନ୍ତି । ଏହା ସେହି ଦିନ ଆରମ୍ଭ ହୋଇଥାଏ, ଯେଉଁ ଦିନ ଆପଣ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରି ଦିଅନ୍ତି । ଏହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।’

ସ୍ଥଳ ସେନା ମୁଖ୍ୟ ଭାରତର ପ୍ରସ୍ତୁତି ଉପରେ କହିଛନ୍ତି, ‘ଯେତେବେଳେ ଆମ କଥା ଉଠୁଛି, ଆମ ଯୋଗାଣ ଶୃଙ୍ଖଳାରେ କିଛି ବାଧା ରହିଛି, ଯାହା ଉପରେ ଆମେ ସତର୍କ ରହିବା ଦରକାର । ଆମକୁ ବିଭିନ୍ନ ସ୍ତରରେ ନିରୀକ୍ଷଣ କରିବାକୁ ପଡ଼ିବ, ସେ ବୈଷୟିକ ସ୍ତରରେ ହେଉ ଅବା ମ୍ୟୁଚୁଆଲ୍ ସ୍ତରରେ, ଯାହାଦ୍ୱାରା ଆମ ସହ ଏପରି ନହେବ ତାହା ସୁନିଶ୍ଚିତ କରିପାରିବା ।’

ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ୱର ୧୭ ଏବଂ ୧୮ରେ ହେଜବୁଲ୍ଲାକୁ ଟାର୍ଗେଟ୍ କରି ହଜାର ସଂଖ୍ୟାରେ ଏକାସଙ୍ଗରେ ପେଜର ବ୍ଲାଷ୍ଟ କରାଯାଇଥିଲା । ଏଥିରେ ହେଜବୁଲ୍ଲାର ଅନେକ ସକ୍ରିୟ ସଦସ୍ୟଙ୍କୁ ଯୁଦ୍ଧ ମୈଦାନରୁ ହଟିବାକୁ ପଡ଼ିଥିଲା । ପେଜର ଏବଂ ୱକି-ଟକି ବିସ୍ଫୋରଣରେ ଅତି କମରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ହଜାର ଜଣ ଆହତ ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button