IBN ଓଡ଼ିଶା ବ୍ୟୁରୋ

ରେଳ ଷ୍ଟେସନକୁ ବୋମାରେ ଉଡ଼ାଇଦେବାକୁ ଧମକ, ତଲାସୀ ଜୋରଦାର

ରେଳ ଷ୍ଟେସନକୁ ବୋମାରେ ଉଡ଼ାଇଦେବାକୁ ମିଳିଲା ଧମକ । ରାଜସ୍ଥାନର ହନୁମାନଗଡ଼ ଜଙ୍କସନ୍ ରେଲୱେ ଷ୍ଟେସନ ସମେତ ରାଜ୍ୟର ବିଭିନ୍ନ ଷ୍ଟେସନକୁ ଉଡ଼ାଇଦେବାକୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଏହାପରେ ଷ୍ଟେସନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ହନୁମାନଗଡ଼ ଜଙ୍କସନ୍ ରେଲୱେ ଷ୍ଟେସନ ଅଧିକ୍ଷକଙ୍କ ହାତରେ ଆଜି ଜଣେ ଅଜ୍ଞାତ ବ୍ୟକ୍ତି ଏକ ଚିଠି ଧରାଇଦେଲା।

ଏହାପରେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଷ୍ଟେସନ ଅଧିକ୍ଷକ ଚିଠି ଖୋଲି ସେଥିରେ ଷ୍ଟେସନ ଉଡ଼ାଇବାକୁ ଧମକ ଦିଆଯାଇଥିବା ଲେଖାଥିବା ଦେଖିବାକୁ ପାଇଥିଲେ। ଉକ୍ତ ଚିଠିରେ ହନୁମାନଗଡ଼ ଷ୍ଟେସନ ସମେତ ଶ୍ରୀଗଙ୍ଗାନଗର, ବିକାନେର, ଜୋଧପୁର, କୋଟା, ବୁନ୍ଦୀ, ଉଦୟପୁର,ଜୟପୁର ଆଦି ରେଲୱେ ଷ୍ଟେସନକୁ ବୋମାରେ ଉଡ଼ାଯିବ ବୋଲି ଉଲ୍ଲେଖ ହୋଇଛି। ଏଥିସହ ଉକ୍ତ ଚିଠିରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ- ମହମ୍ମଦର ନାମ ବି ଉଲ୍ଲେଖ ଅଛି।

ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଜିଲ୍ଲା ପୁଲିସ୍, ବିଏସଏଫ ଯବାନ, ଜିଆରପି ଓ ଆରପିଏଫ ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । କିନ୍ତୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳି ନ ଥିବା ଜଣାଯାଇଛି। ଏଥିସହ ବରିଷ୍ଠ ପୁଲିସ୍ ଅଧିକାରୀ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button